ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

ଗଉଡ଼ପଡ଼ା ନାବାଳିକା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି
ଫୁଲବାଣୀ (ବୁ୍ୟରୋ): ଫୁଲବାଣୀ ଗଉଡ଼ପଡ଼ା ନବମ ଶ୍ରେଣୀ ଛାତ୍ରୀ କବିତା କହଁର ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି । ଏନେଇ ମଙ୍ଗଳବାର ତୁଡ଼ିପାକୁ ପଞ୍ଚାୟୁତର ମହିଳା ମହାସଂଘ ତରଫରୁ ମୃତକଙ୍କୁ ନାୟ ପ୍ରଦାନ, ପରିବାରକୁ ୨୦ଲକ୍ଷ କ୍ଷତି ପୂରଣ ଓ ପ୍ରକୃତ ଦୋଷୀକୁ ଗିରଫ କରି ଦୃଷ୍ଠାନ୍ତମୂଳକ ଦଣ୍ଡ ଦାବିରେ ସ୍ଥାନୀୟ ଜଗନ୍ନ୍ାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାପାଳଙ୍କ ଉଶ୍ୟେରେ ଅତିରିକ୍ତ ଜିଲାପାଳଙ୍କୁ ଉପରୋକ୍ତ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏ ନେଇ ଦୃଷ୍ଟାନ୍ତମୂଳକ ପଦକ୍ଷପ ନ ନେଲେ ଜିଲ୍ଲା ମହିଳା ସଂଘ ଆଦିବାସୀ ମେଳି କରିବ ବୋଲି ଚେତାବନୀ ଦିଆଯାଇଛି ।
୨୦୨୨ ଜୁନ ୧୮ ତାରିଖରେ ଏକ ଗଛରୁ ନାବାଳିକାର ଝୁଲନ୍ତା ଶବ ଉଦ୍ଧାର ହୋଇଥିଲା । ସେତେବେଳେ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଚୁପ ବସିଥିଲା । ପରେ ନାବାଳିକାକୁ ମାଡ଼ ମରାଯାଇଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ହତ୍ୟା ଅଭିଯୋଗ କରି ବିଭିନ୍ନ ସଂଘଠନ ପକ୍ଷରୁ ଏହାକୁ ବିରୋଧ କରାଯାଇ ଶୋଭାଯାତ୍ରା ଓ ବିକ୍ଷୋଭ କରାଯାଇଥିଲା । ଏ ନେଇ କଂଗ୍ରେସ ବିଧାନସଭାରେ ପ୍ରଶ୍ନ ଉଠାଇବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ୩ ଥରରେ ୧୩ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପୁଲିସର ତଦନ୍ତ ପ୍ରକ୍ରିୟାରେ ପୀଡ଼ିତ ପରିବାର ତଥା କିଛି ଆଦିବାସୀ ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ପୀଡ଼ିତ ପରିବାର ମହିଳା ମହାସଂଘର ଦ୍ୱାରସ୍ଥ ହେବା ପରେ ମହିଳା ସଂଘ ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ମଙ୍ଗଳବାର ଦାବିପତ୍ର ପ୍ରଦାନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *