ଲିଫ୍ଟ ଭୁଶୁୁଡ଼ି ୮ ଶ୍ରମିକ ମୃତ
ଅହମ୍ମଦାବାଦ (ଏଜେନ୍ସି): ଗୁଜରାଟ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏକ ନିର୍ମାଣାଧୀନ ଅଟ୍ଟାଳିକାର ଲିଫ୍ଟ ଭୁଶୁଡ଼ି ଅନୁ୍ୟନ ୭ ଜଣଙ୍କର ମୃତୁ୍ୟ ଘଟିଛି ଓ ଜଣେ ଆହତ ହୋଇଛନ୍ତି । ବୁଧବାର ପୂର୍ବାହ୍ନ ୧୦ଟାରେ ଘଟିଥିବା ଏହି ଅଦୁର୍ଭାଗ୍ୟଜନକ ଘଟଣାରେ ମୃତାହତମାନେ ହେଉଛନ୍ତି ଶ୍ରମିକ । ଆସ୍ପାୟାର ଅଟ୍ଟାଳିକାର ୭ ମ ମହଲାରେ କାମ ଚାଲିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଅଗ୍ନିଶମ ବାହିନୀ, ଜରୁରୀ ସେବା ବିଭାଗ କିମ୍ବା ଅହମ୍ମଦାବାଦ ପୌର ନିଗମ କର୍ତ୍ତୃପକ୍ଷଙ୍କୁ ଏ ସଂର୍କରେ ଅବଗତ କରାଯାଇ ନ ଥିବା ଅଭିଯୋଗ ହୋଇଛି ।
ଗଣମାଧ୍ୟମରୁ ରିପୋର୍ଟ ଓ ଫୋନ ପାଇ ଉପରୋକ୍ତ ବିଭାଗର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଥିଲେ । ସଂପୃକ୍ତ ବିଲ୍ଡର ଏତେ ବଡ଼ ଦୁର୍ଘଟଣାର ଖବର ଦେଇ ନ ଥିଲେ କିମ୍ବା ଘଟଣାସ୍ଥଳରେ ସହଯୋଗ କରି ନ ଥିଲେ ବୋଲି ମୁଖ୍ୟ ଫାୟାର ଅଫିସର ଜୟେଶ ଖଡ଼ିଆ କହିଛନ୍ତି । ନ୍ୟପକ୍ଷରେ ସଂପୃକ୍ତ ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ବିଲ୍ଡର୍ଙ୍କ ଅବହେଳା ଓ ପ୍ଲାନ ଅନୁମୋଦନ ଇତ୍ୟାଦି ଉପରେ ଯାଞ୍ଚ କରାଯିବ ବୋଲି ପୌର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
