କିସ୍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର
ଭୁବନେଶ୍ୱର (ବୁ୍ୟରୋ): କିସ୍ ସମେତ ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହେଉଥିବା ବେଳେ କିସ୍କୁ ମିଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ମିଳିଛି ଏହି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍ନାଲ୍ ଲିଟେରାସି ପୁରସ୍କାର- ୨୦୨୨ । ଗୁରୁବାର ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ ଅନୁଷ୍ଠିତ ଉତ୍ସବରେ କିସ୍ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ ୨୦ ହଜାର ଡଲାର ସହ ମେଡାଲ୍ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । ଏହା ଓଡିଶା ତଥା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । ଗୁରୁବାର ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ କିସ୍ର ୩୦ ହଜାର ଛାତ୍ରଛାତ୍ରୀ ଏହି ଖୁସିରେ ଉତ୍ସବ ମନାଇଥିଲେ । ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଲଡୁ ବଣ୍ଟନ ସହ ଶୁଭେଚ୍ଛା ଜଣାଇଥିଲେ ।