କ୍ରୀଡ଼ା ପ୍ରୋତ୍ସାହନରେ ଓଡ଼ିଶା ଅଗ୍ରଣୀ

ଫିଫା ମହିଳା ବିଶ୍ୱକପ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୦ା୯ (ବୁ୍ୟରୋ): ୧୭ ବର୍ଷରୁ କମ (ଅଣ୍ଡର-୧୭) ଫିଫା ମହିଳା ବିଶ୍ୱକପ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଏହି ସମ୍ମାନଜନକ ଫୁଟବଲ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାରତ ଥିବାବେଳେ ଶନିବାର ମହିଳା ବିଶ୍ୱକପର ଲୋଗୋ ଲଞ୍ଚ ହୋଇଛି । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋଗୋକୁ ଲଞ୍ଚ୍ କରିଛନ୍ତି । ଏହାସହ ସ୍କୁଲ ଫୁଟବଲ କାର୍ନିଭାଲରକୁ ମଧ୍ୟ୍ୱୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିଛନ୍ତି । ମହିଳା ବିଶ୍ୱକପର ଏହା ସପ୍ତମ ସଂସ୍କରଣ ହୋଇଥିବାବେଳେ ଚଳିତ ବିଶ୍ୱକପରେ ଭାରତ ଆୟୋଜକ ରହିଛି । ମୋଟ ୧୬ ଦେଶ ଏହି ମେଗା ବିଶ୍ୱକପରେ ଅଂଶଗ୍ରହଣ କରିବେ ବୋଲି ପ୍ରକାଶ ପାଇଛି ।
ଭାରତ, ଜାପାନ, ସ୍ପେନ, ଜର୍ମାନୀ, ମେକ୍ସିକୋ, କାନାଡ଼ା, ବ୍ରାଜିଲ, ନୁ୍ୟଜିଲାଣ୍ଡ, ୟୁଏସଏ, ନାଇଜେରିଆ, ଫ୍ରାନ୍ସ, ଚାଇନା, କଲମ୍ବିଆ, ଚିଲି, ମାର୍କୋ, ତାଞ୍ଜାନିଆ ଭଳିଦେଶର ଖେଳାଳିଙ୍କ ମଧ୍ୟରେ ମହାଲଢେଇ ହେବ । ଅକ୍ଟୋବର ୧୧ ତାରିଖରୁ ଏହି ବହୁ ପ୍ରତୀକ୍ଷିତ ମହିଳା ବିଶ୍ୱକପ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ୩ ମ୍ୟାଚ୍ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଆୟୋଜକ ଦେଶ ହେଇଥିବାରୁ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଭାରତୀୟ ମହିଳା ଟିମ୍ ପାଖରେ ଭଲ ପ୍ରଦର୍ଶନ ସହ ଟ୍ରଫି ବିଜୟୀ ହେବାର ସମସ୍ତ ସୁଯୋଗ ରହିଛି ।
ଫିଫା ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟିର ଅଧିକାରୀ ଏହି ଅବସରରେ ରାଜ୍ୟ ସରକାର ଓ କ୍ରୀଡା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ହକି ଭଳି ଫୁଟବଲକୁ ମଧ୍ୟ ଭଲପାଇବା ଓଡିଶାବାସୀ ଦେବେ ବୋଲି ସେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଓଡିଶା ଆଉ ଏକ ମେଗା ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁିଥିବାରୁ ଏହା ଗର୍ବର ବିଷୟ । କ୍ରୀଡା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହନରେ ଓଡିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ । ରାଜ୍ୟକୁ ଅନ୍ୟ ସମସ୍ତ କ୍ଷେତ୍ର ପରି କ୍ରୀଡାକ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା ରହିଆସିଛି । ପୂର୍ବରୁ ଓଡିଶା ସରକାରଙ୍କ ପାଖରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସଫଳ ଅଭିଜ୍ଞତା ରହିଛି । ମହିଳା ଫୁଟବଲ ବିଶ୍ୱକପ ମ୍ୟାଚ୍ ମଧ୍ୟ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ବିଶେଷ କରି ଭାରତୀୟ ଟିମ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ୍ ଖେଳିବାକୁ ଥିବାରୁ ଷ୍ଟାଡିୟମରେ ପୂର୍ଣ୍ଣ ଦର୍ଶକ ଉପସ୍ଥିତି ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ନେଇ ମଧ୍ୟ ନିଷ୍ପତି ହୋଇଛି । ଏହି ବିଶ୍ୱକପ ଭାରତୀୟ ମହିଳା ଫୁଟବଲ ପ୍ରତିଭାଙ୍କ ପାଇଁ ବଡ ସୁଯୋଗ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଲୋଗୋ ଉନ୍ମୋଚନ କରିବା ସହ ଫୋଟୋ ସୁଟ୍ କରିଥିଲେ । କୁନି କୁନି ପିଲାଙ୍କ ସହ କଥା ହେବା ସହ କଳିଙ୍ଗ ଷ୍ଟାଡିଅମ୍ର ବିକାଶ ମଧ୍ୟ ଦେଖିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ ଓ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *