ଗଳି ଘରେ ଅଙ୍ଗନୱାଡ଼ି କେନ୍ଦ୍ର
ଛେଣ୍ଡିପଦା (ଆପ୍ର): ବରସାହି ପଞ୍ଚାୟତର ଖମାର(ଖ) ଅଙ୍ଗନୱାଡି କେନ୍ଦ୍ରର ପାଠପଢା ଗୋଟିଏ ଗଳି ଘରେ ଚାଲିଛି । ଖମାର(ଖ) ଅଙ୍ଗନୱାଡି କେନ୍ଦ୍ରଟି ୨୦୧୨ ମାସିହାରେ ଆରମ୍ଭ ହୋଇଥିଲା । ବର୍ତମାନ ଏହି କେନ୍ଦ୍ରରେ ୨୭ ଜଣ ଶିଶୁ ପାଠ ପଢୁଛନ୍ତି । ଆରମ୍ଭରୁ କେନ୍ଦ୍ରଟି ଖମାର ଗଉଡନାଳୀ ସାହିରେ ଥିବା କୋଠ ଘରେ ଚାଲିଥିଲା । ସାହି ଲୋକ ମାନଙ୍କ ଅସୁବିଧା ହେତୁ କେନ୍ଦ୍ରକୁ ୨୦୧୭ ମସିହା ଫେବୃୟାରୀ ମାସରେ ଖମାର ଗ୍ରାମ ମୁଣ୍ଡ ଠାରେ ଥିବା ଝାରୀ କୁଆଁଦେଇ ପ୍ରାଥମିକ ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତର ହୋଇଥିଲା । କେନ୍ଦ୍ରଟି ବିଦ୍ୟାଳୟ ପରିସରରେ ଚାଲିଥିବା ବେଳେ କେନ୍ଦ୍ରକୁ ପାଠ ପଢି ଯିବା ପାଇଁ ଶିଶୁଙ୍କୁ ୧କିମ ଜିବାକୁ ପଡୁଥିଲା । ମୂଖ୍ୟ ରାସ୍ତା ଉପରେ ବହୁତ ଗାଡିମଟର ଯାତାୟତ କରୁଥିବାରୁ ଛୋଟଛୋଟ ଶିଶୁ ମାନଙ୍କ ଜୀବନ ପ୍ରତି ବିପଦ ଥିଲା । ତେଣୁ ବିଦ୍ୟାଳୟ ପରିସରରେ ୨ ମାସ ପଢା ଚାଲିବା ପରେ ପିଲା ମାନଙ୍କ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରକୁ ଖମାର ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଜଣେ ଲୋକଙ୍କ ଘରକୁ ଭଡ଼ା ସୂତ୍ରରେ ସ୍ଥାନାନାନ୍ତର କରାଯାଇଥିଲା । ୨୦୧୭ ମସିହା ଠାରୁ ସନ୍ତୋଷଙ୍କ ଘରର ଏକ ଗଳି ବାରଣ୍ଡାରେ ଶିଶୁ ମାନେ ପାଛ ପଢୁଛନ୍ତି । ବାରଣ୍ଡାଟି ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିଶୁ ମାନଙ୍କ ଖାଇବା ପାଇଁ ରୋଷେଇ ହେଉଥିବା ସ୍ଥାନଟି ମଧ୍ୟ ବହୁତ ଅପରିଷ୍କାର ହୋଇ ରହୁଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ କୈାଣସି ସ୍ଥାୟୀ ଘର ନାହିଁ ।
ଅପରପକ୍ଷେ ଖମାର ଚର୍ଚ୍ଚ ଘର ଠାରୁ ଗଉଡନାଳି ସାହି ପର୍ଯ୍ୟନ୍ତ ଲୋକ ମାନେ ବହୁତ ସରକାରୀ ଜମିକୁ ଜବର ଦଖଲରେ ରଖିଛନ୍ତି । ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଘର ପାଇଁ ଛେଣ୍ଡିପଦା ତହସିଲଦାରଙ୍କ ନିଦେ୍ର୍ଦଶ କ୍ରମେ ବାଗଡିଆ ରାଜସ୍ୱ ନିରୀକ୍ଷକ ସରକାରୀ ଜମି ଚିହ୍ନଟ ପାଇଁ ବାରମ୍ବାର ଦୈାଡି ନିରାଶ ହୋଇଛନ୍ତି । ଅଙ୍ଗନବାଡି କେନ୍ଦ୍ର ପାଇଁ ସରକାରୀ ଜମି ମିଳୁ ନ ଥିବାରୁ ବାଧ୍ୟ ହୋଇ ଭଡାଘରେ ଖମାର(ଖ) ଅଙ୍ଗନୱାଡି କେନ୍ଦ୍ରକୁ ଚଳାଉଥିବା କେନ୍ଦ୍ରର ସହାୟୀକା ରୀତାମଞ୍ଜରୀ ନାଏକ କହିଛନ୍ତି । ୫ ବର୍ଷ ଧରି ଭଡା ସୂତ୍ରରେ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ରର ଭଡା ଟଙ୍କା ଛେଣ୍ଡିପଦା ସମନ୍ୱିତ ଶିଶୁ ବିକାଶ ବିଭାଗ ଘର ମାଲିକଙ୍କୁ ଦେଉ ନ ଥିବା ବେଳେ କେନ୍ଦ୍ରର ସହାୟୀକା ତାଙ୍କ ହାତରୁ ମାଲିକଙ୍କୁ ମାସକୁ ୫ ସହ ଟଙ୍କା ଭଡ଼ା ଦେଉଛନ୍ତି । ଖମାର ଚର୍ଚ୍ଚ ଠାରୁ ଗଉଡନାଳି ସାହି ପର୍ଯ୍ୟନ୍ତ ଜବର ଦଖଲରେ ଥିବା ଜମିକୁ ଉଚ୍ଛେଦ କରାଗଲେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଆବଶ୍ୟକ ଜମି ମିଳି ପାରନ୍ତା ବୋଲି ବୁଦ୍ଧିଜିବୀ ମାନେ ପ୍ରକାଶ କରିଛନ୍ତି ।