୨୦୨୪ ସୁଦ୍ଧା ସବୁ ଘରେ ପାନୀୟ ଜଳ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମନ୍ତ୍ରୀଙ୍କ ପ୍ରକଳ୍ପ ସମୀକ୍ଷା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟର ପ୍ରତିଟି ପରିବାର ସହରାଞ୍ଚଳ ଅବା ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି । ସେମାନଙ୍କୁ ନିରାପଦ ପାନୀୟଜଳ ଯୋଗାଇବା ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାର ପ୍ରାଣକେନ୍ଦ୍ର ଅଟେ । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି । ସେହି ମର୍ମରେ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତିଟି ଘରେ ନିରାପଦ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।
କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ବିଭିନ୍ନ ପାନୀୟଜଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ୨ ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଅମାତଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବିଭାଗୀୟ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନରେ ଯାଇ ପ୍ରକଳ୍ପ ନିର୍ମାଣର ମାନ ତଦାରଖ କରନ୍ତୁ । ପୂର୍ବ ନିର୍ଦ୍ଧାରିତ ସମୟସୀମା ଓ କାର୍ଯ୍ୟଗୁଡ଼ିକର ମାନକୁ ଭଲ ଭାବରେ ତଦାରଖ କରି ସନ୍ତୁଷ୍ଟ ହେଲାପରେ ଯାଇ ଉପଯୁକ୍ତ ପ୍ରାପ୍ୟ ମଞ୍ଜୁର କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି । ଏହାସହ ପାଇପ ବିଛାଇଲାବେଳେ ଯେଉଁ କଂକ୍ରିଟ ରାସ୍ତାଗୁଡ଼ିକୁ ଭଙ୍ଗା ଯାଉଛି ତାହାର ମରାମତି ଭାଙ୍ଗିବାର ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ମରାମତି ନକଲେ ସେହି କମ୍ପାନୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିଦେ୍ର୍ଦଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *