ଗଞ୍ଜେଇ ଯାଞ୍ଚ ବେଳେ ୩୩. ୭୬ ଲକ୍ଷ ଟଙ୍କା ଜବତ

ବସ୍ରୁ ମିଳିଲା ବ୍ୟାଗ୍ ଭର୍ତ୍ତି ଟଙ୍କା
ବ୍ରହ୍ମପୁର (ବୁ୍ୟରୋ): ପୁଣି ଗଞ୍ଜେଇ ତନଖି ବେଳେ ବସ୍ ଭିତରୁ ଏକ ବ୍ୟାଗ୍ରେ ୩୩ ଲକ୍ଷ ୭୬ ହଜାର ୫ଶହ ଟଙ୍କା ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଅବକାରୀ ବିଭାଗ ପକ୍ଷରୁ ଖବର ପାଇ ବୈଦ୍ୟନାଥପୁର ଥାନାଅଧିକାରୀ ରାମ କୁମାର ମୁର୍ମୁ ଜବତ ଟଙ୍କା ସହିତ ପଶ୍ଚିମବଙ୍ଗର ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା କରିଛନ୍ତି । ବ୍ରହ୍ମପୁର ଆୟକର ବିଭାଗ ସହ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି ।
ଥାନା ଅଧିକାରୀ ଶ୍ରୀ ମୁର୍ମୁଙ୍କ ସୂଚନା ଅନୁଯାୟୀ, ଗଞ୍ଜେଇ ଚୋରାଚାଲାଣ ହେଉଥିବୀ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେମ ଙ୍ଗଳବାର ଦିନ ୧.୩୦ରେ ରାସ୍ତା ବ୍ଲକିଂ କରାଯାଇ ଗାଡ଼ି ମୋଟର ଯାଞ୍ଚ କରାଯାଉଥିଲା । ଏହି ସମୟରେ ବ୍ରହ୍ମପୁରରୁ କଟକ ଯାଉଥିବା ତ୍ରିବେଣୀ କୋଚ୍ ବସ୍ ଭିତରେ ଯାଞ୍ଚ କରାଯାଇଥିଲା । ପଶ୍ଚିମବଙ୍ଗର ଜରେ ଯାତ୍ରୀ ଭାସ୍କର ସ’ର ଗତିବିଧି ସନେ୍ଦହଜନକ ହେବାରୁ ତାକୁ ପଚରା ଉଚରା କରାଯାଇଥିଲା ଓ ତା’ ନିକଟରେ ଥିବା ବ୍ୟାଗ୍ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ବ୍ୟାଗ୍ ଭିତରୁ ଗଞ୍ଜେଇ ପରିବର୍ତ୍ତେ ବିଡ଼ାବିଡ଼ା ଟଙ୍କା ବାହାରିଥିଲା ।
ଭାସ୍କରସହିତ ଟଙ୍କା ବ୍ୟାଗ୍ ଥାନାକୁ ଅଣାଯାଇଥିଲା । ଗଣତି ସମୟରେ ବ୍ୟାଗ୍ରୁ ବିପୁୂଳ ଟଙ୍କା ବାହାରିବା ଦେଖି ପୁଲିସ ଓ ଅବକାରୀ ଅଧିକାରୀଙ୍କ ଆଖି ଖୋସିହୋଇ ଯାଇଥିଲା । ସୁନା ବିକ୍ରରୁ ମିଳିଥିବା ଟଙ୍କା ଧରି ଭାସ୍କର କଟକ ଯାଉଥିବା ସ୍ୱୀକାର କରିଛି । ବ୍ରହ୍ମପୁର ସହରସ୍ଥିତ କେଉଁ ସୁନା ବେପାରୀଙ୍କୁ ସେ କେତେ ସୁନା ଦେଇଛି, ସୁନା କିଏ ପଠାଇଛି ଓ କାହିଁକି ପଠାଇଛି ଜାଣିବା ନିମିତ୍ତ ବୈଦ୍ୟନାଥପୁର ପୁଳିସ ତନାଘନା ଚଳାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *