ୟୁରୋପରେ ଆଉ ଏକ ଯୁଦ୍ଧର ବାଦଲ

ତୁର୍କୀ ଜାହାଜ ଉପରେ ଗ୍ରୀସ୍ର ଆକ୍ରମଣ
ଅଙ୍କାରା (ଏଜେନ୍ସି): ରୁଷ-ୟୁକ୍ରେନ୍ ଯୁଦ୍ଧ ସରିନଥିବାବେଳେ ୟୁରୋପରେ ଆଉ ଏକ ଯୁଦ୍ଧର ସୂତ୍ରପାତ ହୋଇଛି । ପୂର୍ବ ଭୂମଧ୍ୟସାଗରରେ ତୁର୍କୀ ଓ ଗ୍ରୀସ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୁଦ୍ଧ ଆଡ଼କୁ ମୁହାଁଇଛି । ଗ୍ରୀସ୍ର ତଟରକ୍ଷୀ ଜାହାଜରେ ମୁତୟନ ଥିବା ସୈନିକମାନେ ଏଜିୟନ ସମୁଦ୍ରରେ ତୁର୍କୀର ଏକ ମାଲ୍ବାହୀ ଜାହାଜକୁ ବୁଡ଼ାଇଦେଇଛନ୍ତି । ବୋଜକାଡ଼ା ଦ୍ୱୀପ ନିକଟରେ ଗ୍ରୀକ୍ ସୈନିକମାନେ ଶନିବାର ତୁର୍କୀ ଜାହାଜକୁ ଟାର୍ଗେଟ୍ କରି ଗୁଳି କରିଥିଲେ ।
କିଛି ସପ୍ତାହ ହେଲା ଦୁଇ ଦେଶ ପରସ୍ପରକୁ ଧମକ ଦେଇ ଆସୁଥିଲେ । ତୁର୍କୀ ସରକାର ପଡ଼ୋଶୀ ଗ୍ରୀସ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ ବୋଲି ଚେତାବନୀ ଦେଇଥିଲେ । ତୁର୍କୀ ସରକାର ଅଭିଯୋଗ କରିଛନ୍ତି ଏଜିୟନ୍ ତଟବର୍ତ୍ତୀ ଦ୍ୱୀପ ଗୁଡ଼ିକରେ ଗ୍ରୀସ୍ର ସେନା ଉପସ୍ଥିତି ଦ୍ୱାରା ଆନ୍ତର୍ଜାତିକ ଚୁକ୍ତିର ଉଲ୍ଲଙ୍ଘନ ହେଉଛି । ଅପରପକ୍ଷେ, ଗ୍ରୀସ୍ କହିଛି, ସେ ତା’ର ପୂର୍ବାଞ୍ଚଳ ଅନ୍ତର୍ଗତ ଦ୍ୱୀପଗୁଡ଼ିକର ସୁରକ୍ଷା ଲାଗି ସେନା ମୁତୟନ କରିଛି । ଉଲ୍ଲେଖଯୋଗ୍ୟ ଯେ, ଉଭୟ ତୁର୍କୀ ଓ ଗ୍ରୀସ୍ ନାଟୋ ମେଣ୍ଟର ସଦସ୍ୟ । ଏହି ମେଣ୍ଟର ନେତୃତ୍ୱ ନେଉଛି ଆମେରିକା । କିନ୍ତୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ୁଥିବାରୁ ୟୁରୋପରେ ଆଉ ଏକ ଯୁଦ୍ଧ ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ୧ଠଠ ବର୍ଷ ପୂର୍ବେ ତୁର୍କୀ ଓ ଗ୍ରୀସ୍ ମଧ୍ୟରେ ଏଜିୟନ୍ ସାଗର ଅନ୍ତର୍ଗତ ଦ୍ୱୀପ ପାଇଁ ଚାରି ବର୍ଷ କାଳ ଯୁଦ୍ଧ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *