ଚାର୍ଲସ ୩ୟ ବ୍ରିଟେନ୍ର ନୂଆ ରାଜା

ଲଣ୍ଡନ (ଏଜେନ୍ସି): ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ବଡ଼ପୁଅ ·ର୍ଲସ ଆର୍ଥର ଫିଲିପ୍ ଜର୍ଜ (୭୩)ଙ୍କୁ ଆନୁଷ୍ଠାନିକ ଗ୍ରେଟ୍ ବ୍ରିଟେନର ରାଜା ଘୋଷଣା କରାଯାଇଛି । ଏଥିସହିତ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ପରମ୍ପରା ଅନୁଯାୟୀ ତାଙ୍କ ଅଭିଷେକ ଉତ୍ସବ ପରବର୍ତ୍ତି ସମୟରେ ଅନୁଷ୍ଠିତ ହେବ । ରାଜା ହେବା ପରେ ତାଙ୍କ ନାଁ ହୋଇଛି ରାଜା ଚାର୍ଲସ-୩ୟ । ରାଜା ଭାବେ ସେ ବ୍ରିଟେନ, ଉତ୍ତର ଆୟର୍ଲାଣ୍ଡର ଶାସନ ମୁଖ୍ୟ ସହିତ ରାଜ୍ୟଗୋଷ୍ଠୀର ମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଲଣ୍ଡନର ସେ ଜେମ୍ସ ପ୍ରାସାଦର ବୃହତ୍ତମ ହଲ୍ରେ ଆୟୋଜିତ ଐତିହାସିକ ଉତ୍ସବରେ ତାଙ୍କୁ ବ୍ରିଟେନର ଆକ୍ସେସନ କାଉନସିଲ ପକ୍ଷରୁ ଔପ·ରିକ ଭାବେ ରାଜା ଘୋଷଣା କରାଯାଇଥିଲା । ଆକ୍ସେସନ କାଉନସିଲରେ ବ୍ରିଟେନର ସଂପ୍ରତିକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ପୋପ୍ମାନେ ସଦସ୍ୟ ଅଛନ୍ତି । ଦୁଇ ପର୍ଯ୍ୟାୟରେ ତାଙ୍କୁ ରାଜା ଘୋଷଣା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ରାଜା ଘୋଷଣା ସମୟରେ ଚାର୍ଲସ ଅନୁପସ୍ଥିତ ଥିଲେ । ଉତ୍ସବରେ ବ୍ରିଟେନର ନୂଆ ଜାତୀୟ ସଂଗୀତ ଗାନ କରାଯାଇଛି । ପୂର୍ବରୁ ପ୍ରଚଳିତ ଜାତୀୟ ସଂଗୀତରେ ଗଡ୍ ସେଭ ଦି କ୍ୱିନ୍ ଥିଲା । ଏଥର ସଂଶୋଧନ କରାଯାଇ ଗଡ୍ ସେଭ ଦି କିଙ୍ଗ୍ କରାଯାଇଥିଲା । କାଉନ୍ସିଲ କ୍ଲର୍କ ଚାର୍ଲସ-୩ୟ ମହାରାଜା ହେଲେ ବୋଲି କହିବା ସହିତ ଗଡ୍ ସେଭ ଦି କିଙ୍ଗ୍ ବୋଲି କହିଥିଲେ । ଏହାକୁ ଉପସ୍ଥିତ କାଉନ୍ସିଲରମାନେ ଆବୃତ୍ତି କରିଥିଲେ । ଏହାପରେ ଜିଏମ୍ଟି ୧୦୦୦ଟାରେ ତୁରୀ ବାଦନ ସହିତ ରାଜପ୍ରାସାଦର ବାଲ୍କୋନିରୁ ଚାର୍ଲସ-୩ୟଙ୍କୁ ରାଜା କରାଗଲା ବୋଲି ଘୋଷଣା କରାଯାଇଥିଲା ।
ରାଜା ଘୋଷିତ ହେବା ପରେ ·ର୍ଲସ ୩ୟ ଦିବଂଗତ ମାତା ତଥା ରାଣୀ ଏଲିଜାବେଥ-୨ୟଙ୍କ ପରଲୋକ ସଂପର୍କରେ ଘୋଷଣା କରିଛନ୍ତି । କ୍ଷମତା ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ନିଜର ଗୁରୁ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ପୂର୍ଣ୍ଣ ସଚେତନ ଅଛନ୍ତି । ଭାବବିହ୍ୱଳ ହୋଇ ମା’ଙ୍କୁ ମନେପକାଇ ସେ କହିଛନ୍ତିି, ରାଜପରିବାରର ସବୁ ସଦସ୍ୟ ମା’ଙ୍କ ନିକଟରେ ଋଣୀ । ସେ ପ୍ରେରଣର ଉତ୍ସ ଥିଲେ । ମା’ଙ୍କୁ ଧନ୍ୟବାଦ ଜଣାଇ ସେ ଥ୍ୟାଙ୍କ୍ ୟୁ ଡାର୍ଲିଂ ବୋଲି କହିଥିଲେ । ରାଜା ଘୋଷଣା ଉତ୍ସବରେ ୫ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ-ସାର୍ ଜନ୍ ମେଜର, ଟନି ବ୍ଲେୟାର, ଗର୍ଡନ ବ୍ରାଉନ, ଡେଭିଡ୍ କାମରୁନ୍, ତେରେସା ମେ, ଜନ୍ ମେଜର ବ୍ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ସମେତ ପ୍ରିଭି କାଉଦନ୍ସିଲ୍ର ଶତାଧିକ ସଦସ୍ୟ, ଚାର୍ଲସଙ୍କ ପତ୍ନୀ କାମେଲା, ବଡ଼ ପୁଅ ତଥା ଭାବୀ ଉତ୍ତରାଧିକାରୀ ୱିଲିୟମ୍ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଗତ ୮ ତାରିଖରେ ମହାରାଣୀ ଏଲିଜାବେଥ୍- ୨ୟଙ୍କ ସ୍କଟଲାଣ୍ଡସ୍ଥିତ ବାଲ୍ମୋରାଲ୍ କାସଲରେ ପରଲୋକ ହୋଇଥିଲା । ଏହାପରେ ଚାର୍ଲସଙ୍କୁ ମହାରାଜା ଘୋଷଣା କରାଯାଇଛି ।
ଚାର୍ଲସ ରାଜା ଘୋଷିତ ହେବା ପରେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲଜ୍ ଟ୍ରସ୍ ଓ ତାଙ୍କ ମନ୍ତ୍ରୀବୃନ୍ଦ ହାଉସ୍ ଅଫ୍ କମନ୍ସରେ ମହାରାଜାଙ୍କ ପ୍ରତି ଆନୁଗତ୍ୟ ନେଇ ଶପଥ ଗ୍ରହଣ କରିଛନ୍ତି । ଶପଥ ନେବା ପରେ ପ୍ଣଦନାମନ୍ତ୍ରୀ ଟ୍ରସ୍ଙ୍କୁ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଏଥର ପରମ୍ପରାରେ ପରିବର୍ତ୍ତନ କରାଯାଇଛି । ରାଜପରିବାରର ଇତିହାସରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ମହାରାଜା ଘୋଷଣାକାର୍ଯ୍ୟକ୍ରମ ଟିଭିରେ ଲାଇଭ୍ ପ୍ରସାରଣ କରାଯାଇଛି । ନିଜେ ଚାର୍ଲସ-୩ୟ ଟିଭି ପ୍ରସାରଣକୁ ଅନୁମତି ପ୍ରଦାନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *