ଷ୍ଟିଲ୍ ସିଟିରେ ଜାଲ୍ନୋଟ୍ ରାକେଟ୍

ରାଉରକେଲା, ୧୧ା୯ (ଆପ୍ର): ଷ୍ଟିଲ୍ ସିଟି ରାଉରକେଲାରୁ ଠାବ ହୋଇଛି ଆନ୍ତଃରାଜ୍ୟ ଜାଲନୋଟ୍ କାରବାର ରାକେଟ୍ । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଓ ରାଉରକେଲା ପୁୁଲିସ ମିଳିତ ଭାବେ ସେକ୍ଟର ୧୭ ଅଞ୍ଚଳସ୍ଥିତ ୨୩୧ ନମ୍ବର କ୍ୱାର୍ଟର୍ସରେ ଚଢ଼ାଉ କରି ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛନ୍ତି । ସେକ୍ଟର ୧୫ ଥାନାରେ ଏସମ୍ପର୍କରେ ଆଇପିସିର ଦଫା ୪୮୯-ଏ/ବି/ସି//ଡି ଏବଂ ୧୨ଠ(ବି) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।
ଜାଲନୋଟ୍ କାରବାର କରୁଥିବା ଅଭିଯୁକ୍ତ ସେକ୍ ଅହମ୍ମଦକୁ ଗିରଫ କରାଯାଇଛି । ଏଥିସହିତ ଲାପଟପ, କଲର ପ୍ରିଣ୍ଟର ଏବଂ ଜାଲ ନୋଟ ଛପାଇବା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଜାଲ ନୋଟ୍ କାରବାରର ଚେର ଦିଲ୍ଲୀରୁ ରାଉରକେଲା ଲମ୍ବିଥିବା ସନେ୍ଦହ କରାଯାଉଛି । ଏସଂପର୍କରେ ଅଧିକ ତଦନ୍ତ ଚାଲିଛି ଓ ସେକ୍ ସହିତ ଆଉ କେଉଁମାନେ ଅଛନ୍ତି ତାହା ଜଣାପଡ଼ିବ ବୋଲି ବୋଲି ପୁଲିସ କହିଛି ।
ଦିଲ୍ଲୀର ବଦରପୁର ଥାନା ଅଞ୍ଚଳ ନିବାସୀ ସେକ୍ ଏଠାରେ ରହି ଦୀର୍ଘଦିନ ହେଲା ନକଲି ନୋଟ୍ କାରବାର ଚଳାଇଆସୁଥିଲା । ଏସ୍ଟିଏଫ୍ ଟିମ୍ ବିଶେଷ ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଅଭିଯୁକ୍ତକୁ ପଚରା ଉଚରା କରାଯାଉଛି । ଏସ୍ଟିଏଫ୍ ଏସ୍ପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି, ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୁରାକ୍ ମିଳିବା ପରେ ରାଉରକେଲା ପୁଲିସ୍ ସହାୟତାରେ ଚଢ଼ଉ କରାଯାଇଥିଲା । ମାଷ୍ଟରମାଇଣ୍ଡକୁ ଧରିବା ଉଦ୍ୟମ ଜାରି ରହିଛି ।
ଗତ ୧ଠ ବର୍ଷ ଭିତରେ ଓଡ଼ିଶାରୁ ୧ଠ କୋଟି ୪ଠ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି ଏବଂ ଏ ସମ୍ବନ୍ଧରେ ୧୮ଠରୁ ଅଧିକ ମାମଲା ରୁଜୁ ହୋଇଛି । ୩୨୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ସ୍ଥଳେ ୧୧ଠ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ୨ଠ୧୬ରେ ୪ଠ ଲକ୍ଷ, ୨ଠ୧୭ରେ ୪୧ ଲକ୍ଷ, ୨ଠ୧୯ରେ ୨୮ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ କରାଯାଇଥିଲା । ଗତ ବର୍ଷ ଏସ୍ଟିଏଫ୍ ଦ୍ୱାରା ୭ କୋଟି ୯ଠ ଲକ୍ଷ ଟଙ୍କାର ଜାଲ୍ ନୋଟ୍ କୋରାପୁଟ ଜିଲ୍ଲାର ପଟାଙ୍ଗୀ ଠାରୁ ଜବତ କରାଯାଇଥିଲା । ଚଳିତ ବର୍ଷ ଜୁଲାଇରେ ଏସ୍ଟିଏଫ୍ ୨୯ ଲକ୍ଷ ୪୧ ହଜାର ଟଙ୍କାର ନକଲି ନୋଟ୍ ଜବତ ସହ ୪ ଜଣଙ୍କୁ ଗିରଫ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *