ଟି-୨ଠ ସିରିଜ୍ ପାଇଁ ଭାରତୀୟ ଟିମ୍
ନୂଆଦିଲ୍ଲୀ, ୧୨ା୯ (ଏଜେନ୍ସି): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟ୍ୱେଣ୍ଟି ଟ୍ୱେଣ୍ଟି ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିସହିତ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ ପାଇଁ ମଧ୍ୟ ଟିମ୍ ଇଣ୍ଡିଆ ସ୍କ୍ୱାଡ୍ ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଉଭୟ ସିରିଜ୍ ଏବଂ ଟି-୨୦ ବିଶ୍ୱକପ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ ।
ଅଷ୍ଟ୍ରେଲିଆ ଗସ୍ତରେ ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ୍ ପାଇଁ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଛି । ଏଥର ଟିମ୍କୁ ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମରା, ହର୍ଷଲ ପଟେଲ ଫେରିଛନ୍ତି । ସେହିପରି ଦିନେଶ କାର୍ତ୍ତିକ ମଧ୍ୟ ସ୍ଥାନ ପାଇଛନ୍ତି ।
ଦ୍ଭ ଆଇସିସି ଟି-୨ଠ ବିଶ୍ୱକପ୍
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ (ୱିକେଟ କିପର୍), ଦିନେଶ କାର୍ତ୍ତିକ (ୱିକେଟ କିପର୍), ହାର୍ଦ୍ଧିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।
ଦ୍ଭ ଅଷ୍ଟ୍ରେଲିଆ ଟି-୨ଠ
ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ (ୱିକେଟ କିପର୍), ଦିନେଶ କାର୍ତ୍ତିକ (ୱିକେଟ କିପର୍), ହାର୍ଦ୍ଧିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ମହମ୍ମଦ ସାମି ଏବଂ ଦୀପକ ଚହର ।
ଦ୍ଭ ଦକ୍ଷିଣ ଆଫ୍ରିକା ପାଇଁ ଭାରତୀୟ ଟିମ୍
ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ (ୱିକେଟ କିପର୍), ଦିନେଶ କାର୍ତ୍ତିକ (ୱିକେଟ କିପର୍), ରବିଚନ୍ଦ୍ରନ ଅଶ୍ୱିନ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି ଓ ଦୀପକ ଚହର ।
ଦ୍ଭ ଟି-୨ଠ ବିଶ୍ୱକପ୍ ପାଇଁ ଷ୍ଟାଣ୍ଡବାଇ
ମହମ୍ମଦ ସାମୀ, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।
ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ । ଏଥିରେ ମୋଟ ୪୫ ମ୍ୟାଚ୍ ଖେଳାଯିବ । ଅକ୍ଟୋବର ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ପାକିସ୍ତାନ ମେଲବର୍ଣ୍ଣରେ ପରସ୍ପରକୁ ଭେଟିବେ । ଗ୍ରୁପ୍-୨ରେ ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଅଛନ୍ତି ।
ଏସିଆ କପ୍ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଅଧିକାଂଶ ଖେଳାଳିଙ୍କୁ ଟିମ୍ରେ ରଖାଯାଇଛି । ଏସିଆ କପ ପରି ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ । ବିରାଟ କୋହଲି ୩ ନମ୍ବର, ସୂର୍ଯ୍ୟକୁମାର ଯାଦବ ୪ ନମ୍ବର ଓ ହାର୍ଦ୍ଦିକ ପାଣ୍ଡ୍ୟା ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟାଙ୍କ ଫର୍ମ ଉପରେ ଭାରତୀୟ ଦଳର ମଧ୍ୟକ୍ରମ ନିର୍ଭର କରିବ । ସ୍ଲଗ ଓଭରରେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ବିଶ୍ୱକପରେ ଭାରତୀୟ ଦଳ ପାଇଁ ଉପଯୋଗୀ ସାବସ୍ୟ ହେବ । ବୋଲିଂ ସମ୍ଭାଳିବେ ବୁମରା, ଭୁବନେଶ୍ୱର କୁମାର, ଅର୍ଶଦୀପ ଓ ହର୍ଷଲ । ସ୍ପିନ ସମ୍ଭାଳିବେ ଅଶ୍ୱୀନ, ଚହଲ ଓ ଅକ୍ଷର ପଟେଲ ।