ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ

ଭବାନୀପାଟଣା, ୧୨ ।୯ (ଆପ୍ର): ପୁଣି ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ । ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ବନ୍ଧ ଭୁଶୁଡି ହଜାର ହଜାର ଏକର ·ଷ ଜମି ଜଳମଗ୍ନ ହୋଇଛି । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ବନ୍ଧ ସର୍ଗିଗୁଡା ଗ୍ରାମପଞ୍ଚାୟତ ପ୍ରଜାନାଗଫେଣି ଡଙ୍ଗରିପଡା ନିକଟରେ ରବିବାର ରାତିରେ ଭୁଶୁଡି ପଡିଥିଲା । ଦୁଇଦିନ ହେଲା ଅଞ୍ଚଳରେ ବର୍ଷା ଲାଗିରହିଥିବା ବେଳେ କେନାଲରେ ପାଣି ଜୋରରେ ପ୍ରବାହ ହେଉଥିଲା । ତେବେ ପୂର୍ବରୁ ଥିବା ଏକ ଗାତ ହୋଇ ଥିବାରୁ ଉକ୍ତ ଗାତରେ ପାଣି ପଶିବା ସହ ଶେଷରେ ୧୫ ଫୁଟର ବଡ଼ ଘାଇ ହୋଇଛି । ଏହି ଗାତକୁ ମରାମତି ପାଇଁ ସ୍ଥାନୀୟ ଲୋକେ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ । କିନ୍ତୁ କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଏପରି ଅବହେଳା ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ମିଳିଛି ।
କୋଟି କୋଟି ଟଙ୍କା ଖର୍ଚ୍ଚକରି କେନାଲର ରକ୍ଷଣାବେକ୍ଷଣ ହେଉଥିବାବେଳେ କେନାଲ ବାରମ୍ବାର ଭୁଶୁଡି ଯିବା ଘଟଣା କାର୍ଯ୍ୟ ଉପରେ ସନେ୍ଦହ ସୃଷ୍ଟି କରିଛି । ଫଳରେ କେନାଲ ବନ୍ଧ ଭୁଶୁଡି ପଡିଛି । ଏଠାରେ ବହୁ ଦିନରୁ କେନାଲ ବନ୍ଧ ଦୁର୍ବଳ ହେବା ସହ ପାଣିଝରୁ ଥିଲା, କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ପାଣି ଗାଁର କେତେ ଘରକୁ ପଶିଯିବା ସହ, ଶହ ଶହ ହେକ୍ଟର ·ଷଜମି ଜଳମଗ୍ନ ହୋଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ଏହାଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଶହଶହ ଏକର ·ଷ ଜମି ଜଳମଗ୍ନ ହୋଇଛି । ସୂଚନାରୁ ପ୍ରକାଶ ଯେ ଗତ ରାତି ପ୍ରାୟ ଗୋଟାଏ ବେଳେ ବାମ ମୁଖ୍ୟ କେନାଲରେ ଘାଇ ହେବା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହିତ ଡଙ୍ଗରିପଡାକୁ ସଂଯୋଗ କରୁଥିବା ସଡ଼କ ମଧ୍ୟ ବିଚ୍ଛିନ୍ନ ହୋଇ ଯାଇଛି । ଖବର ପାଇ ବିଭାଗୀୟ ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ପାଣି ବନ୍ଦ କରିବା ଲାଗି ମରାମତି କାର୍ଯ୍ୟ ଆରମ୍ଭ କରିବା ପାଇଁ ତତ୍ପରତା ଦେଖାଇ ଥିବା ସୂଚନା ମିଳିଛି କିଛି ଦିନ ପୂର୍ବରୁ ମଧ୍ୟ ବଗାଡ ଠାରେ କେନାଲ ଭାଙ୍ଗି ·ଷ ଜମିରେ ଜଳମଗ୍ନ ହୋଇଥିଲା । ଏପରି ବାରମ୍ବାର କେନାଲ ଭାଙ୍ଗିବା ଘଟଣା ସାଧାରଣରେ ·ଷୀକୁ କ୍ଷୁବ୍ଧ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *