ଦକ୍ଷିଣାଞ୍ଚଳ ଆର୍ଡିସିଙ୍କ ମହୁଡ଼ା ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପରିଦର୍ଶନ
ପରିଚାଳନାରେ ତ୍ରୁଟି: ସଂସ୍ଥାକୁ ତାଗିଦ୍
ବ୍ରହ୍ମପୁର (ବୁ୍ୟରୋ): ମହାନଗର ନିଗମ ଅଞ୍ଚଳକୁ ପରିମଳମୁକ୍ତ କରି ସବୁଜ ସୁନ୍ଦର କରିବା ଦିଗରେ ବ୍ରହ୍ମପୁର ମହାନଗର ନିଗମ ରାଜ୍ୟ ତଥା ଦେଶରେ ବିଶେଷ ସ୍ଥାନ ପାଇଛି । ମହୁଡ଼ାଠାରେ ପ୍ରତିଷ୍ଠିତ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ଓ ଟ୍ରିଟମେଣ୍ଟ ପ୍ଲାଣ୍ଟର ପରିଚାଳନା କ୍ଷେତ୍ରରେ ବ୍ରହ୍ମପୁର ସହର ଦେଶରେ ବେଶ ସୁନାମ ଅର୍ଜନ କରିଛି । ତେବେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସେପ୍ଟେଜ ଟି୍ରଟମେଣ୍ଟ ପ୍ଲାଣ୍ଟର କାର୍ଯ୍ୟଶୈଳୀ ଓ ପରିଚାଳନା କିପରି ହେଉଛି ତାହାକୁ ଅନୁଧ୍ୟାନ କରିବା ନେଇ ଗୁରୁବାର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓ ପହଞ୍ଚô ଥିଲେ । ଗୁରୁବାର ମଧ୍ୟାହ୍ନରେ ମହୁଡା ଠାରେ ଥିବା ଉପରକ୍ତ ୨ଟି ପ୍ରକଳ୍ପ ଦେଖିବା ସହ ମିଶନଶକ୍ତି ଓ ମହିଳା ସଙ୍ଗଠନ ଜରିଆରେ କିପରି ଉକ୍ତ ପ୍ରକଳ୍ପ ପରିଚାଳନା ହେଉଛି ଓ ଏହାର କାର୍ଯ୍ୟଶୈଳୀ ସମ୍ପର୍କରେ ମହିଳା ଗୋଷ୍ଠୀମାନଙ୍କ ସହ ଆଲୋଚନା କରିଥିଲେ । ସେପ୍ଟେଜ ଟି୍ରଟମେଣ୍ଟ ପ୍ଲାଣ୍ଟରୁ ବାହାରୁଥିବା ସମସ୍ତ ମଇଳାକୁ ପ୍ରକ୍ରିୟାକରଣ କରାଯାଇ କିପରି ତାହାକୁ ଖତ ଆକାରରେ ବିକ୍ରୟ କରାଯାଉଛି ଓ ପ୍ଲାଣ୍ଟରୁ ବାହାରୁଥିବା ଖତକୁ ବ୍ୟବହାର କରାଯାଇ ଫୁଲ ଚାଷ କରାଯାଉଛି ସେ ଉପରେ ରାଜସ୍ୱ କମିଶନର ଅନୁଧ୍ୟାନ କରିବା ସହ ଉକ୍ତ ୨ଟି ପ୍ରକଳ୍ପ କିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛି ସେ ଉପରେ ମଧ୍ୟ ସମୀକ୍ଷା କରିଥିଲେ । ପ୍ଲାଣ୍ଟ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାର କାର୍ଯ୍ୟଶୈଳୀ ଓ ପ୍ଲାଣ୍ଟ ପରିସରରେ ସଫା ସୁତୁରା ନ ଥିବା ଦେଖି ଅସନ୍ତୋଷ ପ୍ରକାଶକରି ଏଥିପ୍ରତି ଦୃଷ୍ଟି ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ରାଜସ୍ୱ କମିଶନରଙ୍କ ଗସ୍ତ ବେଳେ ନିଗମ ଅତିରିକ୍ତ କମିଶନର ନିଳମାଧବ ଭୋଇ, ଯନ୍ତ୍ରୀ ରଞ୍ଜନ ପଣ୍ଡା ଓ ପ୍ରଭାକର ପାଣିଗ୍ରାହୀଙ୍କ ସମେତ ପ୍ଲାଣ୍ଟ ପରିଚାଳନା ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମଚାରୀମାନେ ଉପସ୍ଥିତ ଥିଲେ ।