ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ଗୁରୁତ୍ୱ ଦିଅ

ଦୀର୍ଘସ୍ଥାୟୀ ଉପକୂଳ ପରିଚାଳନା ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ଭୁବନେଶ୍ୱର (ବୁ୍ୟରୋ): କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଶନିବାର ଭୁବନେଶ୍ୱରରେ “ଭାରତରେ ଦୀର୍ଘସ୍ଥାୟୀ ଉପକୂଳ ପରି·ଳନା ସମ୍ପର୍କିତ ଜାତୀୟ ସମ୍ମିଳନୀ’କୁ ଉଦଘାଟନ କରିଛନ୍ତି । “ଭାରତରେ ଜଳବାୟୁ ପାଣ୍ଠି ସହାୟକ ପ୍ରକଳ୍ପ – ଭାରତର ଉପକୂଳ ସମୁଦାୟଙ୍କ ଜଳବାୟୁ ସହନଶୀଳତା ବୃଦ୍ଧି’ ପ୍ରୟାସ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ଉପକୂଳ ଏବଂ ସାମୁଦ୍ରିକ ଜୈବ ବିବିଧତା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଉପକୂଳ ପ୍ରଦୂଷଣ ଆଦି ୩ ଆନ୍ତଃସଂଯୁକ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ଲାଗି ଭାରତର ୧୩ ଉପକୂଳ ରାଜ୍ୟକୁ ଗୋଟିଏ ସ୍ଥାନରେ ଏକତ୍ରିତ କରିବା ଏହି ସମ୍ମିଳନୀର ଉଦେ୍ଦଶ୍ୟ । ଅଂଶୀଦାରଙ୍କ ଏକ ସକ୍ରିୟ ନେଟୱର୍କ ସୃଷ୍ଟି କରିବା ମାଧ୍ୟମରେ ଉପରୋକ୍ତ ବିଷୟବସ୍ତୁ ଉପରେ ଆପୋସ ସହଯୋଗ ବଢ଼ାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ ଉପକୂଳ ପରିଚାଳନା, ପ୍ରଯୁକ୍ତି ଏବଂ ନବୋନ୍ମେଷ ସହ ଘରୋଇ ଏବଂ ଅନ୍ତର୍ଜାତୀୟ ଅର୍ଥଲଗାଣ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ସମ୍ପର୍କରେ ସମ୍ମିଳନୀରେ ବି·ରବିମର୍ଶ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ଭାରତର ବିର୍ସ୍ତିଣ୍ଣ ଉପକୂଳର ବ୍ୟାପକ ରଣନୈତିକ, ଆର୍ଥିକ ଏବଂ ସାମାଜିକ ଗୁରୁତ୍ୱ ରହିଛି । ୭,୫୦୦ କିମି ଲମ୍ବ ଏହି ଉପକୂଳ ବିଶ୍ୱରେ ସପ୍ତମ ବୃହତମ । ଏହି କ୍ଷେତ୍ରରେ ଦେଶର ୨୦% ଜନସଂଖ୍ୟା ରହୁଛନ୍ତି । ଆମର ଉପକୂଳ କ୍ଷେତ୍ରରେ ଏକ ବ୍ୟାପକ ବିବିଧ ପରିବେଶ ପରିତନ୍ତ୍ର ରହିଛି ଏବଂ ଏଠାରେ ୧୭ ହଜାରରୁ ଅଧିକ ପ୍ରାଣୀ ଏବଂ ଉଦ୍ଭିଦ ବସବାସ କରିଥାନ୍ତି । ଜଳବାୟୁ ପରିବର୍ତ୍ତନ ସହ, ଆମେ ଉପକୂଳ କ୍ଷେତ୍ରରେ ରହୁଥିବା ସମୁଦାୟଙ୍କୁ ଅଧିକ ସହନଶୀଳ କରିବାର ଆବଶ୍ୟକତା ରହିଛି । ଭାରତ ନିଜର ସଂଶୋଧିତ ଏନଡିସି ଦାଖଲ କରିବା ଏବଂ ଏହିସବୁ ଲକ୍ଷ୍ୟ ହାସଲ ପାଇଁ ବହୁମୁଖି ସହଭାଗିତା ସୃଷ୍ଟି କରିବାକୁ ଚାହୁଁଥିବା ସମୟରେ ଏହି ସମ୍ମିଳନୀ ଅ ।ୟୋଜନ କରାଯିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଯାଦବ କହିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଥିଲେ, ଦେଶର ଉପକୂଳ କ୍ଷେତ୍ରରେ ସହନଶୀଳତା ଏବଂ ଦୀର୍ଘସ୍ଥାୟୀତ୍ୱ ବଢ଼ାଇବା ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏଭଳି ସମ୍ମିଳନୀ ଆୟୋଜନ ବିଶେଷ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ଅମାତ ଉପସ୍ଥିତ ଥିଲେ । ଓଡ଼ିଶଶ ଉପକୂଳ ସୁରକ୍ଷା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ସେ କହିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *