ପ୍ରଣୟ ନମ୍ବର ୱାନ୍

ବିଡବ୍ଲୁ୍ୟଏଫ୍ ୱାର୍ଲ୍ଡ ଟୁର୍ ମାନ୍ୟତା
କୁଆଲା ଲମ୍ପୁର (ମାଲେସିଆ), ୮ା୯ (ଏଜେନ୍ସି): ଭାରତର ତାରକା ସଟ୍ଲର୍ ଏଚ୍ଏସ୍ ପ୍ରଣୟ ବିଡବ୍ଲୁ୍ୟଏଫ୍ ୱାର୍ଲ୍ଡ ଟୁର୍ ମାନ୍ୟତାରେ ପୁରୁଷ ଏକକ ବର୍ଗରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇପାରିଛନ୍ତି । ସେପ୍ଟେମ୍ବର ୬ ଯାଏଁ ମାନ୍ୟତା ଅପ୍ଡେଟ୍ ହୋଇଥିଲା ।
୨୦୨୨ ବିଡବ୍ଲୁ୍ୟଏଫ୍ ୱାର୍ଲ୍ଡ ଟୁର୍ ଜାନୁଆରୀ ୧୧ରୁ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୧୮ରେ ଶେଷ ହେବ । ଏହା ବିଡବ୍ଲୁ୍ୟଏଫ୍ ୱାର୍ଲ୍ଡ ଟୁର୍ର ପଞ୍ଚମ ସିଜନ୍ ହେବ । ଏହି ଟୁର୍ରେ ମୋଟ୍ ୨୨ ଟୁର୍ଣ୍ଣାମେଣ୍ଟ ରହିଛି ।
ପ୍ରଣୟ ଜାନୁଆରୀରେ ଇଣ୍ଡିଆ ଓପନ୍ରେ କ୍ୱାର୍ଟର୍-ଫାଇନାଲ୍ ଫିନିଶ୍ ସହ ୨୦୨୨ ସିଜନ୍ ଆରମ୍ଭ କରିବେ । ସେହି ମାସରେ ସେ ସୟଦ ମୋଦି ଇଣ୍ଟର୍ନାସ୍ନାଲ୍ ୨୦୨୨ରେ ବି କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ପାଇଥିଲେ ।
୨୦୨୨ ମାର୍ଚ୍ଚରେ ପ୍ରଣୟ ଜର୍ମାନ୍ ଓପନ୍ରେ କ୍ୱାର୍ଟର୍-ଫାଇନାଲ୍ ଫିନିଶ୍ କରିଥିବା ବେଳେ ସେହି ମାସରେ ଅଲ୍ ଇଂଲଣ୍ଡ ଓପନ୍ରେ ପ୍ରଥମ ରାଉଣ୍ଡରୁ ଆଗକୁ ଯାଇପାରି ନ ଥିଲେ । ତେବେ ସେହି ମାସରେ ଅନୁଷ୍ଠିତ ସ୍ୱିସ୍ ଓପନ୍ରେ ରନର୍ସ-ଅପ୍ ହୋଇଥିଲେ । ସେ ଫାଇନାଲ୍୍ରେ ଇଣ୍ଡୋନେସିଆର ଜୋନାତନ କ୍ରିଷ୍ଟିଙ୍କ ଠାରୁ ହାରି ଯାଇଥିଲେ ।
ଆଦ୍ୟ-ଏପ୍ରିଲ୍ରେ କୋରିଆ ଓପନ୍ ସମୟରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ମେ’ରେ ଥାଇଲାଣ୍ଡ୍ ଓପନ୍ରେ ମଧ୍ୟ ସେ ବିଫଳ ହୋଇଥିଲେ ଏବଂ ପ୍ରଥମ ରାଉଣ୍ଡରେହିଁ ହାରି ଯାଇଥିଲେ । ଜୁନ୍ରେ ଖେଳାଯାଇଥିବା ଇଣ୍ଡୋନେସିଆ ଓପନ୍ରେ ପ୍ରଣୟ ସେମିଫାଇନାଲ୍ ଫିନିଶ୍ କରିଥିଲେ । ସେହି ମାସରେ ସେ ମାଲେସିଆ ଓପନ୍ର କ୍ୱାର୍ଟର୍-ଫାଇନାଲ୍କୁ ଉନ୍ନୀତ ହୋଇଥିଲେ ।
ଜୁଲାଇରେ ମାଲେସିଆ ମାଷ୍ଟର୍ସରେ ଏହି ସଟ୍ଲର୍ ସେମିଫାଇନାଲ୍ରେ ସ୍ଥାନ ପାଇଥିବା ବେଳେ ସେହି ମାସରେ ସିଙ୍ଗାପୁର ଓପନ୍ରେ ପ୍ରଣୟ କ୍ୱାର୍ଟର୍-ଫାଇନାଲ୍ ଫିନିଶ୍ କରିଥିଲେ । ଅଗଷ୍ଟରେ ଜାପାନ ଓପନ୍ରେ ସେ କ୍ୱାର୍ଟର୍-ଫାଇନାଲ୍ରେ ସ୍ଥାନ ପାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *