୯୬ ତୋପ ସଲାମି
୧୯ରେ ମହାରାଣୀ ଏଲିଜାବେଥ୍ଙ୍କ ଅନ୍ତ୍ୟେଷ୍ଟି
ବି୍ରଟେନ୍ରେ ୧୨, ଭାରତରେ ଦିନେ ରାଷ୍ଟ୍ରୀୟ ଶୋକ
ଶନିବାର ଚାର୍ଲସ୍ ତୃତୀୟଙ୍କ ରାଜ୍ୟାଭିଷେକ
୭ଠ ବର୍ଷ ପରେ ବଦଳିବ ବ୍ରିଟେନ୍ର ଜାତୀୟ ସଂଗୀତ
ଲଣ୍ଡନ, ୯ ।୯: ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ଆସନ୍ତା ୧୯ ତାରିଖ ଦିନ ସମ୍ପନ୍ନ ହେବ । ପ୍ରୋଟୋକଲ୍ ଅନୁଯାୟୀ ଅନ୍ତ୍ୟେଷ୍ଟି ପାଇଁ ପ୍ରସ୍ତୁତି ଜାରି ରହିଛି । ଗୁରୁବାର (ସେପ୍ଟେମ୍ବର ୮) ମହାରାଣୀଙ୍କର ସ୍କଟ୍ଲାଣ୍ଡରେ ପରଲୋକ ଘଟିଥିଲା । ସ୍କଟ୍ଲାଣ୍ଡର ବାଲ୍ମୋରଲ୍ କାସଲ୍ରୁ ତାଙ୍କ ପାର୍ଥôବ ଶରୀରକୁ ଲଣ୍ଡନସ୍ଥିତ ବକିଂହମ୍ ରାଜପ୍ରାସାଦକୁ ଅଣାଯାଉଛି । ଲଣ୍ଡନର ୱେଷ୍ଟମିନିଷ୍ଟର ଏବେଠାରେ ଅନ୍ତିମ ସଂସ୍କାର ହେବ । ମହାରାଣୀଙ୍କ କଫିନ୍କୁ ସ୍ୱାମୀ ପ୍ରିନ୍ସ ଫିଲିପ୍ଙ୍କ କବର ନିକଟରେ ପୋତି ଦିଆଯିବ । ଅନ୍ତିମ ସଂସ୍କାର ସହ ଜଡିତ ପରମ୍ପରା ଅନୁଯାୟୀ ଶୁକ୍ରବାର ଦିବଂଗତ ମହାରାଣୀଙ୍କୁ ରାଜକୀୟ ଗନ୍ ସାଲୁ୍ୟଟ୍ ଦିଆଯାଇଛି । ମହାରାଣୀଙ୍କୁ ୯୬ ବର୍ଷ ବୟସ ହୋଇଥିଲା, ସେହି ହିସାବରେ ୯୬ ରାଉଣ୍ଡ ଫାଏରିଂ ସହ ତାଙ୍କୁ ତୋପ ସଲାମି ଦିଆଯାଇଛି । ଅନ୍ତ୍ୟେଷ୍ଟି ଦିନ ବ୍ରିଟେନ୍ବାସୀ ୨ ମିନିଟ୍ ନିରବତା ପାଳନ କରିବେ ।
ବ୍ରିଟେନ୍ରେ ୧୨ ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଭାରତରେ ମହାରାଣୀଙ୍କ ସମ୍ମାନାର୍ଥେ ଗୋଟିଏ ଦିନ (୧୧ ତାରିଖ) ଶୋକ ପାଳନ ପୂର୍ବକ ଜାତୀୟ ପତାକାଙ୍କୁ ଅର୍ଦ୍ଧନମିତ ରଖାଯିବ । ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ପ୍ରିନ୍ସ ଚାର୍ଲସ୍ ନୂଆ ସମ୍ରାଟ୍ ହୋଇଛନ୍ତି । ଶନିବାର ଆନୁଷ୍ଠାନିକ ଭାବେ ବ୍ରିଟେନ୍ ତଥା ରାଜ୍ୟଗୋଷ୍ଠୀ କ୍ଷେତ୍ରର ସମ୍ରାଟ ରୂପେ ତାଙ୍କର ପ୍ରିଭି କାଉନ୍ସିଲ୍ ଉପସ୍ଥିତିରେ ରାଜ୍ୟାଭିଷେକ ହେବ । ପରମ୍ପରା ଅନୁଯାୟୀ, ନୂଆ ସମ୍ରାଟ ବା ରାଣୀଙ୍କର ନୂଆ ନାମକରଣ କରାଯାଇଥାଏ । ଚାର୍ଲସ ଚାରିଟି ନାମ ଯଥା ଚାର୍ଲସ୍, ଫିଲିପ୍, ଆର୍ଥର୍ ଓ ଜର୍ଜ ମଧ୍ୟରୁ ଚାର୍ଲସ୍ ନାମକୁ ଚୟନ କରିଛନ୍ତି । ଏଣିକି ସେ ସମ୍ରାଟ ଚାର୍ଲସ୍ ତୃତୀୟ ନାମରେ ପରିଚିତ ହେବେ । ଏହାହିଁ ସମ୍ରାଟ ହେବା ପରେ ଚାର୍ଲସ୍ଙ୍କ ପ୍ରଥମ ନିଷ୍ପତ୍ତି । ଶୁକ୍ରବାର କିଙ୍ଗ୍ ଚାର୍ଲସ୍ ତୃତୀୟ ଓ କ୍ୱିନ୍ କନ୍ସର୍ଟ କାମିଲା ସ୍କଟ୍ଲାଣ୍ଡରୁ ଆସି ଲଣ୍ଡନରେ ପହଞ୍ଚôଛନ୍ତି । ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ସହ ଆଲୋଚନା ପରେ ଚାର୍ଲସ୍ ତୃତୀୟ ଶୋକସନ୍ତପ୍ତ ରାଷ୍ଟ୍ର ଉଦେ୍ଦଶ୍ୟରେ ଉଦ୍ବୋଧନ ଦେବେ । ୧୯୫୨ ପରେ ପ୍ରଥମ ଥର ପାଇଁ ନୂଆ ସମ୍ରାଟଙ୍କ ରାଜ୍ୟାଭିଷେକ ପରେ ବ୍ରିଟେନ୍ର ଜାତୀୟ ସଂଗୀତରେ ପରିବର୍ତ୍ତନ କରାଯିବ । ଏଥିରେ ରହିବ- ଗଡ୍ ସେଭ୍ ଦ କିଙ୍ଗ୍ । ପୂର୍ବରୁ ଥିଲା- ଗଡ୍ ସେଭ୍ ଦ କ୍ୱିନ୍ । ଏହାପରେ ହାଇଡ୍ ପାର୍କ, ଲଣ୍ଡନ ଟାୱାର ଓ ନୌସେନା ଜାହଜଗୁଡିକରେ ତୋପ ସଲାମି ଦିଆଯିବ ।