ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୮ଠଠ କୋଟି

୨ଠ୨୪ରେ ରାମମନ୍ଦିର ପ୍ରତିଷ୍ଠା: ଟ୍ରଷ୍ଟ
ଅଯୋଧ୍ୟା (ଏଜେନ୍ସି): ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ୧୮ଠଠ କୋଟି ଟଙ୍କା ଖର୍ଚ୍ଚ ହେବ । ରବିବାର ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମନ୍ଦିର ନିର୍ମାଣ ଦିଗରେ ହେବା ଥିବା ଖର୍ଚ୍ଚ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା । ତେବେ ମନ୍ଦିର ନିର୍ମାଣ ଶେଷ ହେବା ସୁଦ୍ଧା ପ୍ରାୟ ୧୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସେହିପରି ୨ଠ୨୪ ଜାନୁଆରୀରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସହ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି ।
ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଉତ୍ତରପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ରାମମନ୍ଦିର ତୋଳିବା ଦିଗରେ ଅନୁଧ୍ୟାନ କରିବା ପାଇଁ “ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍’ ଗଠନ ହୋଇଥିଲା । ଟ୍ରଷ୍ଟର ସାଧାରଣ ସମ୍ପାଦକ ଭାବେ ଚମ୍ପତ୍ ରାୟଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ରବିବାର ବସିଥିବା ଟ୍ରଷ୍ଟ ବୈଠକ ଏବଂ ମନ୍ଦିର ସମ୍ପର୍କରେ ଆକଳନ କରାଯାଇଥିବା ଖର୍ଚ୍ଚ ବଜେଟ୍ ସମ୍ପର୍କରେ ସୂଚନା ଦେଇ ଚମ୍ପତ୍ କହିଛନ୍ତି, ମନ୍ଦିର ପରିସରରେ ଅନ୍ୟ ଛୋଟବଡ଼ ୭ଟି ମନ୍ଦିର ମଧ୍ୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏସବୁ ମନ୍ଦିର ମହର୍ଷି ବାଲ୍ମିକୀ, ମହର୍ଷି ବଶିଷ୍ଠ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟଙ୍କ ସମେତ ନିଶାଦରାଜ, ମାତା ଶବରୀ ଏବଂ ଜଟାୟୁଙ୍କ ଉଦେ୍ଦଶ୍ୟରେ ନିର୍ମାଣ କରାଯିବ । ସେହିପରି ସାଧୁସନ୍ଥମାନଙ୍କ ପ୍ରତିମା ଆଦି ମଧ୍ୟ ଏଠାରେ ସ୍ଥାନିତ କରାଯିବ । ଏସମ୍ପର୍କରେ ଟ୍ରଷ୍ଟରେ ସାମିଲ ଥିବା କର୍ତ୍ତୃପକ୍ଷ ଦୀର୍ଘ ବିଚାରବିମର୍ଶ ପରେ ମିଳିତ ନିଷ୍ପତ୍ତି ନେଇଥିବା ଚମ୍ପତ୍ କହିଛନ୍ତି ।
ଚମ୍ପତ୍ଙ୍କ କହିବାନୁସାରେ ମନ୍ଦିରର ନିର୍ମାଣ କାର୍ଯ୍ୟ ୨ବର୍ଷ ଧରି ଜାରି ରହିଛି । କାର୍ଯ୍ୟ ଆରମ୍ଭରେ, ମନ୍ଦିର ନିର୍ମାଣ ପାଇଁ ନିର୍ମାଣ ଖର୍ଚ୍ଚ ସମ୍ପର୍କରେ ଆକଳନ କରାଯାଇପାରିନଥିଲା । କିନ୍ତୁ ସମୟ ଗଡ଼ିବା ସହ ବର୍ତ୍ତମାନ ସମୟରେ ଏକ ନିର୍ଦ୍ଦିଷ୍ଟ ଚିତ୍ର ସାମ୍ନାକୁ ଆସିପାରିଛି । ମନ୍ଦିର ନିର୍ମାଣ ପାଇଁ ଖର୍ଚ୍ଚ ହେବାକୁ ଥିବା ପରିମାଣ ୧୮ଠଠ କୋଟି ଛୁଇଁବ ବୋଲି ଆକଳନ କରାଯାଉଛି । ତେବେ ଆଗାମୀ ଦିନରେ ଏହି ଖର୍ଚ୍ଚ ସଂଶୋଧିତ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି ।
ପ୍ରକାଶ, ରବିବାରର ଟ୍ରଷ୍ଟ ବୈଠକରେ ମୋଟ୍ ୧୫ ସଦସ୍ୟଙ୍କ ମଧ୍ୟରୁ ୧୪ଜଣ ସାମିଲ ହୋଇଥିଲେ । ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ଟ୍ରଷ୍ଟ୍ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ, କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି, ସଦସ୍ୟ ଉଦୁପି ପୀଠାଧୀଶ୍ୱର ବିଶ୍ୱତୀର୍ଥ ପ୍ରସନ୍ନା·ର୍ଯ୍ୟ ଡକ୍ଟର ଅନୀଲ ମିଶ୍ର, ମହନ୍ତ ଦିନେନ୍ଦ୍ର ଦାସ, କାମେଶ୍ୱର ଚୌପାଲ୍ ଏବଂ ଜିଲ୍ଲାପାଳ ନୀତୀଶ କୁମାରଙ୍କ ସମେତ ମୋଟ୍ ୧ଠଜଣ ପ୍ରତ୍ୟକ୍ଷ ଭାବେ ଉକ୍ତ ବୈଠକରେ ଉପସ୍ଥିତ ଥିବା ବେଳେ ଅନ୍ୟ ଚାରିଜଣ ଭର୍ଚୁଆଲ୍ରେ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *