ନାବାଳକ ସହ ୮ ଲୁଟେରା ଗିରଫ

ବ୍ରହ୍ମପୁର (ବୁ୍ୟରୋ): ଟାଉନ୍ ଥାନା ଅଧୀନରେ ହୋଇଥିବା ୨ ଘରୁ ଚୋରି ଘଟଣାରେ ପୁଲିସ୍କୁ ମିଳିଛି ବଡ଼ ସଫଳତା । ଏହି ଘଟଣାରେ ଜଣେ ନାବାଳକ ସହ ୮ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ହୋଇଥିବା ୩୫୫ଗ୍ରାମ ସୁନା ଅଳଙ୍କାର ସହ ନଗଦ ୯୪ହଜାର ଟଙ୍କା ଜବତ ହୋଇଥିବା ଏସ୍ପି ଡ.ଶ୍ରବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ଚୋରି ସୁନା କିଣିବା ଅଭିଯୋଗରେ ୩ଜଣ ଗିରଫ ହୋଇଛନ୍ତି । ମୋଚିସାହି ନିକଟ ଖଣ୍ଡିଆ ମହଲା ସାହିର ଏସ୍.କେ ଜାକିର(୨୪), ଏସ୍.କେ ଇମ୍ରାନ ଓରଫ୍ ସିମୁ(୧୯), ଭୀମାରାଓପେଟା ଷଷ୍ଠ ଲାଇନ୍ର ଏସ୍.କେ ଜାକିର ଓରଫ୍ ଗୋଛୁ ଓରଫ୍ ସନୁ(୨୦), ଭୀମାରାଓପେଟା ଖାଜା ସାହିର ଏସ୍.କେ ନୁର(୨୨), ସୁନା କିଣିଥିବା ଗାନ୍ଧୀନଗର ଅଷ୍ଟମ ଲାଇନ୍ର ଏନ୍.ଅରୁଣ କୁମାର (୨୮), ବଡବଜାର ଥାନା ରଘୁନାଥ ସାହିର ଭୀ.ସାଇରାମ (୨୦) ଓ ବଡବଜାର ଥାନା ପଞ୍ଚୁଦେଉଳ ସାହିର କେ.ନାରାୟଣ ରାଓ ଆଚାରୀ(୪୬)କୁ ପୁଲିସ୍ ଗିରଫକରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକକୁ ବାଳ ସୁଧାର ଗୃହକୁ ପଠାଇଥିବା ଜଣାପଡିଛି ।
ସୋମନାଥନଗର ତୃତୀୟ ଲାଇନ୍ରେ ଗତ ୨୯ତାରିଖରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ୫୯୨ଗ୍ରାମର ସୁନା ଅଳଙ୍କାର ସହ ୧୧ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଟାଉନ୍ ଥାନାରେ ସୁଲୋଚନା ପାତ୍ର ନାମକ ଜଣେ ୬୩ବର୍ଷୀୟା ବୃଦ୍ଧା ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଏସ୍ପିଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଏସ୍ପି ଅସୀମ ପଣ୍ଡାଙ୍କ ନେତୃତ୍ୱରେ ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଗଠିତ ଟିମ୍ ତଦନ୍ତ ଜାରି ରଖିଥିଲେ । ସେହିଭଳି ଗତ ୫ ଓ ୬ ତାରିଖରେ ତୁଳସୀନଗର ସପ୍ତମ ଲାଇନ୍ର ସତ୍ୟନାରାୟଣ ପାଢ଼ୀଙ୍କ ପ୍ରଥମ ମହଲା ଘରୁ ତାଲା ଭାଙ୍ଗି ୫୦୦ଗ୍ରାମର ସୁନା ଅଳଙ୍କାର ସହ ନଗଦ ୫ହଜାର ଟଙ୍କା ଲୁଟ୍ କରି ନେଇଥିଲେ । ୨ଟି ଘଟଣାର ତଦନ୍ତ କରି ପୁଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଚୋରି ସାମଗ୍ରୀ ସବୁ ଗାନ୍ଧୀନଗରର ଏନ୍.ଅରୁଣକୁ ୪ଲକ୍ଷ ଟଙ୍କାରେ ବିକ୍ରି କରିବା ପରେ ଅରୁଣ କୁମାର ସେହି ସୁନା ଅଳଙ୍କାରକୁ ପୁଣି କେ.ନାରାୟଣ ରାଓ ଓ ଭି.ସାଇରାମକୁ ୪ ଲକ୍ଷ ୧୦ ହଜାରରେ ବିକ୍ରି କରି ଦେଇଥିଲା । ଚୋରି ଅଳଙ୍କାର ମଧ୍ୟରୁ ୩୫୫ଗ୍ରାମ ସୁନା ଜବତ ହୋଇଛି । ଏକ ବାଇକ୍ ସହ ଲୁଟ୍ ଅଳଙ୍କାର ଜବତ କରିବା ସହ ସତ୍ୟନାରାୟଣ ପାଢ଼ୀଙ୍କ ଲୁଟ୍ ହୋଇଥିବା ଏସ୍ବିଆଇ ଏଟିଏମ୍ କାର୍ଡକୁ ମଧ୍ୟ ପୁଲିସ୍ ଜବତ କରିଛି । ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *