ଆକର୍ଷଣୀୟ ମଣ୍ଡପରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆ ରୂପରେ ଉକ୍ରଳ ମଣ୍ଡପ
ଭୁବନେଶ୍ୱର (ବୁ୍ୟରୋ): ଭୁବନଶ୍ୱେର ଉକ୍ରଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଥିବା ଉକ୍ରଳମଣ୍ଡପ ଏବେ ନୂଆ ରୂପରେ ସଜେଇ ହୋଇଛି । ମଣ୍ଡପର ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ର୍ଦଶକମାନେ ଏକ ଆର୍କଷଣୀୟ ମଣ୍ଡପର ମେନୋଜ୍ଞ ପରିବଶେରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପାଇବେ । ରାଜ୍ୟ ସରକାରଙ୍କ ତରଫରୁ ୯୬ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାସ୍ତା ଓ କୋଠାବାଡି (ପୂର୍ତ୍ତ) ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମାପ୍ତ କରାଯାଇଛି । ଏଠାରେ ଯପେରି ସାଂସ୍କୃତିକ ଦଳମାନେ ନିଜକୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିପାରିବେ, ସେଥିପାଇଁ ମଞ୍ଚ ପଛପଟେ ଥିବା ୨ ବେସ୍ମେଣ୍ଟ ହଲ ଓ ଗ୍ରୀନରୁମ୍ର ଆଧୁନିକୀକରଣ କରାଯାଇଛି । ସବୁ ପ୍ରକୋଷ୍ଠରେ ସୁନ୍ଦର ସୁନ୍ଦର ଆର୍କଷଣୀୟ ଦର୍ପଣ ଲଗାଯାଇଥିବାବେଳେ ଏଲ୍.ଇ.ଡି ଆଲୋକରେ ମଞ୍ଚ ସଜେଇହୋଇଛି । ନବୀକରଣ କରାଯାଇଥିବା ଏହି ଉକ୍ରଳ ମଣ୍ଡପରେ ଏଣିକି ବିଭିନ୍ନ ସଂସ୍ଥା ଦ୍ୱାରା ସାଂସ୍କୃତିକ ଆୟୋଜନ କରିବା ସହଜ ହୋଇଛି । ଏଠାରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଇଚ୍ଛୁକ ଅନୁଷ୍ଠାନମାନେ ୱେବ୍ ସାଇଟ୍ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ଲାଇନ୍ ଯୋଗେ ଉକ୍ରଳ ମଣ୍ଡପ ବୁକିଂ କରିପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *