ମହାରାଷ୍ଟ୍ରରେ ୨୧ ମୃତ
ଗଣେଶ ବିସର୍ଜନ ବେଳେ ଅଘଟଣ
ନୂଆଦିଲ୍ଲୀ (ଏଜେନ୍ସି): ଗଣେଶ ବିସର୍ଜନ ସମୟରେ ମହାରାଷ୍ଟ୍ରର ବିଭିନ୍ନ ଜଳାଶୟରେ ୧୪ ଜଣ ବୁଡ଼ି ମରିଛନ୍ତି । ଏହାଛଡ଼ା ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତୁ୍ୟ ହୋଇଛି । ବୁଡ଼ ପକାଇବା ସମୟରେ ମହିଳାଙ୍କ ସମେତ ୧୧ ଜଣ ଲୋକ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଥିଲେ । ପରେ ମହିଳାଙ୍କ ମୃତୁ୍ୟ ଘଟିଛି ।
ମହାରାଷ୍ଟ୍ରରେ ୧୦ ଦିନିଆ ଗଣେଶ ଉତ୍ସବ ଶୁକ୍ରବାର ସମାପ୍ତ ହେବା ପରେ ଶନିବାର ସକାଳ ପର୍ଯ୍ୟନ୍ତ ୩୮,୦୦୦ ରୁ ଅଧିକ ପ୍ରତିମାଙ୍କୁ ମୁମ୍ବାଇର ବିଭିନ୍ନ ଜଳାଶୟରେ ବିସର୍ଜନ କରାଯାଇଥିଲା । କେତେକ ସ୍ଥାନରେ, ବିସର୍ଜନ ପ୍ରକ୍ରିୟା ଜାରି ରହିଛି । ବିସର୍ଜନବେଳେ ରାଜ୍ୟର କେତେକ ସ୍ଥାନରେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଅହମଦନଗର ଜିଲ୍ଲାର ତୋପଖାନାଠାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନେ୍ଦ ଓ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।
ସେହିପରି ଗଣେଶ ବିସର୍ଜନ ବେଳେ ହରିୟାଣା ଓ ଉତ୍ତରପ୍ରଦେଶରେ ୧୫ ଜଣ ଲୋକଙ୍କର ମୃତୁ୍ୟ ହୋଇଥିଲା । ହରିୟାଣା ମହେନ୍ଦ୍ରଗଡ଼ର ଝଗଡ଼ୋଲି କେନାଲରେ ଗଣେଶଙ୍କ ମୂର୍ତ୍ତି ସହିତ ୯ ଜଣ ଲୋକ ପାଣିରେ ଭାସି ଯାଇଥିଲେ । ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଖୋଜି ବାହାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତୁ୍ୟ ହୋଇଯାଇଥିଲା ।