ଶୋଇଥିବା ଶ୍ରମିକଙ୍କ ଉପରେ ମାଡ଼ିଗଲା ହାଇୱା, ୨ ମୃତ
ଭଣ୍ଡାରିପୋଖରୀ (ଆପ୍ର): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ରାଜପଥର ସାଈରେଣୁ ଇଣ୍ଡେନ କାର୍ଯ୍ୟାଳୟ ସମ୍ମୁଖରେ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ଅସ୍ଥାୟୀ ଶିବିର ଉପରେ ମଙ୍ଗଳବାର ପ୍ରତୁ୍ୟଷରେ ହାଇୱା ମାଡ଼ିଯିବା ଫଳରେ ୨ ଶ୍ରମିକ ମୃତୁ୍ୟବରଣ କରିଥିବା ବେଳେ ଜଣେ ଆହତ ହୋଇ ଚିକିତ୍ସାଧୀନ ହେଉଥିବା ଜଣାଯାଇଛି ।
ରାଜପଥ ନିର୍ମାଣକାରୀ ଠିକାସଂସ୍ଥା ଡିବିଏଲ୍ କମ୍ପାନୀର ୧୦ ଜଣ ଶ୍ରମିକ ଅସ୍ଥାୟୀ ରାଜପଥ ପାଶ୍ୱର୍ ଅସ୍ଥାୟୀ ଶିବିରରେ ରାତ୍ରଯାପନ କରୁଥିଲେ । ମଙ୍ଗଳବାର ସକାଳ ପ୍ରାୟ ୫.୧୫ମି. ସମୟରେ ଆଖୁଆପଦା ଆଡୁ (ଓଡି ୦୧ଏପି୦୦୭୮) ବାଲି ବୋଝେଇ ହାଇୱା ମାଡ଼ି ଯାଇଥିଲା । ଟିଣ ଚଦରରେ ନିର୍ମିତ ଶିବିରଟି ଚୁରମାର ହୋଇଯାଇଥିଲା । ଶିବିରରେ ଥିବା ୭ ଜଣ ଶ୍ରମିକ ବାହାରକୁ ବାହାରି ଆସିଥିଲେ । ୩ ଜଣ ଶ୍ରମିକ ରହିଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ, ପୁଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଜେସିବି ସହାୟତାରେ ବାଲି ଖଲାସ କରାଯାଇ ହାଇୱାକୁ ହଟାଯିବା ପରେ ୨ ଜଣ ଶ୍ରମିକଙ୍କୁ ଆହତ ଅବସ୍ଥାରେ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ଜଣେ ଶ୍ରମିକ ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ପଠାଯାଇଥିଲ । ଘଟଣାସ୍ଥଳରେ ଜଣେ ଶ୍ରମିକ ହାଇୱା ଚକାତଳେ ଚାପି ହୋଇ ମୃତୁ୍ୟବରଣ କରିଥିଲା । ମୃତକଙ୍କୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ମେଡିକାଲକୁ ପଠାଯାଇଥିଲା । ଚିକିସôାଧୀନ ଥିବା ଜଣେ ଶ୍ରମିକ ମଧ୍ୟ ଭଦ୍ରକରେ ମୃତୁ୍ୟବରଣ କରିଥିଲେ । ମୃତ ଶ୍ରମିକମାନେ ହେଲେ ମଧ୍ୟପ୍ରଦେଶରେ ମହମ୍ମଦ ଅଲଫଜ (୩୨) ଓ ଝାଡ଼ଖଣ୍ଡର ପ୍ରମୋଦ ସାହା (୪୦) । ଆହତ ଶ୍ରମିକ ଝାଡ଼ଖଣ୍ଡ ପାଲାମୁଞ୍ଚ ଅଞ୍ଚଳର ମହେନ୍ଦ୍ର ସାହା (୫୦) । ଡିବିଏଲ୍ କମ୍ପାନୀର ପରିଚାଳକ ମେହେମୁଦ ମହମ୍ମଦଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ କରାଯାଇ ଚାଳକ ଜଳେଶ୍ୱର ଅଞ୍ଚଳର ପ୍ରକାଶ ସାହୁ(୪୦)ଙ୍କୁ ଗିରଫ କରାଯାଇଛି । ସକାଳେ ନିଦ ଲାଗିଯିବାରୁ ଏଭଳି ଘଟଣା ଘଟିଛି ବୋଲି ଗିରଫ ଚାଳକ ପ୍ରକାଶ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।