ସ୍ୱାଧୀନତାର ୭୫ବର୍ଷ ପରେ ବି ଅବହେଳିତ
ଶିଳ୍ପାଞ୍ଚଳର ଅନ୍ଧାରୀ ମୂଲକ ଧୂଳିଗଡ଼ର ସହରସାହି
ଦାନଗଦୀ (ଅପ୍ରା): ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ସହର ସାହି । ସାମାନ୍ୟ ବର୍ଷା ହେଲେ ଯିବା ଆସିବା ବନ୍ଦ ସହରସାହି । ଶିଳ୍ପନଗରୀକୁ ଲାଗି ଧୂଳିଗଡ଼ ପଞ୍ଚାୟତର ମାନଗୋବିନ୍ଦପୁର ସହରସାହି । ଏହି ସାହି ଟି ଦୀର୍ଘ ୨୦ ବର୍ଷ ହେଲା ଗଢିଉଠିଛି । ଦୁର୍ଭାଗ୍ୟର କଥା ଦୀପ ତଳ ଅନ୍ଧାର ପରି ଏଠିକାର ବାସିନ୍ଦା ମାନେ ନାନା ଦୁଃଖ ଦୁର୍ଦଶାରେ ଦିନ କାଟୁଛନ୍ତି । ଏହି ସାହିର ଘର ସଂଖ୍ୟା ୭୦ ରୁ ଉର୍ଦ୍ଧ ହେବ । ସମସ୍ତେ ଆଦିବାସୀ ବର୍ଗର ଦିନ ମଜୁରିଆ ଭାବେ କାମ କରନ୍ତି । ଦୀର୍ଘ ବର୍ଷ ହେଲା ଏହି ସାହିର ଶିଶୁ ମାନଙ୍କ ପାଇଁ ଅଙ୍ଗନୱାଡି ଆସିଛି କିନ୍ତୁ ଘର ଅଧର୍ନିମିତ ହୋଇ ପଡିଛି ।
ମୁଖ୍ୟ ସମସ୍ୟା ହେଲା ଏହି ସାହିକୁ ରାସ୍ତା ଟିଏ ନାହିଁ, ସାମାନ୍ୟ ବର୍ଷା ହେଲେ କଥା ସାରିଲା, କାଦୁଅ ଅଣ ଓସାରିରେ ପାଦ ଚଲା ବାଟରେ ସମସ୍ତେ ଚାଲିକି ଆସିବା କଷ୍ଟକର ହୋଇଯାଏ । ୧ କମି ଦୂରରେ ଥିବା ମାନଗୋବିନ୍ଦପୁର ବିଦ୍ୟାଳୟକୁ ପାଠ ପଢି ଯାଇପାରନ୍ତି ନାହିଁ ଏଠାକାର ପିଲେ । ସାହିକୁ ଜରୁରୀ ଆମ୍ବୁଲାନ୍ସ ଜିବାତ ସମ୍ଭବ ହି ନୁହେଁ । ଲୋକଙ୍କ ମୁଣ୍ଡ ଗୁଞ୍ଜିବାବାକୁ ପକ୍କା ଘରଟିଏ ବି ନାହିଁ । ସେଇ ଚାଳ କୁଡ଼ିଆ ଭାଙ୍ଗା ଘର ଭିତରେ ପାଣି ଗଳୁଛି ତ ପୁଣି ଜରି ପାଲ ମାରି ଦୟନୀୟ ଅବସ୍ଥାରେ ରହୁଛନ୍ତି । କାହାର ଗୋଟେ ବି ଆବାସ ଯୋଜନାରେ ଘର ନାହିଁ । ଏହି ସହର ସାହିରେ ପିଇବା ପାଣିର ବହୁତ ସମସ୍ୟା ରହିଛି । ନଳକୂପ ଅଛି କିନ୍ତୁ ପାଣି ପିଇବା ଉପଯୋଗୀ ନୁହେଁ ଲୁହା ମିଶା ଧୂଳି ପାଣି ବାହାରୁଛି । କାରଣ ସୁକିନ୍ଦା ରୋଡ ରେଳ ସାଇଡକୁ ଲାଗି ଥିବାରୁ ବାୟୁ ଓ ଭୂତଳ ଜଳ ପ୍ରଦୂଷିତ, ଗୋଟେ ନଳ କୂପରେ ପାଣି ପାଇଁ ନାହିଁ ନ ଥିବା ଭିଡ ଜମୁଛି । ବାରମ୍ବାର ବିଡିଓ ଓ ନେତାଙ୍କୁ କହିବି କିଛି ଲାଭ ନାହିଁ । ଖାଲି ଏ ବର୍ଷ ହୋଇଯିବ ଅଳ୍ପ ଦିନେ ହୋଇଯିବ ପ୍ରତିଶୃତି ଦେଉଛନ୍ତି । ଏହି ସହର ସାହିର ମୌଳିକ ସୁବିଧା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।