୨ ଡିଷ୍ଟ୍ରିବୁ୍ୟଟରଙ୍କ ଲାଇସେନ୍ସ ରଦ୍ଦ
କଟକ ୧୧ ।୯(ବୁ୍ୟରୋ): ନକଲି ଓ ଅପମିଶ୍ରିତ ଔଷଧ କାରବାର ଘଟଣାରେ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏନ ପକ୍ଷରୁ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଡିଷ୍ଟ୍ରିବ୍ୟୁଟର ଭି.ଆର୍ ଏଜେନ୍ସୀ ଓ ପୂଜା ଏଣ୍ଟରପ୍ରାଇଜେସକୁ ସଂଘରୁ ବାହାର କରି ଦିଆଯାଇଛି । ସେମାନଙ୍କ ଲାଇସେନ୍ସ ରଦ୍ଦ ହୋଇଛି । ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।
ଏହି ଦୁଇ ଡିଷ୍ଟ୍ରିବୁ୍ୟଟର ନକଲି ମେଡିସିନ୍ ଆଣି ବଜାରକୁ ଛାଡ଼ିଥିବା ପ୍ରମାଣ ପାଇବା ପରେ ଗତକାଲି ଡ୍ରଗ୍ସ କଣ୍ଟ୍ରେ୍ରାଲ ବିଭାଗ ପୁୂରୀଘାଟ ଥାନାରେ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ଏହି ଘଟଣାରେ ଡିସିପି ପିନାକ ମିଶ୍ର କହିଛନ୍ତି ଉଭୟ ଏଜେନ୍ସୀ ବିରୋଧରେ ଦୁଇଟି ମାମଲା ରୁଜୁ କରାଯାଇ ଅନୁସନ୍ଧାନ ଆରମ୍ଭ କରାଯାଇଛି । ମାତ୍ର ଉଭୟ ଔଷଧ ହୋଲସେଲର ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ହେବା ପୂର୍ବରୁ ଫେରାର ହୋଇଯାଇଛି । ତେବେ କମିଶନରେଟ ପୁଲିସ ମାମଲାକୁ ଗୁରୁତର ସହ ନେଇ ଏହି ଘଟଣାରେ ସ୍ୱତନ୍ତ୍ର ଅଫିସରମାନଙ୍କୁ ନିଯୁକ୍ତି କରାଯାଇଛି । ଫେରାର ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଡ଼ିସିପି ପିନାକ ମିଶ୍ର କହିଛନ୍ତି । ସେ ପୁଣି କହିଛନ୍ତି ଅଭିଯୁକ୍ତମାନଙ୍କର ଗିରଫଦାରୀ ପରେ ଏହି ନକଲି କାରବାର ଘଟଣାର ଚେର କେତେ ବାଟ ଲମ୍ବିଛି, ଏଥିରେ କେଉଁମାନେ ସାମିଲ ଅଛନ୍ତି ରାଜ୍ୟ ବାହାର ଲିଙ୍କ ରହିଛି କି ନାହିଁ ସେ ଉପରେ ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି । ଏହାଛଡ଼ା ଏଥିରେ ଅର୍ଥନୈତିକ କାରବାର ଥିବାରୁ ଆବଶ୍ୟକ ହେଲେ ତାଙ୍କର ଏଜେନ୍ସୀ ଲାଇସେନ୍ସ ରଦ୍ଦ କରିବା ସହିତ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବ କମିଶନରେଟ ପୁଲିସ କହିଛନ୍ତି । ଅନ୍ୟପକ୍ଷରେ ଏହି ନକଲି ଔଷଧ କାରବାରରେ ୩୦ ଲକ୍ଷ ଟଙ୍କାର ଔଷଧ ମାର୍କେଟରୁ ଫେରାରଇ ଅଣାଯାଇଥିବାବେଳେ ଏହି ନକଲି ଔଷଧ ଯେପରି ସାଧାରଣ ଲୋକଙ୍କ ପାଖରେ ନ ପହଞ୍ଚିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ।
ସୂଚନାଯୋଗ୍ୟ, ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସୀର ମାଲିକ ରୋହିତ କୋଏଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ କୁମାର ଜଲାନ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ବିହାରର ପାଟଣା, ଗୟା ସହରରୁ ହୃଦରୋଗୀ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଏହି ନକଲି ଔଷଧ ଆଣିଥିଲେ । ଯାହା ଯାଞ୍ଚବେଳେ ଏହି ଦୁଇ ଷ୍ଟକିଷ୍ଟଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ନକଲି ଔଷଧ ତଥା ଟେଲମା-୪୦ ଓ ଟେଲମା-ଏଏମ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଜବତ କରିଥିଲା । ଏହି ଔଷଧ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏହା ନକଲି ବୋଲି ପ୍ରମାଣିତ ହୋଇଥିଲା । ଏହାପରେ ଗତକାଲି ଡ୍ରଗ୍ସ କଣ୍ଟ୍ରେ୍ରାଲ ବିଭାଗ ପକ୍ଷରୁ ପୁୂରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାସହ କଟକ ଏସଡିଜେଏମ୍ଙ୍କ କୋର୍ଟରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଦୁଇଟି ଏଜେନ୍ସୀର ଲାଇସେନ୍ସ ବାତିଲ କରାଯାଇଛି । ତେବେ ଏହି ଏତଲା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛି । ତେବେ ଏନେଇ ପୁଲିସ ଦୁଇଟି ଏଜେନ୍ସୀ କାର୍ଯ୍ୟାଳୟକୁ ଯାଇ ଛାନ୍ଭିନ ଆରମ୍ଭ କରିବା ସହ ଉକ୍ତ ସଂସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି । ଏହାସହ ଡ୍ରଗସ କଣ୍ଟ୍ରୋଲ ଟିମ୍ ଯେଉଁ ସବୁ ଟ୍ରେଡିଂ ବିଲ୍ ଜବତ କରିଛି ସେ ସବୁ ଯାଞ୍ଚ କରିବ । ଏଥିସହିତ ଅଭିଯୁକ୍ତମାନେ ଫେରାର ଥିବାରୁ ସେମାନଙ୍କର କଲ ଟ୍ରେସ କରାଯାଇ ଗିରଫ କରାଯିବ ବୋଲି ସୂଚନା ମିଳିଛି ।