ସ୍କୁଲ୍ରେ ଦିଆଯାଉଛି ନିମ୍ନମାନର ଖାଦ୍ୟ

୫ କିମି ଚାଲି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ରଛାତ୍ରୀ
ବାରିପଦା (ଆପ୍ର): ମୟୂରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ଅସାଧୁ ଶିକ୍ଷକ ସରକାରଙ୍କ ଆଖିରେ ଧୂଳିଦେଇ ଲୁଟୁଛନ୍ତି ଅର୍ଥ । ସଭିଏଁ ପଢ଼ିବେ ପାଠର ସ୍ଲୋଗାନ ଦେଇ ସରକାର ମଧ୍ୟାହ୍ନ ଭୋଜନ ସହିତ ସ୍କୁଲ୍ ପିଲାଙ୍କ ପାଇଁ ଡ୍ରେସ, ଖେଳ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଉନ୍ତି । ହେଲେ ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ୍ ଅନ୍ତର୍ଗତ ପଥରନେଶା ଆଦିବାସୀ ଉନ୍ନୟନ ଆଶ୍ରମ ସ୍କୁଲ୍ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।
ମଙ୍ଗଳବାର ଦିନ ସ୍କୁଲ୍ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ୫ କିମି ରାସ୍ତା ଚାଲି ଚାଲି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପ୍ରଧାନଶିକ୍ଷୟିତ୍ରୀ ରଶ୍ମିତା ଜେନା ପିଲାଙ୍କୁ ଖାଇବାକୁ ନ ଦେବାରୁ ଭୋକରେ ପିଲା ହାଣ୍ଡିଆ ପିଉଥିବା ଅଭିଯୋଗ କରାିଛନ୍ତି । ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଗାଧୋଇବା ପାଇଁ ସାବୁନ ବଦଳରେ ସର୍ଫ ଏକ୍ସେଲ ଦେଉଛନ୍ତି । ଏବିଷୟରେ ଅଭିଯୋଗ କଲେ ପ୍ରଧନଶିକ୍ଷୟିତ୍ରୀ ନାଲି ଆଖି ଦେଖାଇ ଟିସି ଦେଇ ବିଦା କରିବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଏପରିକି ଦେହ ଅସୁସ୍ଥ ହେଲେ ମଧ୍ୟ ସେ ଡାକ୍ତରଖାନା ନେଉ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏସବୁ ଅସହ୍ୟ ହେବାରୁ ଶେଷରେ ସ୍କୁଲ୍ରୁ ପାଦ କାଢ଼ି ଜିଲ୍ଲାପାଳକୁ ଭେଟିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏ ଘଟଣା ସମ୍ପର୍କରେ ପ୍ରଶାସନ ଛାତ୍ରଛାତ୍ରୀଙ୍କୁ ବୁଝାଇସୁଝାଇ ଫେରାଇ ଦେଇଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *