ସିଡିଏସ୍ ବିପିନ ରାୱତଙ୍କ ନାମରେ ସେନା ବେସ୍

ଇଟାନଗର (ଏଜେନ୍ସି): ଦେଶର ପ୍ରଥମ ପ୍ରତିରକ୍ଷା ପ୍ରମୁଖ (ସିଡିଏସ) ଦିବଂଗତ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦେ୍ଦଶ୍ୟରେ ଅରୁଣାଚଳର କିବିଥୁ ମିଲିଟାରୀ ବେସକୁ ତାଙ୍କ ନାମରେ ନାମିତ କରାଯାଇଛି । ଶନିବାର ଏହାର ଉଦ୍ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବି ଡି ମିଶ୍ରା, ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ସମେତ ବରିଷ୍ଠ ସେନାଧିକାରୀ, ଜେନେରାଲ ରାୱତଙ୍କ ଝିିଅ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ମିଲିଟାରୀ ବେସରେ ଏକ ବିଶାଳ ଗେଟ ସ୍ଥାନୀୟ ସ୍ଥାପତ୍ୟ କଳାରେ ନିର୍ମାଣ କରାଯାଇଛି । ଏହାକୁ ରାଜ୍ୟପାଳ ଶ୍ରୀ ମିଶ୍ରା ଉଦ୍ଘାଟନ କରିଥିଲେ । ୧୯୯୯-୨୦୦୦ ପର୍ଯ୍ୟନ୍ତ ଏହି ବେସ୍ରେ କାର୍ଯ୍ୟରତ ଥିଲେ ଜେନେରାଲ ରାୱତ । ସେଠାରେ ତାଙ୍କ ନେତୃôବରେ ସେନା ଭିତ୍ତିଭୂମି ଓ ସୁରକ୍ଷା ସୁଦୃଢ ହୋଇଥିଲା ।ଚୀନ ସୀମାକୁ ଲାଗିଥିବା ଅରୁଣାଚଳ ପ୍ରଦେଶର ଲୋହିତ ଭ୍ୟାଲି ଅଧୀନରେ ଏହି ସେନା ବେସ୍ ରହିଛି । ୱାଲଙ୍ଗରୁ କିବିଥୁ ଯାଇଥିବା ୨୨ କିମି ସଡକ ପଥକୁ ମଧ୍ୟ ବିପିନ ରାୱତ ମାର୍ଗ ଭାବେ ନାମିତ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଖାଣ୍ଡୁ ଲୋକାର୍ପିତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *