୨.୨ କୋଟିର ଚନ୍ଦନ କାଠ ଜବତ

ମୋହନା (ଆପ୍ର): ପୁଷ୍ପା ସିନେମା ଷ୍ଟାଇଲ୍ରେ ଏକ କୁଣ୍ଡା ବୋଝେଇ ୭୦୯ ରେ ଗଜପତି ଜିଲ୍ଲାରୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠକୁ ଆନ୍ଧ୍ର ପୁଲିସ ଜବତ କରିଛି । ସେଗୁଡ଼ିକ ଚେନ୍ନାଇ ଚାଲାଣ ହେଉଥିଲା । ଏଥିସହିତ ୧୧ ଚନ୍ଦନ କାଠ ତସ୍କରଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୩ କାର, ୧୧ ମୋବାଇଲ ଜବତ କରିଛି ଶ୍ରୀକାକୁଲମ ପୁଲିସ । ଏହି ଚନ୍ଦନ ତସ୍କର ଗ୍ୟାଙ୍ଗ୍ର ସର୍ଦ୍ଦାର ସମେତ ୩ ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।
ଚନ୍ଦନ କାଠର ମୂଲ୍ୟ ପ୍ରାୟ ଦୁଇ କୋଟି କୋଡ଼ିଏ ଲକ୍ଷ ଟଙ୍କା ହେବ । ଖବର ପାଇ ଟେକାଲ୍ଲୀ ଓ ପୁରୁଣାପାଟଣା ପୁଲିସ ଆନ୍ଧ୍ର-ଓଡିଶା ସୀମାକୁ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଜାଲ ବିଛେଇ ଥିଲେ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ନାରାୟଣପୁର ରେଞ୍ଜ ଗଣ୍ଡାହାତୀ ନିକଟ ମୁନିକାବାଡ ସଂରକ୍ଷିତ ଜଙ୍ଗଲରୁ ରକ୍ତ ଚନ୍ଦନ ଗଛ କଟାଯାଇ ଲଗ୍ କରାଯାଇଥିଲା । ସେଗୁଡ଼ିକୁ କୁଣ୍ଡା ବୋଝେଇ ଟ୍ରକ୍ରେ ଚେନ୍ନାଇ ନିଆଯାଉଥିଲା । ଚନ୍ଦନ କାଠ ବୋଝେଇ ଟ୍ରକ ଆଗପଛରେ କର୍ଡନ କରି ୩ କାର୍ ଯାଉଥିଲା । ଆନ୍ଧ୍ର ପୁଲିସ ଟ୍ରକ୍କୁ ଯାଞ୍ଚ କରିବା ସମୟରେ ପ୍ରାୟ ୪କ୍ୱିଣ୍ଟାଲ ରକ୍ତ ଚନ୍ଦନ କାଠ ବାହାରିଥିଲା । ଆଉ ୪ ଜଣ ଫେରାର ଥିବା ଶ୍ରୀକାକୁଲମ ଏସ୍ପି ସୁଚନା ଦେଇଛନ୍ତି ।
ଚନ୍ଦନ ତସ୍କରଙ୍କ ନାମରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଚେନ୍ନାଇରେ ୧୦ ରୁ ଅଧିକ ମାମଲା ରହିଛି । ସେମାନେ ମଧ୍ୟ ଚନ୍ଦନ ଚୋରି ମାମଲାରେ ଗିରଫ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *