କଳାହୀରାର ସହର ଅବସ୍ଥା ସୁଧୁରିବ କେବେ?
ତାଳଚେର (ଆପ୍ର): ସ୍ୱାଧୀନତା ୭୬ ବର୍ଷ ଭିତରେ ବଦଳିଛି ସମୟ, ବଦଳିଛି ଲୋକଙ୍କ ଜୀବନଶୈଳୀ, ଦେଶ ରାଜ୍ୟର ଆର୍ଥିକ ବୃଦ୍ଧିରେ ତାଳଚେର ଦେଇଛି ଅତୁଳନୀୟ ସହଯୋଗ ବୋଲି ସଭିଏଁ ମାନୁଛନ୍ତି କିନ୍ତୁ, ବଦଳି ନାହିଁ ତାଳଚେରବାସୀଙ୍କ ଜୀବନ ଯାତ୍ରା । ତାଳଚେର ମାଟିର ବୀରପୁରଷଙ୍କ ବଳିଦାନ ଓ ଦେଖିଥିବା ସେମାନଙ୍କ ସ୍ୱପ୍ନ ବ୍ୟର୍ଥ ହେବାକୁ ଯାଉଛି । ଦିନକୁ ଦିନ ମୌଳିକ ସୁବିଧା କ୍ଷୂଣ୍ଣ ହେବା ସାଥିରେ ·ରିଆଡ଼େ ନୈରାଶ୍ୟ । କେବଳ ୩୦ବର୍ଷ ସାଂସଦ ମହେଶ ସାହୁ ଏବଂ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱ ତାଳଚେରକୁ ସମ୍ଭାଳିଛନ୍ତି । ଏହି ଯୁଗକୁ ତାଳଚେର ମଧ୍ୟରେ ବିକାଶ କ୍ଷେତ୍ରରେ ବିପ୍ଳବ ଆସିଥିଲା ବୋଲି ଅନେକଙ୍କ ମତ, ତେଣୁ ଏହି ସମୟକୁ ତାଳଚେର ଯୌବନ ବା ନବକଳେବର ସମୟ ବୋଲି କୁହନ୍ତି । କିନ୍ତୁ ଆଜି ତାଳଚେର ସବୁ କ୍ଷେତ୍ରରେ ବିପର୍ଯ୍ୟସ୍ତ ହୋଇ ବୁଡ଼ିବାକୁ ବସିଲାଣି ।
ଏଠି ନାହିଁ ସ୍ୱାସ୍ଥ୍ୟସେବା, ନାହିଁ ଶିକ୍ଷାର ମୌଳିକ ଅଧିକାର, ନାହିଁ ଗମନାଗମନର ସୁବିଧା ଆଜି ଏଠିକାର ଅଧିବାସୀ ଧୂଳିଧୂଆଁରେ ନିଷ୍ପେଷିତ ହୋଇ କିଏ ଗାଡ଼ିତଳେ ·ପି ହୋଇ ଅକାଳରେ ଝଡ଼ି ପଡ଼ୁଥିବା ବେଳେ ଆଉ କେହି ମାରାତ୍ମକ ରୋଗରେ ଛଟପଟ ହୋଇ ଭଗବାନଙ୍କୁ ଆଶ୍ରାକରି ଜୀବନ ଅତିବାହିତ କରି·ଲିଥାନ୍ତି । ଅଧିକାଂଶ ଭିଟ୍ଟାମାଟି ହରାଇ ନିଜ ମା’ମାଟି ଛାଡ଼ି ବହୁ ଦୂରକୁ ·ଲିଯାଇଥିବା ବେଳେ ଆଉ କେହି ଏଠି ଜୀବନ ସହ ଅହରହ ସଂଗ୍ରାମ କରି·ଲିଛନ୍ତି । କେବେ ବଦଳିବ ତାଳଚେରର ଭାଗ୍ୟ କିଏ କରିଦେବ ପୂର୍ବଜଙ୍କ ସ୍ୱପ୍ନ ସାକାର ଓ କିଏ ଦେବ ଏବେ ସାଧାରଣଙ୍କ ମୌଳିକ ଅଧିକାର । ବଅଁରପାଳ ଠାରୁ କଣିହାଁ ଜାତୀୟ ରାଜପଥକୁ ଆବଶ୍ୟକ ସ୍ଥଳେ ଫ୍ଲାଏ ଓଭରବ୍ରିଜ୍ ଓ ୪ଥାକିଆ କିମ୍ବା ୬ଥାକିଆ ରାସ୍ତା । ତାଳଚେର ମେଡ଼ିକାଲ କଲେଜକୁ ରାଜ୍ୟ ସରକାର କେବେଳ ହାତକୁ ନେବେ ଏଯାଏ ତାର ଅଗ୍ରଗତି ନେଇ କୌଣସି ଚିହ୍ନବର୍ଣ୍ଣ ଶୁଣା ଯାଉ ନାହିଁ । ତାଳଚେର ମିନି ଏରୋଡ଼୍ରମ ଫିଲ୍ଡ୍, ଷ୍ଟାଡ଼ିୟମ, ରାଣୀପାର୍କ ପାଚେରୀ, ମିନିନନ୍ଦକାନନ, ବିଜୁପାର୍କ, କୋଲମୁ୍ୟଜିୟମ, ବସଷ୍ଟାଣ୍ଡର ଉନ୍ନତିକରଣ ସାଙ୍ଗକୁ ରେଙ୍ଗାଳୀଠାରୁ ଭାୟା ଓ ତାଳଚେର ଦେଇ ଭୁବନେଶ୍ୱର ଓ ସମ୍ବଲପୁର ପର୍ଯ୍ୟନ୍ତ ସରକାରୀ ବସ୍ ଚଳାଚଳ, ଟ୍ରକ ଟର୍ମିନାଲ, ସରକାରୀ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ଯନ୍ତ୍ରପାତି ସାଙ୍ଗକୁ କର୍ମ·ରୀ ଅଭାବ, ହାଟତୋଟା ଠାରେ ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ବହୁପୂରାତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ । ରେଳ ତଥା ସଡ଼କ ପଥ ଅଲଗା କରି ଆବଶ୍ୟକ ସ୍ଥଳରେ ଆଲୋକୀକରଣ କରି ବ୍ରିଜ୍ ଓ ସତ୍ୱେ ବ୍ୟବସ୍ଥା, ତାଳଚେର ଓ କଣିହାଁରେ କେନ୍ଦ୍ରୀ ବିଦ୍ୟାଳୟ ସ୍ଥାପନ କରିବା ସହିତ, ପୂର୍ବରୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି, ତାଳଚେର ଉପଖଣ୍ଡ ସହର ତଥା ଗ୍ରାମାଞ୍ଚଳଗୁଡ଼ିକର ରାସ୍ତା ସହିତ ଆଲୋକୀକରଣ ଓ ଛୋଟଛୋଟ ବ୍ରିଜ୍ ଗୁଡ଼ିକ ପୁନରୁଉଦ୍ଧାର, ତାଳଚେର ମା’ ଅଧିଷ୍ଠାତ୍ରୀ ଦେବୀ ହିଙ୍ଗୁଳାଙ୍କ ପୀଠ ପର୍ଯ୍ୟନ୍ତ ସିଧାସଳଖ ପ୍ରଶସ୍ତ ରାସ୍ତା ସାଙ୍ଗକୁ ଆଲୋକୀକରଣ ବ୍ୟବସ୍ଥା, ପଶ୍ଚିମେଶ୍ୱର ମନ୍ଦିର ଠାରୁ ଢେଙ୍କାନାଳ ପର୍ଜଙ୍ଗ ଅନ୍ତର୍ଗତ ସରାଙ୍ଗ ଚେକ୍ ଗେଟ ପାଖ ଇଶ୍ୱାଣେଶ୍ୱରକୁ ସଂଯୋଗକ କରିବା ପାଇଁ ବ୍ରାହ୍ମଣୀ ନଦୀ ଉପରେ ଝୁଲା ପୋଲ ନିର୍ମାଣ, ଫାଷ୍ଟଗେଟ୍ ଠାରୁ ରାଜବାଟ୍ଟୀ ଦେଇ ବାଙ୍କଧରା ଛକ ପର୍ଯ୍ୟନ୍ତ ଐତିହାସିକ ଗେଟ୍ ଗୁଡ଼ିକ ପୁନରୁଉଦ୍ଧାର ସହ ରାସ୍ତାର ଉଭୟ ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ କରାଯାଇ ପୂର୍ବ ଐତିହ୍ୟ ଓ ଇତିହାସକୁ ପୁନର୍ଜିବିତ କିଏ କରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଏହାକୁ ନେଇ କଳ୍ପନା ଜଳ୍ପନା ଦେଖାଦେଇଛି ।