ଛାତ୍ରଛାତ୍ରୀ ନେବେ ଫାଷ୍ଟଏଡ୍ ତାଲିମ୍

ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍ ପ୍ରଦାନ କରାଯିବା ସହ ପୁରୀରେ ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ଜୁନିଅର ଡିଭିଜନ ଆରମ୍ଭ କରାଯିବ ବୋଲି ବିଶ୍ୱ ଫାଷ୍ଟଏଡ୍ ଦିବସରେ ପୁରୀ ଜିଲ୍ଲା ସେଣ୍ଟ୍ ଜନ୍ ଆମ୍ବୁଲାନ୍ସ ଘୋଷଣା କରିଛି ।
ଏହି ପରିପ୍ରେକ୍ଷୀରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଉପଦେଷ୍ଟା ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଣବ ରଞ୍ଜନ ଦାସ, ଡଃ ଅଭିମନୁ୍ୟ ଭୂୟାଁ, ସମାଜସେବୀ ଚକ୍ରଧର ମହାପାତ୍ର, ଡାକ୍ତର ଦେବ ଦାସ, ଡାକ୍ତର ପବିତ୍ର ପ୍ରଧାନ ଅତିଥିଭାବେ ଯୋଗ ଦେଇଥିବା ବେଳେ ଆମ୍ବୁଲାନ୍ସର ଯୁଗ୍ମ ସମ୍ପାଦକ ମଧୁସୂଦନ ମିଶ୍ରଙ୍କ ପରିଚାଳନାରେ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱର ତାଲିମ ଅଧିକାରୀ ମନୋଜ ମୁଖାର୍ଜୀ, ଡାକ୍ତର ପ୍ରଭାତ ଦାସ, ଜାତୀୟ ତାଲିମ୍ପ୍ରାପ୍ତ ସ୍ୱେଚ୍ଛାସେବୀ ମଧୁମିତା ମହାପାତ୍ର, ଜୟନ୍ତୀ ମହାପାତ୍ର ଓ ଡାକ୍ତର ପବିତ୍ର ପ୍ରଧାନ ତାଲିମ ପ୍ରଦାନ କରିଥିଲେ ।
ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟର ୧୧, ବିଶ୍ୱମ୍ଭର ବିଦ୍ୟାପୀଠର ୧୬, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ୧୧, ଜିଲ୍ଲା ସ୍କୁଲର ୧୧ ଓ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟର ୧୨ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଅନ୍ନଦା ମହାନ୍ତି, ଶୋଭାମଣି ସ୍ୱାଇଁ, ସୌମ୍ୟରଞ୍ଜନ ପାତ୍ର, ସାଗରିକା ରଥ, ଶ୍ୟାମପ୍ରକାଶ ସେନାପତି, ସୌମ୍ୟ ରଞ୍ଜନ ସାହୁ, ସୁଶୀଲ କୁମାର ସାହୁ, ଚିତ୍ତରଞ୍ଜନ ମହାନ୍ତି, ନିରଞ୍ଜନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *