୨ ଘଣ୍ଟା ଅଟକ ରହିଲେ ସିଡିପିଓ

ଅଙ୍ଗନୱାଡି ସହାୟିକା ଚୟନବେଳେ ହଟ୍ଟଗୋଳ
ଡ଼େରାବିଶ (ଆପ୍ର): ରତାଦିଆଖଣ୍ଡସାହି ପଞ୍ଚାୟତ ରତାଦିଆଖଣ୍ଡସାହି ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ସହାୟିକା ନିଯୁକ୍ତିକୁ ନେଇ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଥିବା ବେଳେ ଗ୍ରାମବାସୀମାନେ ସିଡିପିଓଙ୍କୁ ଅଟକ ରଖିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, ଏହି କେନ୍ଦ୍ରରେ ସହାୟିକା ନିଯୁକ୍ତିକୁ ନେଇ ପୂର୍ବରୁ ପ୍ରଶାସନିକ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ଗ୍ରାମର ୨ ମହିଳା ମଧୁସ୍ମିତା ଦ୍ୱିବେଦୀ ଓ କସ୍ତୁରୀ ଯେନା ଆବେଦନ କରିଥିଲେ । ତେବେ ପୂର୍ବ ନିଷ୍ପତି ଅନୁଯାୟୀ ସହାୟିକା ନିଯୁକ୍ତି ପାଇଁ ବ୍ଲକ୍ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସ୍ନେହଲତା ସାହୁ ଓ ସମ୍ପୃକ୍ତ ସେକ୍ଟର ପରିଦର୍ଶିକା ମନୋରମା ଓଝା ଗ୍ରାମରେ ପହଁଚି ଆଲୋଚନା ଆରମ୍ଭ କରି ଉପସ୍ଥିତ ମହିଳାଙ୍କ ଠାରୁ ଦସ୍ତଖତ ନେଇଥିଲେ । ୨ ଆବେଦନକାରୀଙ୍କ ମଧ୍ୟରୁ କସ୍ତୁରୀ ଜେନା ତାଙ୍କ ଆବେଦନ ପତ୍ରରେ ସ୍ୱାମୀ ପରିତ୍ୟକ୍ତା ବୋଲି ଦର୍ଶାଇଥିଲେ । କିନ୍ତୁ ବାସ୍ତବରେ ସେ ସ୍ୱାମୀପରିତ୍ୟକ୍ତା ନୁହଁନ୍ତି ତେଣୁ ତାଙ୍କ ଆବେଦନପତ୍ର ରଦ୍ଦ ପାଇଁ ବହୁ ମହିଳା ଅଡି ବସିଥିଲେ । ତାଙ୍କର ଆବେଦନପତ୍ର ରଦ୍ଦ କରାଯାଇପାରିବ ନାହିଁ ବୋଲି ଶିଶୁ ବିକାଶ ଯୋଜନା ଅଧିକାରିଣୀ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିବା ବେଳେ ସିଡିପିଓ ଓ ପରିଦର୍ଶିକା ହେବାକୁ ଥିବା ଚୟନ ପ୍ରକି୍ରୟା ବାତିଲ ବୋଲି ଘୋଷଣା କରି ସ୍ଥାନଛାଡି ଚାଲିଯିବାକୁ ଉଦ୍ୟମ କରିଥିଲେ । ମାତ୍ର ଉପସ୍ଥିତ ଗ୍ରାମବାସୀ ଉତକ୍ଷିପ୍ତ ହୋଇ ସିଡିପିଓଙ୍କ ଗାଡି ଆଗରେ ଧାରଣା ଦେଇଥିଲେ । ପରେ ଉଭୟଙ୍କୁ ବିଦ୍ୟାଳୟ ଗୃହରେ ୨ ଘଣ୍ଟା ଘେରାଉ କରି ରଖିଥିଲେ । ତେବେ ଦୀର୍ଘ ସମୟ ଧରି କିଛି ନିକ୍ସର୍ସ ନ ବାହାରିବାରୁ ସିଡିପିଓ ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନାଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଶଙ୍କର ଜେନା ଘଟଣା ସ୍ଥଳରେ ପହଁଚି ଶେଷରେ ବହୁ ଆଲୋଚନା ପରେ ନିର୍ବାଚନ କରାଯିବା ପାଇଁ ଘୋଷଣା କରାଯାଇଥିଲା । ଏହି ନିର୍ବାଚନରେ ମଧୁସ୍ମିତା ଦ୍ୱିବେଦୀ ବିଜୟୀ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *