ହବିଷ୍ୟାଳୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କର
ହବିଷ୍ୟ ବ୍ରତ ସମ୍ପର୍କିତ ବୈଠକ
ପୁରୀ (ବୁ୍ୟରୋ): କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ପାଖରେ ହବିଷ୍ୟ ବ୍ରତ କରିବାକୁ ହବିଷ୍ୟାଳୀମାନେ ପୁରୀ ଆସିଥାନ୍ତି । ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା ବ୍ୟବସ୍ଥା, ଖାଇବା ଇତ୍ୟାଦିର ସୁ-ବନେ୍ଦାବସ୍ତ ବିଗତ ବର୍ଷମାନଙ୍କରେ କରାଯାଇଥିଲା । କରୋନା ପାଇଁ ଗତ ଦୁଇବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ହବିଷ୍ୟାଳୀଙ୍କ ପାଇଁ ପୁନଶ୍ଚ ଏହାର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ସର୍କିଟ ହାଉସ୍ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ୱୟ ରଖି ସୁଚାରୁରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ ହବିଷ୍ୟାଳୀଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚିସାହି ସ୍ଥିତ ମୁ୍ୟନିସ୍ପାଲଟି କଲ୍ୟାଣମଣ୍ଡପ ଠାରେ ରଖାଯିବ । ସେମାନଙ୍କର ପଞ୍ଜୀକରଣ ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଥିବାରୁ ତାହାର ଡାଟାବେସ୍କୁ ତ୍ୱରାନ୍ୱିତ କରାଯିବ । ଆବେଦନଗୁଡ଼ିକୁ ଯାଞ୍ଚ ପରେ ଯୋଗ୍ୟ ହବିଷ୍ୟାଳୀଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀଙ୍କର ରହିବା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ମହାପ୍ରସାଦ ସେବନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦୁ୍ୟତ ଯୋଗାଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦିର ମଧ୍ୟ ସୁବନେ୍ଦାବସ୍ତ କରାଯିବ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ୍) ଦିଲ୍ଲୀପ କୁମାର ମହାପାତ୍ର, ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ମନ୍ଦିର କମିଟି ସଦସ୍ୟ ବୃନ୍ଦ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ମାସ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ ଙ୍ଗଙ୍ଗଙ୍ଗ.କ୍ଟ୍ରଙ୍କକ୍ସସ.ଦ୍ଭସମ.ସଦ୍ଭ ସାଇଟ୍ରୁ ଫର୍ମପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ କ୍ଟକ୍ସସଗ୍ଧକ୍ଟଙ୍କକ୍ସକ୍ଟ୍ରଙ୍କକ୍ସସଶଜ୍ଞବସକ୍ଷ.ମକ୍ଟଜ୍ଞରେ ଅନ୍ଲାଇନ୍ ବା ଅଫ୍ଲାଇନ୍, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ । ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର ବା ମେଲ୍ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟପତ୍ର ନମ୍ବର, ଆବେଦନ ପତ୍ରରେ ଗୋଟିଏ ଓ ଅନ୍ୟ ଦୁଇଟି ପାସପୋର୍ଟ ସାଇଜ୍ ଫଟୋ ସହ ଆବେଦନ କରିପାରିବେ । ଆବେଦନକାରୀ ଡବଲ ଡୋଜ୍ କୋଭିଡ୍ ଟିକା ନେଇଥିବା ଜରୁରୀ ।