ନିରବଦ୍ରଷ୍ଟା ସାଜିଛି ବନବିଭାଗ

ଫସଲ ସୁରକ୍ଷା ପାଇଁ ଚାଷୀଙ୍କୁ ନିଦ ନାହିଁ
କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଦୀର୍ଘ ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି । ହାତୀ ଦାଉରୁ ଫସଲକୁ ସୁରକ୍ଷାଦେବା ପାଇଁ ଚାଷୀଙ୍କ ନିଦ ହଜିଥିବା ବେଳେ ବନବିଭାଗ କୌଣସି ପଦକ୍ଷେପ ନ ନେବାରୁ ଚାଷୀ ମାନେ ଆନେ୍ଦାଳନ କରିବାକୁ ନିଷ୍ପତି ନେଇଛନ୍ତି । ମହାବିରୋଡ ପଞ୍ଚାୟତ ଚାଷୀ ମାନେ ନିଜସ୍ୱ ଖର୍ଚ୍ଚରେ ଫସଲକୁ ସୁରକ୍ଷା ଦେବାକୁ ଜମି ଏବଂ ଗ୍ରାମ ଚାରି ପାଶ୍ୱର୍ରେ ସୋଲାର ତାର ଲଗାଇଛନ୍ତି । ଏହା ସହିତ ସୋଲାର ଝଟକା ମେସିନ ପାଇଁ ୧୩ ଟି ଚାଷୀ ସଙ୍ଘ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ବାରମ୍ବାର ଫସଲକ୍ଷତି ହେବା ନେଇ ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବାର ଗ୍ରାମର ପବିତ୍ର ସାହୁ, ରମେଶ ସାହୁ, କୈଳାସ ସାହୁ, ବେଣୁଧର ପଧାନ, ନିରଞ୍ଜନ ସାହୁ, ସୁରେନ୍ଦ୍ର ରାଉଳ, ତି୍ରନାଥ ରାଉଳ, ପରମାନନ୍ଦ ସାହୁ, କାଳିଆ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ବୈଠକ କରାଯାଇ ପ୍ରତିକାର କରିବାକୁ ଦାବି କରାଯାଇଛି । ଚାଷୀମାନଙ୍କର ସମସ୍ୟାର ସମାଧାନ କରା ନ ଗଲେ ସେମାନେ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ସହିତ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *