ଥାନାରେ ପଶି ପୁଲିସ୍କୁ ପିଟିଲେ
ମୋହନା, ୧୩ା୯ (ଆପ୍ର): ମିଥ୍ୟା ଗଞ୍ଜେଇ ମାମଲାରେ ଫସେଇ ରାତିଅଧିଆ ଗିରଫ କରାଯିବା ପ୍ରତିବାଦରେ ଶହଶହ ଆଦିବାସୀ ମହିଳା ଓ ପୁରୁଷ ମେଳିବାନ୍ଧି ଗଜପତି ଜିଲ୍ଲାର ଅଡ଼ବା ଥାନାରେ ଚଢ଼ଉ କରି ପୁଲିସ ଉପରେ ଆକ୍ରମଣ କରିଛନ୍ତି । ଥାନାରେ ପଣି କାଗଜପତ୍ର ଚିରିଦେବା ସହିତ ଆସବାବପତ୍ର ଭାଙ୍ଗିରୁଜି ଦେଇଛନ୍ତି । ସେମାନଙ୍କୁ ଡରି ପୁଲିସ କର୍ମଚାରୀ ଥାନା ଛାଡ଼ି ପଳାଇଥିବା ବେଳେ ୧୦ ପୁଲିସଙ୍କ ସମେତ ୧୩ ଆହତ ହୋଇଛନ୍ତି । ଦୀର୍ଘ ସମୟ ଧରି ଆଦିବାସୀଙ୍କ ହଙ୍ଗାମା ଚାଲିଥିଲା ଓ ଆକ୍ରମଣରୁ ପୁଲିସ କ୍ୱାର୍ଟର୍ସ ମଧ୍ୟ ବାଦ ପଡ଼ି ନ ଥିଲା । ଖବର ପାଇ ଏସ୍ପିଙ୍କ ସମେତ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରିସ୍ଥିତି ଉତ୍ତ୍ନୋପୂର୍ଣ୍ଣ ଥିବାରୁ ଥାନାରେ ୫ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି ।
ସୋମବାର ରାତି ପ୍ରାୟ ୧୧ଟାରେ ଚୁଡଙ୍ଗପୁର ପଞ୍ଚାୟତ ଝରଣପୁର ଗାଁରେ ଅଡ଼ବା ପୁଲିସ ଚଢ଼ଉ କରି କିରାନା ଦୋକାନ କରିଥିବା ବିଶ୍ୱନାଥ ଭୂୟାଁଙ୍କୁ ଉଠାଇ ନେଇ ତାଙ୍କ ଘରୁ ୨୦୭ କିଲୋ ଗଞ୍ଜେଇ ଜବତ କରାଯିବା ନେଇ ମିଛ ମାମଲା ରୁଜ୍ଜୁ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସୋମବାର ସକାଳ ୮ଟାରେ ଅନ୍ତରବା, ଚୁଡଙ୍ଗପୁର, ଗୁଲୁବା, କେଶରୀଗୁଡ଼ା, ବିରିକୋଟ, ବଡସିନ୍ଧବା ଆଦି ୬ ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଥାନା ଆଗରେ ଧାରଣା ଦେଇ ବିଶ୍ୱନାଥଙ୍କୁ ନିଦେ୍ର୍ଦାଷରେ ଖଲାସ କରିବା ପାଇଁ ଦାବି କରିଥିଲେ । ଖବର ପାଇ ଆହୁରି ଅଧିକ ଲୋକ ଥାନା ଆଗରେ ମେଳି ମେଳି ବାନ୍ଧିଥିଲେ । ଉତ୍ତେଜନା ବଢ଼ିବା ସହିତ ଆଦିବାସୀମାନେ ଥାନାରେ ପଶିଥିଲେ । ଅଟକାଇବା ଲାଗି ଉଦ୍ୟମ କରୁଥିବା ପୁଲିସଙ୍କ ଉପରେ ସେମାନେ ଆକ୍ରମଣ କରିଥିଲେ । ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି କମ୍ପ୍ୟୁଟର, ଟେବୁଲ୍, ଚେୟାର, କବାଟ, କାଚ ସାମଗ୍ରୀ, ଫୁଲଦାନି, ଫୁଲକୁଣ୍ଡ, ଭଙ୍ଗାରୁଜା କରିବା ସହିତ କାଗଜପତ୍ର ଚିରାଚିରି କରିଥିଲେ । ଭୟରେ କର୍ମ·ରୀମାନେ ଥାନା ଛାଡି ପଳାଇଥିଲେ । ପୁଲିସ କର୍ମ·ରୀଙ୍କ ବାସଗୃହ ଉପରେ ମଧ୍ୟ ଆକ୍ରମଣ କରିବାରୁ ସେମାନଙ୍କ ପରିବାରବର୍ଗ ଆହତ ହୋଇଛନ୍ତି । ଖବର ପାଇ ଏସ୍ପି ଜୟରାମ ଶତପଥୀ, ରା. