ଗୋଚର ଜମିର ପୁନରୁଦ୍ଧାର ଦାବି

ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଭେଟିଲେ ପରିବେଶବିତ୍
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ନିରୀହ ଗାଈଗୋରୁଙ୍କ ସୁରକ୍ଷା ପାଇଁ ଯୁବ ପରିବେଶବିତ୍ ସରୋଜ କୁମାର ଜେନା ଓ ତାଙ୍କ ସହଯୋଗୀମାନେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି ଦାବିପତ୍ରରେ ଉଲ୍ଲେଖ୍ୟ କରିଛନ୍ତି ଯେ, ଏବେ ସମଗ୍ର ଜିଲ୍ଲାରୁ ବନ୍ୟା ପାଣି କମିଛି ଓ ପରେ ଗାଈଗୋରୁଙ୍କୁ ବିଭିନ୍ନ ରୋଗ ହୋଇଥାଏ, ତେଣୁ ତାହାର ସୁରକ୍ଷା କିଭଳି ହୋଇପାରିବ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ନିହାତି ଦରକାର । ଜିଲ୍ଲାର ସମସ୍ତ ଗୃହପାଳିତ ପଶୁମାନଙ୍କୁ ନିୟମ ଅନୁଯାୟୀ ପ୍ରତିଷେଧକ ଟିକା ଦିଆଗଲେ ସେମାନେ ସୁରକ୍ଷିତ ରହିବା ସହ ସେମାନଙ୍କ ଉପରେ ନିର୍ଭର କରି ଚଲୁଥିବା ଲୋକମାନେ ସେମାନଙ୍କର ଜୀବିକା ନିର୍ବାହ କରିପାରିବେ । ସାତପଡ଼ା ଠାରୁ କୋଣାର୍କ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ତଥା ବାଲୁଖଣ୍ଡ ଅଭୟାରଣ୍ୟ ଅନ୍ତର୍ଗତ ବେଳାଭୂମି ବେଳାମାର୍ଗରେ ଶହ ଶହ ଗାଈଗୋରୁ ରାତିରେ ରାସ୍ତାରେ ଶୋଇଥାନ୍ତି, ତେଣୁ ଦୁର୍ଘଟଣା ହୋଇ ଅନେକ ଗାଈଗୋରୁ ମରିବା ସହ ଅନେକ ଜୀବଜନ୍ତୁ ମୃତୁ୍ୟମୁଖରେ ପଡ଼ିଥାନ୍ତି । ତେଣୁ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର । ପ୍ରତେକ ବ୍ଲକ୍ର ତହସିଲ୍ଦାର୍ମାନେ ଏହାର ତଦନ୍ତ କରି ବିଭାଗୀୟ ଅଧିକାରଙ୍କୁ ଗୋଚର ଜମି ହସ୍ତାନ୍ତର କରିବାର ଆବଶ୍ୟକ ରହିଛି । ଶ୍ରୀ ଜେନା ଗୋ-ସୁରକ୍ଷା ପାଇଁ ଜିଲ୍ଲାର କିଛି ସ୍ୱେଚ୍ଛାସେବୀ ବନ୍ଧୁମାନଙ୍କୁ ନେଇ ସେଭ୍ କୋଷ୍ଟାଲ୍ ଲାଇଫ ସ୍ଲୋଗାନ ମାଧ୍ୟମରେ ନାଇଟି ଫର୍ ନେଚର କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡିୟମ୍ କୋଲାର ବାନ୍ଧିବା ସହ ସଚେତନତା ଜାରି ରଖିଛନ୍ତି । ପ୍ରାଣୀ ସୁରକ୍ଷା ଓ ସଚେତନ ପାଇଁ ଓ ସେମାନଙ୍କର ରୋଗ ପ୍ରତିରୋଧ ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ପରିବେଶବିତ୍ଙ୍କ ସହ ସ୍ୱେଚ୍ଛାସେବୀ ଦେବାଶିଷ ପାତ୍ର ଓ ମିଥୁନ ଛୋଟରାୟ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *