ମଧ୍ୟାହ୍ନ ଭୋଜନ ଅଣ୍ଡା ବୋହୁଛନ୍ତି

ପିଲାଙ୍କ ପଢ଼ା ଉପରେ ଉଠିଲା ପ୍ରଶ୍ନ
ନାଉଗାଁ (ଆପ୍ର): ବିଦ୍ୟାଳୟରେ ପିଲାମାନଙ୍କର ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ପିଲାମାନେ କିପରି ଅଧାରୁ ପାଠ ବନ୍ଦ ନ କରନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ପିଲାମାନଙ୍କୁ ସଠିକ୍ ଢଙ୍ଗରେ ପାଠ ପଢାଇବା ପାଇଁ ଶିକ୍ଷକମାନଙ୍କୁ ବିଭିନ୍ନ ତାଲିମ ମଧ୍ୟ ପ୍ରଦାନ କରାଯାଉଛି । କିନ୍ତୁ ନାଉଗାଁ ବ୍ଲକ୍ର କେତେକ ବିଦ୍ୟାଳୟରେ ପିଲାଙ୍କୁ ପାଠପଢା ସମୟରେ ବିଦ୍ୟାଳୟ କାର୍ଯ୍ୟ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଜଣାଯାଇଛି । ଯାହାର ଉଦାହରଣ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଦେଖିବାକୁ ମିଳିଛି । ପିଲାମାନେ ପାଠ ପଢିବା ସମୟରେ ମଧ୍ୟାହ୍ନ ଭୋଜନ ପାଇଁ ସାଇକେଲରେ ଅଣ୍ଡା ଆଣି ଆସୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍କୁଲ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ବିଦ୍ୟାଳୟଟି ପୂର୍ତ ବିଭାଗର କୋକିଢିଅ-ତେଲସରା ରାସ୍ତା ପାଶ୍ୱର୍ରେ ଅବସ୍ଥିତ । ଏହି ରାସ୍ତା ଦେଇ ଦୈନିକ ଶହ ଶହ ଗାଡ଼ି ଯାତାୟତା କରୁଛି । ଯାହାକୁ ନେଇ ଶିକ୍ଷା କମିଟିର ସଦସ୍ୟ ଓ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଖୁଲଣା ଦାସଙ୍କୁ କିଛି ଦିନ ତଳେ ପିଲାମାନଙ୍କ ପାଠପଢା ସମୟରେ ବାହାରେ ଯେପରି ବୁଲାବୁଲି ନ କରନ୍ତି କିମ୍ବା କୌଣସି ପିଲାଙ୍କୁ ବିନା କାରଣରେ ବାହାରକୁ ନ ଛଡିବା ପାଇଁ କହିଥିବା ଜଣାଯାଇଛି । କିପରି ପିଲାମାନଙ୍କୁ ଅଣ୍ଡା ଆଣିବା ପାଇଁ ପଠାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀ ଖୁଲଣା ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ । ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଅକ୍ଷୟ ବେହେରାଙ୍କୁ ପଚାରିବାରୁ ଏ ବିଷୟରେ ଗଙ୍ଗଦାହାଟ ସିଆରସିସି ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହୋଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *