ଡଙ୍ଗା ବୁଡ଼ି ଯନ୍ତ୍ରୀ ନିଖୋଜ

ମାଲକାନଗିରି, ୯ା୯ (ଆପ୍ର): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁଟୁମପାଲି ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କୈଳାଶ ପ୍ରସାଦ ସାହୁ ନାମକ ଯନ୍ତ୍ରୀ ନିଖୋଜ ରହିଥିବା ଜଣାପଡିଛି । ଏମଭି-୭୯ ଠାରୁ ପଡିଆକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପୋଟେରୁ ନଦୀରେ ହୋଇଛି ଡଙ୍ଗାବୁଡି । କୁଟୁମପାଲି ଡଙ୍ଗା ଘାଟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ·ଲିଥିବା ବେଳେ ସେଠାରେ ନିୟୋଜିତ ଥିବା ୧୨ ଜଣ କର୍ମ·ରୀ ଓ ତିନିଟି ବାଇକ୍କୁ ନେଇ ଏକ ମୋଟର ବୋଟ ନଈ ପାରି ହେଉଥିଲା । ହେଲେ ମଝି ନଈରେ ଡଙ୍ଗାର ମୋଟରଟି ଅଚଳ ହେବା ଫଳରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା ।
ଏଥିରେ ଥିବା ମୋଟ ୧୨ ଜଣ ଲୋକଙ୍କ ମଧ୍ୟରୁ ୬ ଜଣ ପହରି ପହଁରି କୂଳକୁ ଫେରିଥିବା ବେଳେ ଅନ୍ୟ ୬ ଜଣ ନିଖୋଜ ହୋଇଥିଲେ । ୩ ଟି ବାଇକ ବୁଡି ଯାଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚô ୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଯନ୍ତ୍ରୀ ରାକେଶ ସାହୁ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ନିଖୋଜ ଯନ୍ତ୍ରୀଙ୍କ ଶ୍ରୀ ସାହୁଙ୍କ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି । ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି । ପୁଣି ଆସନ୍ତାକାଲି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କାଲିମେଳା ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *