ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତ

ନରସିଂହପୁର (ମଧ୍ୟପ୍ରଦେଶ), ୧୧ା୯: ଜ୍ୟୋତିର୍ମଠ ବଦ୍ରୀନାଥ ଓ ଶାରଦା ପୀଠ ଦ୍ୱାରକାର ଶଙ୍କରଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ରବିବାର ୯୮ ବର୍ଷ ବୟସରେ ପରଲୋକ ଘଟିଛି । ନରସିଂହପୁର ଜିଲ୍ଲାର ଝୋତେଶ୍ୱରସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ତାଙ୍କୁ ହୃଦ୍ଘାତ ହୋଇଥିଲା । ଅପରାହ୍ନ ୩ଟା ୫ଠରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ବହୁଦିନ ଧରି ସେ ଅସୁସ୍ଥ ଥାଇ ବେଙ୍ଗଲୁରୁରେ ଚିକିତ୍ସିତ ହେଉଥିଲେ । କିଛିଦିନ ପୂର୍ବେ ଶଙ୍କରାଚାର୍ଯ୍ୟ ଆଶ୍ରମକୁ ଫେରିଥିଲେ । ସୋମବାର ସନ୍ଧ୍ୟା ୫ଟାରେ ଆଶ୍ରମରେ ହିଁ ତାଙ୍କୁ ଭୂ-ସମାଧି ଦିଆଯିବ ।
ବିବାଦୀୟ ବିବୃତିକୁ ନେଇ ଚର୍ଚ୍ଚାରେ ଥିବା ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ରାମମନ୍ଦିର ନିର୍ମାଣ ପାଇଁ ବହୁବର୍ଷ ଅଦାଲତରେ ଲଢ଼ିଥିଲେ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବହୁବାର ସମାଲୋଚନା କରିଥିଲେ । ଆର୍ଏସ୍ଏସ୍ର ସ୍ୱରୂପ ବଦଳାଇ ଦିଆଯିବା ଉପରେ ସେ ବୟାନ୍ ଦେଇଥିଲେ । ସେ ହିଁ ତାଜମହଲ ତଳେ ଶିବଲିଙ୍ଗ ଥିବା କଥା କହିଥିଲେ ।
ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଜନ୍ମନାମ ଥିଲା ପୋଥୀରାମ ଉପାଧ୍ୟାୟ । ୯ ବର୍ଷ ବୟସରେ ସେ ଘରଛାଡ଼ି ଆରମ୍ଭ କରିଥିଲେ ଧର୍ମଯାତ୍ରା । କାଶୀରେ ପହଞ୍ଚô ବ୍ରହ୍ମଲୀନ ଶ୍ରୀ ସ୍ୱାମୀ କରପାତ୍ରୀ ମହାରାଜଙ୍କ ଠାରୁ ବେଦ-ବେଦାଙ୍ଗ ଓ ଅନ୍ୟାନ୍ୟ ଶାସ୍ତ୍ର ଶିକ୍ଷାଲାଭ କରିଥିଲେ । ୧୯୪୨ରେ ଭାରତଛାଡ଼ ଆନେ୍ଦାଳନ ହେବାରୁ ସ୍ୱାମୀ ସ୍ୱରୂପାନନ୍ଦ ସେଥିରେ ଯୋଗଦେଇ ଦୁଇଥର ଜେଲ୍ ଯାଇଥିଲେ । ୧୯୫ଠରେ ତାଙ୍କୁ ଦଣ୍ଡି ସନ୍ନ୍ୟାସୀ ଘୋଷଣା କରାଯାଇଥିଲା । ଜ୍ୟୋତିର୍ମଠ ପୀଠର ବ୍ରହ୍ମଲୀନ ଶଙ୍କରାଚାର୍ଯ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଠାରୁ ଦଣ୍ଡ ସନ୍ନ୍ୟାସ ଦୀକ୍ଷା ନେଇ ସେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ନାମରେ ପରିଚିତ ହୋଇଥିଲେ । ୧୯୮୧ରେ ତାଙ୍କୁ ମିଳିଥିଲା ଶଙ୍କରାଚାର୍ଯ୍ୟ ଉପାଧି । କିନ୍ତୁ ୨ଠ୧୭ରେ ବଦି୍ରକାଶ୍ରମର ଶଙ୍କରାଚାର୍ଯ୍ୟ ପଦବୀକୁ ନେଇ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଓ ସ୍ୱାମୀ ବାସୁଦୋନନ୍ଦ ସରସ୍ୱତୀଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଆହ୍ଲାବାଦ ହାଇକୋର୍ଟ ସ୍ୱାମୀ ସ୍ୱରୂପାନନ୍ଦଙ୍କୁ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ରାୟ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *