କୃଷି ଉତ୍ପାଦନ ବୃଦ୍ଧି ପାଇଁ ଋଣ ଦେବ ବ୍ୟାଙ୍କ

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ୍କମିଟି ବୈଠକ
ଭୁବନେଶ୍ୱର (ବୁ୍ୟରୋ): କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ୍ ସମୟରେ ଆବଶ୍ୟକୀୟ ଋଣ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ୍କମିଟି ବୈଠକରେ ଅଧ୍ୟକ୍ଷତା କରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ କୃଷି କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ଫସଲ ଋଣ ଏବଂ ଅନ୍ୟାନ୍ୟ ଦୀର୍ଘ ମିଆଦି ଋଣ ଯୋଗାଇଦେବା ପାଇଁ କହିଥିଲେ । କୃଷିର ବିକାଶ ଓ କୃଷକଙ୍କ ଆୟ ବୃଦ୍ଧି ଦିଗରେ ରାଜ୍ୟ ସରକାର ଯୋଜନା ପ୍ରଣୟନ କରିଥିବା ପରିପ୍ରେକ୍ଷୀରେ ଏଗୁଡ଼ିକର ସଫଳ ରୂପାୟନ ଦିଗରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁବିଧାରେ ଋଣ ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *