୧୩ରୁ ନାମ ପଞ୍ଜୀକରଣ

ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ଯୋଜନା
ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ
ପୁରୀ (ବୁ୍ୟରୋ): ପବିତ୍ର କାର୍ତ୍ତିକ ବ୍ରତ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲାଣି ପ୍ରକି୍ରୟା । ସେଥିଲାଗି ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର । ଏପରିକି ଆଜିଠାରୁ ମଧ୍ୟ ଅନେକ ଧର୍ମଶାଳା, ଲଜ୍, ହୋଟେଲ ଓ ମଠ ବୁକିଂ ସରିଲାଣି । ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । ଚଳିତଥର ଦୁଇ ବର୍ଷ ପରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ହୋଇଛି ବ୍ୟବସ୍ଥା । ସେଥିଲାଗି ଚଳିତ ମାସ ୧୩ରୁ ହବିଷ୍ୟାଳିମାନଙ୍କ ନାମ ପଞ୍ଜୀକରଣ ଆରମ୍ଭ ହୋଇ ସେପ୍ଟେମ୍ବର ୨୯ରେ ଶେଷ ହେବ ।
ଅନ୍ୟପକ୍ଷରେ ଆଗ୍ରହୀ ହବିଷ୍ୟାଳିମାନେ ପୁରୀ ନ ଆସି ନିଜ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିପାରିବେ । ତତ୍ସହିତ ହ୍ୱାଟ୍ସ ଆପ୍ ନମ୍ବର ୯୪୩୭୩୩୩୮୨୩ରେ ମଧ୍ୟ ପଞ୍ଜୀକରଣ କରିପାରିବେ ବୋଲି ଶନିବାର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥର ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ଭବନ ଅର୍ଥାତ୍ ନୂତନ ହବିଷ୍ୟାଳି ଶିବିରରେ ରହିବେ ହବିଷ୍ୟାଳି । ଅଢ଼େଇ ହଜାରରୁ ତିନିହଜାର ହବିଷ୍ୟାଳିଙ୍କ ଲାଗି ମାଗଣାରେ ଖାଦ୍ୟ ଓ ମହାପ୍ରଭୁଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *