ଆଇସିୟୁ ଗୃହ ନିର୍ମାଣ ନାଁରେ ମୋରମ ଚାଲାଣ

ସୁକିନ୍ଦା (ଆପ୍ର): ଯାଜପୁର ଜିଲ୍ଲା ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିମୂଳକ କାର୍ଯ୍ୟ ତଥା ଅତ୍ୟାଧୁନିକ ଆଇସିୟୁ ଏବଂ ଓଟି ଗୃହ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ ଆଣ୍ଡ ବି ବିଭାଗ ପକ୍ଷରୁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ସୁକିନ୍ଦା ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜ ଘଡେଇ କିଛି ଦିନ ତଳେ ଏହାର ଉଦଘାଟନ କରିଥିଲେ । ଆର୍ ଆଣ୍ଡ ବି ବିଭାଗ ପକ୍ଷରୁ ଉକ୍ତ ଠିକା କାର୍ଯ୍ୟକୁ ଭୁବନେଶ୍ୱର ଏକ ଠିକା ସଂସ୍ଥାକୁ ପ୍ରଦାନ କରାଯାଇଥିବା ବେଳେ ଠିକାଦାର ଜଣକ ଇଚ୍ଛା ମୁତାବକ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ଗୃହ ନିର୍ମାଣ ସ୍ଥାନରେ ଅନେକ ବଡ଼ ବଡ଼ ଗଛ ଥିବା ବେଳେ ଜଙ୍ଗଲ ବିଭାଗର ବିନା ଅନୁମତିରେ ଠିକାଦାର ଜଣକ ଗଛ କାଟି ଦେଇଛନ୍ତି । ଏହାସହ ମେଡିକାଲ ପରିସରରୁ ପ୍ରତ୍ୟକ ଦିନ ଶହ ଶହ ଟ୍ରିପ୍ ମୋରମ ମାଟି ତାଡ଼ି ୨୦ ରୁ ୨୫ ଟି୍ରପ୍ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି ।
ମାସିକିଆ କିଛି ହାତଗୁଞ୍ଜ ନେଇ ଏହି ଚୋରା ମୋରମ ମାଫିଆମାନଙ୍କୁ ସୁକିନ୍ଦା ତହସିଲ କର୍ତ୍ତୃପକ୍ଷ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି । ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ଫୋନ ଯୋଗେ ସୁକିନ୍ଦା ତହସିଲଦାର, ଅତିରିକ୍ତ ତହସିଲଦାର, ଆର୍ଆଇଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ସୁକିନ୍ଦା ତହସିଲ ପକ୍ଷରୁ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାର କଥା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *