୫ ବର୍ଷ ପଛେଇଛି ମାନବ ବିକାଶ

୧୯୧ ରାଷ୍ଟ୍ର ତାଲିକାର ୧୩୧ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ (ଏଜେନ୍ସି): ମହାମାରୀ କରୋନା ସଂକ୍ରମଣଜନିତ ଭୟାବହତାକୁ ନେଇ ସମଗ୍ର ବିଶ୍ୱ ଆଜି ପ୍ରପୀଡ଼ିତ । ବିଶ୍ୱ ଅର୍ଥନୀତିକୁ ସ୍ଥାଣୁ କରିଦେଇଥିବା ଏହି ମହାମାରୀ ସମ୍ପର୍କରେ ମିଳିତ ଜାତିସଂଘ ପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କରୋନା କାରଣରୁ ବିଶ୍ୱସ୍ତରରେ ମାନବୀୟ ବିକାଶ ଆପାତତଃ ୫ ବର୍ଷ ପଛେଇଯାଇଛି ବୋଲି ଦର୍ଶାଯାଇଛି ।
ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ପକ୍ଷରୁ ସଦ୍ୟ ପ୍ରକାଶିତ ମାନବ ବିକାଶ ସୂଚକାଙ୍କ ରିପୋର୍ଟ-୨ଠ୨୧ରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏଥିରେ ୨ଠ୨ଠ ବର୍ଷ ତୁଳନାରେ ୨ଠ୨୧ରେ ଭାରତର ସ୍ଥାନ ଗୋଟିଏ ସ୍ଥାନ ତଳକୁ ଖସିଆସିଛି । ୨ଠ୨ଠରେ ମାନବ ବିକାଶ ସୂଚକାଙ୍କରେ ମୋଟ୍ ୧୯୧ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ସ୍ଥାନ ୧୩୧ ରହିଥିବା ବେଳେ ୨ଠ୨୧ରେ ୧୩୨କୁ ହ୍ରାସ ପାଇଛି । ସେହିପରି ୨ଠ୨ଠରେ ୧୮୯ ଦେଶ ବିଶିଷ୍ଟ ତାଲିକାରେ ଯେଉଁଠି ଭାରତର ମାନବ ବିକାଶ ସୂଚକାଙ୍କ (ଏଚ୍ଡିଆଇ) ମୂଲ୍ୟ ଠ.୬୪୫ ଥିଲା, ୨ଠ୨୧ରେ ଏହା ଠ.୬୩୩ରେ ସୀମିତ ରହିଛି । ତେବେ ଭାରତର ମାନବ ବିକାଶ ସୂଚକାଙ୍କ ଏପ୍ରକାର ନିମ୍ନଗାମୀ ହେବା ପଛରେ କରୋନା ମହାମାରୀକୁ ମୁଖ୍ୟ କାରଣ ଭାବେ ୟୁଏନ୍ଡିପି ଦର୍ଶାଇଛି । ସେହିପରି ବିଶ୍ୱସ୍ତରରେ ଅସ୍ଥିରତା ତଥା ଅନିଶ୍ଚିତତାମୂଳକ ପରିବେଶ ସୃଷ୍ଟି ପାଇଁ କରୋନା ଭୂତାଣୁ ଦାୟୀ ବୋଲି ଏହା ଦର୍ଶାଇଛି ।
‘ଅନସର୍ଟେନ୍ ଟାଇମ୍ସ, ଅନ୍ସେଟଲ୍ଡ୍ ଲାଇଭ୍ସ୍’ ବା ଅନିଶ୍ଚିତ ସମୟ, ଅସ୍ଥିର ଜୀବନ: ସେପିଂ ଆୱାର ଫୁ୍ୟଚର ଇନ୍ ଏ ଟ୍ରାନ୍ସଫର୍ମିଂ ୱାର୍ଲ୍ଡ’ ଶୀର୍ଷକ ରଖାଯାଇଥିବା ୟୁଏନ୍ଡିପିର ଏହି ରିପୋର୍ଟରେ ବିଶ୍ୱବାସୀଙ୍କ ମଧ୍ୟରେ ଭବିଷ୍ୟତକୁ ନେଇ ହତାଶଭାବ, ନିରାଶ ଭାବ, ଚାପଗ୍ରସ୍ତ, କ୍ରୋଧ ଏବଂ ଚିନ୍ତାଗ୍ରସ୍ତତା ବୃଦ୍ଧି ପାଉଥିବା ଦର୍ଶାଯାଇଛି । ଯାହାକି ମାନବୀୟ ଜୀବନ କାଳକୁ କ୍ଷୀଣ କରିବା ପାଇଁ ଅନ୍ୟତମ କାରଣ ବୋଲି ଉଲ୍ଲେଖ କରାଯାଇଛି । ତେବେ ଗତ ଦଶନ୍ଧି ଧରି ଏହି ପ୍ରକ୍ରିୟା ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି ଯାହାକି ଏବେ ରେକର୍ଡସ୍ତରରେ ପହଞ୍ଚôଛି ବୋଲି ୟୁଏନ୍ଡିପି ଦର୍ଶାଇଛି ।
ୟୁଏନ୍ଡିପି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗତ ୩ଠ/୩୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମାନବ ବିକାଶ ସୂଚକାଙ୍କରେ ଏପ୍ରକାର ହ୍ରାସ ପରିଲକ୍ଷିତ ହୋଇଛି । ଗତ ଦୁଇ ବର୍ଷ (୨ଠ୨ଠ, ୨ଠ୨୧) ଧରି ବିଶ୍ୱର ପ୍ରାୟ ସମସ୍ତ ଦେଶରେ ମଣିଷଙ୍କ ଜୀବନ କାଳ, ଶିକ୍ଷାର ସ୍ତର ଏବଂ ଜାତୀୟ ମୁୂଣ୍ଡପିଛା ଆୟ (ଜିଏନ୍ଆଇ) ଗୁରୁତର ଭାବେ ପ୍ରଭାବିତ ହୋଇଛି । ଭାରତରେ ସାଧାରଣ ଜୀବନ କାଳ (ବର୍ଷରେ) ୬୯.୭ରୁ ୬୭.୨କୁ ଖସିଆସିଛି । ସେହିପରି ଭାରତରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ମଧ୍ୟ ସମୟ କାଳ (ବର୍ଷରେ) ୧୧.୯ରୁ ୬.୭କୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ବିଶ୍ୱସ୍ତରରେ ମାନବୀୟ ଜୀବନ କାଳ (ହାରାହାରି) ୭୨.୮ବର୍ଷରୁ ୭୧.୪କୁ ହ୍ରାସ ପାଇଥିବା ରିପୋର୍ଟ ଦର୍ଶାଇଛି ।
ସମ୍ବାଦ ସରବରାହ ସଂସ୍ଥା ଏଏଫ୍ପିକୁ ସାକ୍ଷାତକାର ଦେଇ ୟୁଏନ୍ଡିପି ପ୍ରମୁଖ ଅଚିମ୍ ଷ୍ଟେନର କହିଛନ୍ତି, ଏହାର ସିଧାସଳଖ ଅର୍ଥ ଗତ ଦୁଇ ବର୍ଷ ମଧ୍ୟରେ ଆମେ ସମସ୍ତେ ସମୟ (ଆୟୁକାଳ) ପୂର୍ବରୁ ହିଁ ମୃତୁ୍ୟଲାଭ କରୁଛେ, କମ୍ ଲେଖାପଢ଼ା କରିପାରୁଛେ ଏବଂ ଆମ ରୋଜଗାର ମଧ୍ୟ କମ୍ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସେ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ ଏବଂ ଭୂଟାନ୍ ଭଳି ଦେଶର ବିପର୍ଯ୍ୟସ୍ତ ଅର୍ଥନୀତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *