ଶହ ଶହ ଏକର ଜଳମଗ୍ନ

ଗେଟ୍ ବନ୍ଦକଲା ଡ୍ରେନେଜ ବିଭାଗ
କଣ୍ଟାପଡା (ଆପ୍ର) : କଣ୍ଟାପଡା ତହସିଲ ଅଧିନସ୍ଥ ବ୍ରାହ୍ମଣ ସାଇଲୋ ପଞ୍ଚାୟତରେ ଧାନମଣ୍ଡଳ ଅଞ୍ଚଳରେ ଏକ ନାଳୀର ଗେଟ୍କୁ ଡ୍ରେନେଜ୍ ବିଭାଗ ବନ୍ଦକରି ରଖିଥିବାରୁ ବର୍ଷାରେ ଜଳର ପରିମାଣ ବୃଦ୍ଧିପାଇ ଉପରେ ଶହ ଶହ ଏକର ଜମି ଜଳମଗ୍ନ ହେବାରେ ଲାଗିଁଛି । ଯାହା ଦ୍ୱାରା ଧାନ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି । ଆଗକୁ ଲଘୁ·ପ ଜନିତ ବର୍ଷା ଲାଗି ରହିଥିବା ବେଳେ ଡେନେଜ୍ ବିଭାଗର ଏଭଳି ନିତୀ ଯୋଗୁଁ ଆଗରୁ ପରିସ୍ଥିତି ଭୟାବହ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଯାହାକୁ ନେଇ ·ଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ସୂଚନା ଥାଉକି ଗତବର୍ଷ ଲଗାଣ ବର୍ଷାରେ ଅତ୍ୟଧିକ ପାଣି ହେବାରୁ ଖାଲ ଗାଁର କଛି ·ଷୀଙ୍କ ବିଲ ପାଣିରେ ବୁଡି ଯିବାକୁ ନେଇ ଉକ୍ତ ଗ୍ରାମର ·ଷୀମାନେ ଉକ୍ତ ଗେଟ୍ କୁ ଭାଙ୍କି ଦେଇଥିଲେ । ଡ୍ରେନେଜ ବିଭାଗ ପୂନର୍ବାର ଏହାକୁ ମରାମତି କରି ଉକ୍ତ ଗେଟ୍ ର ·ବୁି କାହା ପାଖରେ ରଖିଛନ୍ତି । ଏ ନେଇ ଡ୍ରେନେଜ ବିଭାଗ ଜେ.ଇ. ଗୀତାଞ୍ଜଳୀ ବେହେରାଙ୍କୁ ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇ ନଥିଲେ । ବିଭାଗୀୟ କର୍ତ୍ତୁପକ୍ଷ ଯଦି କବାଟ ନ ଖୋଲନ୍ତି ତେବେ ଆଗାମୀ ଦିନରେ ·ଷୀ ଆନେ୍ଦାଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *