ବଡ଼ମାଧପୁରରେ ଚାଷୀ ସମାବେଶ

ଛତ୍ରପୁର (ଆପ୍ର): ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ମା’ କଣ୍ଠେରଣା ମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶରେ ବଡ଼ମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେ‡ୀ ସଭା ସଂଯୋଜନା କରିଥିଲେ । ଏଥିରେ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେ‡ୀ, କୃଷି ଅଧିକ୍ଷକ ଦୁର୍ଗା ମାଧବ ପ୍ରଧାନ, ଭିଏଡାବ୍ଲୁ ନିହାରିକା ପଣ୍ଡା, ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ରାଉତ, ଟାଟା ଫାଉଣ୍ଡେସନର ହରି ଜେନା, ଶିବ ଶଙ୍କର ସେଠୀ, ମହେଶ୍ୱର ପ୍ରଧାନ, ଚାଷୀ ନେତା ଆର୍ ସହଦେବ ରେ‡ୀ, ୱାର୍ଡ ସଭ୍ୟ କେ ବିଜୟ ରେ‡ୀ ଓ ଏସ୍ ସହଦେବ ରେ‡ୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିରେ କୃଷକ ଓଡ଼ିଶା ଡାଟା ବେସ ସମ୍ପର୍କରେ ବୁଝାଇ ପଞ୍ଜୀକରଣ କରିବା ପାଇଁ ସଚେତନତା ସୃଷ୍ଟି କରିବା ସହ ଗୋ-ସୁଗମ ମାଧ୍ୟମରେ ୫ଟି ବିଭାଗ ପକ୍ଷରୁ ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ସମସ୍ତ ପ୍ରକାରର ସୁବିଧା ପାଇପାରିବେ ବୋଲି କୃଷି ଅଧିକ୍ଷକ ଶ୍ରୀ ପ୍ରଧାନ କହିଥିଲେ । ବର୍ଷା ଜଳ ଜମିରୁ ନିଷ୍କାସନ ଏବଂ କେନାଲ ପାଣି କିପରି ପହଞ୍ଚି ପାରିବ ଏ ଉପରେ ଚାଷୀଙ୍କ ମତାମତ ନେଇ ଆବଶ୍ୟକ ଭିତ୍ତିଭୂମି ତିଆରି କରିବା ପାଇଁ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଉତ କହିଥିଲେ । ବଡ଼ମାଧପୁର ଗ୍ରାମର ଜମିଜମା ସେଟଲମେଣ୍ଟ ବ୍ୟବସ୍ଥାରେ ଦୀର୍ଘ ୪୦ ବର୍ଷ ହେଲା ବିଭିନ୍ନ ପ୍ରକାରର ସମସ୍ୟା ରହିଥିବାବେଳେ ତୁରନ୍ତ ଏହାର ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଭାରେ ଆଲୋଚନା ହୋଇଥିଲା । ଶେଷରେ ସର୍ବସମ୍ମତିକ୍ରମେ ବଡ଼ମାଧପୁର କୃଷକ ବିକାଶ ମଞ୍ଚ ଗଠନ କରାଯାଇଥିଲା । ଏଥିରେ ପ୍ରତ୍ୟେକ ସାହିର ଦୁଇ ଜଣ ଲେଖାଏଁ ସଭ୍ୟଙ୍କୁ ଚୟନ କରାଯାଇଥିଲା । ଏହି ସମାବେଶରେ ୫୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ସମାଗମ ହୋଇଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସମସ୍ତ ସିଆର୍ପି, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *