ଦୁଇ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ନକଲି ଔଷଧ କାରବାର ମାମଲା
କଟକ (ବୁ୍ୟରୋ): ନକଲି ଔଷଧ କାରବାର ଘଟଣାରେ ପୁରୀଘାଟ ଥାନାରେ ଦୁଇ ଅଭିଯୁକ୍ତ ଆଜି ଆତ୍ମସମର୍ପଣ କରିଛନ୍ତି । ଅଭିଯୁକ୍ତ ହେଉଛନ୍ତି ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସିର ମାଲିକ ରୋହିତ କୋଏଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ କୁମାର ଜଲାନ । ଏମାନଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ ନକଲି ବ୍ଲଡପ୍ରେସର ବା ରକ୍ତଚାପ ଔଷଧ କାରବାର ଘଟଣାରେ ଗତ ୯ ତାରିଖରେ ଏତଲା ଦେଇଥିଲେ । ପୁଲିସ ଏହି ଆଧାରରେ ତଦନ୍ତ କରି ଛାନ୍ଭିନ ଆରମ୍ଭ କରିବା ସହ ଉକ୍ତ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା । ଉଭୟ ଅଭିଯୁକ୍ତ ପୁଲିସର ତଦନ୍ତ ପରିସରଭୁକ୍ତ ନହେବା ପାଇଁ ଧର୍ମପନôୀଙ୍କ ନାମରେ ଏଜେନ୍ସୀର ଲାଇସେନ୍ସ କରିଥିଲେ । ତେବେ ଉଭୟ ଅଭିଯୁକ୍ତ ଫେରାର ହୋଇଯାଇଥିଲା ବେଳେ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ପୁଲିସ ଉଭୟ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ପଚରାଉଚା କରୁଛି ।
ଏହି ଘଟଣାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଜଣେ ସିନିୟର ଅଫିସରଙ୍କୁ ମାମଲାର ପରିଚାଳନା ଦ୍ୱାୟିତ୍ୱ ଦିଆଯାଇଛି । ଟିମ୍ ଘଟଣାସ୍ଥଳକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଆବଶ୍ୟକ ପଡ଼ିଲେ ଗୁରୁତ୍ୱପୂର୍ଣ୍ଣ ଡକୁ୍ୟମେଣ୍ଟ ପୁଲିସ ସିଜ କରିବ । ଏହି ନକଲି କାରବାର ଘଟଣାର ଚେର କେତେ ବାଟ ଲମ୍ବିଛି, ଏଥିରେ କେଉଁମାନେ ସାମିଲ ଅଛନ୍ତି ରାଜ୍ୟ ବାହାର ଲିଙ୍କ ରହିଛି କି ନାହିଁ ଏବଂ ଆଉ କେଉଁ କେଉଁ ଡ୍ରଗ୍ସ କାରବାର କରୁଛନ୍ତି କି ନାହିଁ ସେ ଉପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସିର ମାଲିକ ରୋହିତ କୋଏଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ କୁମାର ଜଲାନ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ବିହାରର ପାଟଣା, ଗୟା ସହରରୁ ହୃଦରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହି ନକଲି ଔଷଧ ଆଣିଥିଲେ । ଯାହା ଯାଞ୍ଚବେଳେ ଏହି ଦୁଇ ଷ୍ଟକିଷ୍ଟଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ନକଲି ଔଷଧ ତଥା ଟେଲମା-୪୦ ଓ ଟେଲମା-ଏଏମ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଜବତ କରିଥିଲା । ଏହି ଔଷଧ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏହା ନକଲି ବୋଲି ପ୍ରମାଣିତ ହୋଇଥିଲା । ଏହାପରେ ଡ୍ରଗ୍ସ କଣ୍ଟ୍ରେ୍ରାଲ ବିଭାଗ ପକ୍ଷରୁ ପୁୂରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାସହ କଟକ ଏସଡିଜେଏମ୍ଙ୍କ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଦୁଇଟି ଏଜେନ୍ସୀର ଲାଇସେନ୍ସ ବାତିଲ କରିଦେଇଥିଲେ । ତେବେ ଏହି ଏତଲା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଆଜି ଆତ୍ମସମର୍ପଣ କରିଛନ୍ତି ।