ଗାଁ ଗାଁରେ ପହଞ୍ଚôବ ବିକାଶ ବାର୍ତ୍ତା
ଜୋର୍ ଧରିଲାଣି ୨୪ ନିର୍ବାଚନ ତାତି
ଭୁବନେଶ୍ୱର (ବୁ୍ୟରୋ): ୨୦୨୪ ନିର୍ବାଚନକୁ ନେଇ ଏବେଠୁ ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ସମ୍ମାନୀତ ହୋଇ ମଙ୍ଗଳବାର ପ୍ରତ୍ୟାବର୍ତ୍ତନ କରିବା ପରେ ବିଜେଡିର ଭୁବନେଶ୍ୱର ବିମାନବନ୍ଦରରେ ବଳ ପ୍ରଦର୍ଶନ କରିଛି । ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଗାମୀ ଦିନରେ ଦଳ କେଉଁ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟରେ ପହଞ୍ଚôବ । ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ୨୫ ବର୍ଷର ସେବା ଓ ବିକାଶକୁ ଲୋକଙ୍କୁ ଅବଗତ କରାଯିବା ସହ ଗାଁ ଗହଳିରେ କିପରି ଏହାର ଅଧିକରୁ ଅଧିକ ପ୍ରଚାରପ୍ରସାର ହୋଇପାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଗାମୀ ଦିନରେ କିପରି ଏହାକୁ ଅଧିକରୁ ଅଧିକ କାମରେ ଲଗାଯାଇପାରିବ ସେନେଇ ବୈଠକରେ ଖସଡ଼ା ପ୍ରସ୍ତୁତ ହୋଇଛି ।
ବିଜେଡି ବରିଷ୍ଠ ନେତାଙ୍କ ସହ ବିଧାୟକ, ମନ୍ତ୍ରୀ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ ପଦକ୍ଷେପ ଓ ଯୋଜନାଗୁଡ଼ିକର ପ୍ରଚାର ସବୁ ଗାଁ ଗାଁରେ କରିବାକୁ ଏହି ଅବସରରେ ନିଷ୍କର୍ସ ପ୍ରକାଶ ପାଇଛି । ଏହାବାଦ୍ ଅକ୍ଟୋବରରେ ବିଜେଡି ପକ୍ଷରୁ ରାଜ୍ୟ ସାରା ପଦଯାତ୍ରା କରାଯିବ ଓ ଡିସେମ୍ବରରେ ଦଳର ପ୍ରତିଷ୍ଠା ଦିବସ ଏବଂ ମାର୍ଚ୍ଚରେ ବିଜୁ ଜୟନ୍ତୀରେ ବଡ଼ ଆୟୋଜନ କରାଯିବ । ୨୦୨୪ ନିର୍ବାଚନ ପୂର୍ବରୁ ଏହିପରି କିଛି ବିଶେଷ ଦିନଗୁଡ଼ିକରେ ଗ୍ରାଣ୍ଡ ସେଲିବ୍ରେସନ୍ କରିବା ସହ ମୁଖ୍ୟମନ୍ତ୍ରୀ ଓ ବିଜେଡି ପ୍ରତି ଥିବା ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବଜାୟ ରଖିବାକୁ କୁହଯାଇଛି ।
ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଜନସାଧାରଣଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଆଗାମୀ ଦିନରେ ଆହୁରି ଅନେକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆହୁରି ଶୀର୍ଷରେ ପହଞ୍ଚାଇବାକୁ ଆଲୋଚନା ହୋଇଛି । ଏହାକୁ ବ୍ୟାପକ ଭାବେ କାମରେ ଲଗାଯିବା ସହ ଅଧିକରୁ ଅଧିକ ଲୋକଙ୍କୁ ସରକାରଙ୍କ ଦ୍ୱାରା ଦିଆଯାଉଥିବା ଯୋଜନାର ଲାଭ ଉଠାଇବା ପାଇଁ ପ୍ରୋତ୍ସାହିତ କରାଯିବ ।
ଅନ୍ୟପଟେ ଗତ ୨ ଦିନ ତଳେ ବିଜେପି ରାଜ୍ୟ ପ୍ରଭାରୀ ସୁନିଲ ବଂଶଲଙ୍କ ଓଡ଼ିଶା ଗସ୍ତ ପରେ ଆସନ୍ତା ୧୩ ତାରିଖରୁ ୩ ଦିନିଆ ବିଜେପିର କର୍ମୀ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ଉକ୍ତ ଶିବିରକୁ ସର୍ବଭାରତୀୟ ସଦସ୍ୟ ବିଏଲ୍ ସନ୍ତୋସ ଯୋଗ ଦେବା ସହ କର୍ମୀଙ୍କୁ ପ୍ରଶିକ୍ଷଣ ଦେବେ । କିପରି ଓଡ଼ିଶାର ପ୍ରତ୍ୟେକ ବୁଥରେ ପ୍ରଧାନମନ୍ତ୍ରୀଙ୍କ ଜନହିତକାରୀ ଯୋଜନା ଓ ରାଜ୍ୟ ସରକାରଙ୍କ ବିଫଳତା ପହଞ୍ଚôବ ସେନେଇ ଗୁରୁତ୍ୱଦେବେ । ସେହିପରି ମାସ ଶେଷକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓଡ଼ିଶା ଆସିବେ । ମୁଖ୍ୟତଃ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଦିଆଯାଇଥିବା ଟାକ୍ସ ଉପରେ ଦଳୀୟ କର୍ମୀ କାମ କରିବେ ବୋଲି ବିଜେପି ଶିବିରରୁ ପ୍ରକାଶ ପାଇଛି ।
ଏକ୍ଷେତ୍ରରେ କଂଗ୍ରେସ ମଧ୍ୟ ପଛକୁ ପଡ଼ିନି । ୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବୁଧବାରଠାରୁ ଭାରତ ଯୋଡ଼ ଅଭିଯାନ ଆରମ୍ଭ କରିଛି । ଆଗାମୀ ଦିନରେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ନୂଆ ଟିମ୍ ଗଠନ ହେବ । ଯାହାକି ରାଜ୍ୟରେ କଂଗ୍ରେସର ଉତ୍ଥାନ କରିବାରେ ସହାୟକ ହେବ । ଏନେଇ କଂଗ୍ରେସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ, ଉକ୍ତ ଟିମ୍ରେ କାହାକୁ ସ୍ଥାନ ଦିଆଯିବ ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନୂଆ ଟିମ୍ର ମଙ୍ଗୁଆଳ ଖୋଦ୍ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ରହିବେ ।