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିସିକା, ସୁଜିତ କୁମାର ନାୟକ, ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ, ଗୁରାଣ୍ଡି ଫାଣ୍ଡି ଅଧିକାରୀ ରବିନ୍ଦ୍ର ପାତ୍ର, କାଶୀନଗର ଏସ୍ଆଇ ସିନ୍ଧୁ ସାରକା, ରାୟଗଡ ଥାନା ଅଧିକାରୀ ଗୋବିନ୍ଦ ଗୌଡ, ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ ପତି, ଡିଏସ୍ପି ରାଜକିଶୋର ଦାଶ ପ୍ରମୁଖ ପୁଲଏିସ ଫୋର୍ସ ସହିତ ଅଡ଼ବାରେ ପହଞ୍ଚିଥିଲେ ।
ମୋହନା ବିଡ଼ିଓ ତପସ୍ପିନୀ ହାଁସଦା, ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଳିକ, ସୁନୀଲ କୁମାର ବିଷୋୟୀ, ଅତିରିକ୍ତ ଏସ୍ପି ବାମଦେବ ସିଂହ ପ୍ରମୁଖ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାଇଥିଲେ । ଏସ୍ପିଙ୍କ ଉପସ୍ଥିତିରେ ଏବଂ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବ୍ଲକ ଉପାଧ୍ୟକ୍ଷା ବାଲମିନା ଅଧିକାରୀ, ଗୁଲୁବା ସରପଞ୍ଚ ସେବତୀ ଗମାଙ୍ଗ, ସମିତି ସଭ୍ୟ ହେମନ୍ତ ଗମାଙ୍ଗ, ମୋଶା ମାଝୀ, ଆଦିବାସୀ ନେତା ଆବ୍ରାହାମ ଗମାଙ୍ଗ, ଥ୍ୟୁପିଲ ଗମାଙ୍ଗ, ଡାନିଏଲ ଗମାଙ୍ଗ, ସୀମିୟ ଗମାଙ୍ଗ, ହାଡ଼ିଆ କନ୍ଧଙ୍କ ପ୍ରମୁଖଙ୍କୁ ନେଇ ଆଲୋଚନା କରାଯାଇଥିଲା । ସମସ୍ୟାର ସମାଧାନ ପାଇଁ ଏକ ୭ଜଣିଆ ଶାନ୍ତି କମିଟି ଗଠନ କରାଯାଇଛି । ଉକ୍ତ କମିଟି ୭ ଦିନ ମଧ୍ୟରେ ଏସ୍ପି କିମ୍ବା ଏସ୍ଡିପିଓଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବ । ସମସ୍ତେ ମିଶି ଅଡ଼ବା ଅଞ୍ଚଳରେ ଗଞ୍ଜେଇ ·ଷ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।
ଆହତ ପୁଲିସ କର୍ମ·ରୀ ହେଲେ ଏସ୍ଆଇ ଲକ୍ଷ୍ମଣ ବେସ୍ରା, ଜୟକୃଷ୍ଣ ପାଣିଗ୍ରାହୀ, ହୃଷିକେଷ ପଣ୍ଡା, ତାଙ୍କ ୨ ପୁଅ ଓ ସ୍ତ୍ରୀ, କନେଷ୍ଟବଳ ରାଜୀବ ଶବର, ସତୀକାନ୍ତ ନାୟକ, ହାବିଲଦାର ଶ୍ରୀବତ୍ସ ରାଇତ, ନିମାଇଁ ଚରଣ ସାହୁ, କନେଷ୍ଟବଳ ଏସ୍କେ ପାଣିଗ୍ରାହୀ, ସିପାହୀ ଅରବିନ୍ଦ ପରିଡା, ପବିତ୍ର ମୋହନ ନାୟକ । ଏସ୍ପି ହସ୍ପିଟାଲ ଯାଇ ଆହତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି ।