ଭାରତରେ ୪୪% ଆଣ୍ଟିବାୟୋଟିକ୍ ଅବୈଧ

ଲାନ୍ସେଟ୍ ରିପୋର୍ଟ
ନୂଆଦିଲ୍ଲୀ, ୭ା୯: ଭାରତରେ କରୋନାକାଳ ପୂର୍ବରୁ ଓ ମହାମାରୀ ମଧ୍ୟରେ ଲୋକେ ଆଣ୍ଟିବାୟୋଟିକ୍ ଆଜିଥ୍ରୋମାଇସିନ୍ ଆଖିବୁଜି ଖାଇଥିଲେ । ଆଶ୍ଚର୍ଯ୍ୟର କଥା, ଆଜିଥ୍ରୋମାଇସିନ୍ ଭଳି ଅନେକ ଆଣ୍ଟିବାୟୋଟିକ୍ ବଟିକାକୁ କେନ୍ଦ୍ରୀୟ ରେଗୁଲେଟର୍ ଏପର୍ଯ୍ୟନ୍ତ ମଞ୍ଜୁରି ଦେଇନାହାନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରସିଦ୍ଧ ପତି୍ରକା ଲାନ୍ସେଟ୍ର ଦକ୍ଷିଣ-ପୂର୍ବ ଏସିଆ ସଂସ୍କରଣରେ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟରୁ ଏକଥା ଜଣାପଡ଼ିଛି ।
ଲାନ୍ସେଟ୍ ରିପୋର୍ଟ ଅନୁଯାୟୀ, ଭାରତରେ ଯେତେ ଆଣ୍ଟିବାୟୋଟିକ୍ ବିକି୍ର ହେଉଛି, ସେଥିରୁ ୪୪%କୁ ଡ୍ରଗ୍ ରେଗୁଲେଟର୍ ଅନୁମତି ଦେଇନାହାନ୍ତି । ଭାରତର ଘରୋଇ ହସ୍ପିଟାଲ୍ଗୁଡ଼ିକରେ କରୋନା ପୂର୍ବରୁ କେଉଁ କେଉଁ ଆଣ୍ଟିବାୟୋଟିକ୍ ପ୍ରୟୋଗକୁ ପ୍ରାଧାନ୍ୟ ଦିଆଯାଇଥିଲା, ତା’ ଉପରେ ଲାନ୍ସେଟ୍ ଗବେଷକମାନେ ଖୋଳତାଡ଼ କରିଥିଲେ । ସେଥିରୁ ଜଣାଗଲା ଅଧିକାଂଶ ଆଣ୍ଟିବାୟୋଟିକ୍ର ପ୍ରୟୋଗ ମଧ୍ୟ ଠିକ୍ ରୂପେ ହୋଇନାହିଁ । ଭାରତରେ ଆଜିଥ୍ରୋମାଇସିନ୍-୫ଠଠଏମ୍ଜି ବଟିକାର ସର୍ବାଧିକ ପ୍ରୟୋଗ କରାଯାଉଛି । ଲୋକେ ବି ଡାକ୍ତରଙ୍କ ପରାମର୍ଶ ନନେଇ ଏହି ଔଷଧ ଖାଉଛନ୍ତି । ଏହାକୁ ଖାଇଲେ କି ପ୍ରକାର ମାରାତ୍ମକ ପାଶ୍ୱର୍ ପ୍ରତିକି୍ରୟା ହେବ, ତାହା ସେମାନଙ୍କୁ ଜଣାନାହିଁ । ଏହାର ପାଶ୍ୱର୍ ପ୍ରଭାବଗୁଡ଼ିକ ମଧ୍ୟରେ ହୃତ୍ସ୍ପନ୍ଦନ ପ୍ରଭାବିତ ହେବା, ଡାଇରିଆ, ବାନ୍ତି ବା ପେଟରେ ଯନ୍ତ୍ରଣା ଅନ୍ୟତମ । ଭାରତରେ ଦ୍ୱିତୀୟ ସର୍ବାଧିକ ବ୍ୟବହୃତ ଆଣ୍ଟିବାୟୋଟିକ୍ ହେଉଛି- ସେଫିକ୍ସାଇନ୍-୨ଠଠଏମ୍ଜି ।
ଲାନ୍ସେଟ୍ ରିପୋର୍ଟରେ ଆଣ୍ଟିବାୟୋଟିକ୍ ବିରୋଧରେ ସୃଷ୍ଟି ହେଉଥିବା ପ୍ରତିିରୋଧକ କ୍ଷମତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି ।
ଲାନ୍ସେଟ୍ର ପ୍ରମୁଖ ଗବେଷକ ଡାକ୍ତର ମୁହମ୍ମଦ ଏସ୍ ହାଫି କହିଛନ୍ତି, ଅଜ୍ଞାତ ବ୍ୟାକ୍ଟେରିଆ ବିରୋଧରେ ଆଣ୍ଟିବାୟୋଟିକ୍ ପ୍ରୟୋଗ କରାଯାଏ । ସେଥିଲାଗି ଏହାକୁ ବ୍ରଡ୍ ସ୍ପେକ୍ଟ୍ରମ୍ ଡ୍ରଗ୍ କୁହାଯାଏ । ବୁଝିବିଚାରି ଆଣ୍ଟିବାୟୋଟିକ୍ ପ୍ରୟୋଗ କରାଯିବା ଜରୁରୀ । ଯେତେବେଳେ ରୋଗୀର ଅବସ୍ଥା ସଂକଟଜନକ ହେବ ଏବଂ ଶରୀର ଭିତରେ ଅଜ୍ଞାତ ବ୍ୟାକ୍ଟେରିଆ ସଂକ୍ରମଣ ବଢ଼ିଥିବାର ସନେ୍ଦହ ଉପୁଜିବ, ସେତେବେଳେ ଯାଇ ଆଣ୍ଟିବାୟୋଟିକ୍ କରାଯିବାର ବିଧି ରହିଛି । ଆଜିଥ୍ରୋମାଇସିନ୍ ଭଳି ୪୪% ଆଣ୍ଟିବାୟୋଟିକ୍ର ପ୍ରୟୋଗକୁ ଡ୍ରଗ୍ କଣ୍ଟ୍ରୋଲର୍ ଅନୁମତି ଦେଇନାହାନ୍ତି । ୧ଠ୯୮ ୟୁନିକ୍ ଫର୍ମୁଲେସନ୍ ଓ ୧ଠ,୧ଠଠ ୟୁନିକ୍ ବ୍ରାଣ୍ଡ୍ର ଔଷଧ ଏହାର ଅନ୍ତର୍ଭୁକ୍ତ । ଏଗୁଡ଼ିକର ଫର୍ମୁଲେସନ୍ ସ୍ୱୀକୃତ ନୁହେଁ । ଦେଶର ମାତ୍ର ୪୬% ବ୍ରାଣ୍ଡ୍ ବା ୧୯% ଫର୍ମୁଲେସନ୍କୁ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସ୍ସିଓ) ମଞ୍ଜୁରି ଦେଇଛି । ସମ୍ପୃକ୍ତ କମ୍ପାନୀମାନେ ସିଡିଏସ୍ସିଓ ଠାରୁ ଅନୁମତି ନପାଇ ରାଜ୍ୟ ସରକାରମାନଙ୍କ ଠାରୁ ଔଷଧ ବିକି୍ର ପାଇଁ ଲାଇସେନ୍ସ ହାସଲ କରିଛନ୍ତି । କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଏ ସମ୍ବନ୍ଧୀୟ ବୁଝାମଣା ହୋଇନଥିବା ଯୋଗୁ ଆଣ୍ଟିବାୟୋଟିକ୍ର ଉପଲବ୍ଧତା ଓ ବିକି୍ର ବଢ଼ିଚାଲିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ମେଡିସିନ୍ ଇଣ୍ଡଷ୍ଟ୍ରୀ ଓ ହସ୍ପିଟାଲ୍ ପରିଚାଳକମାନେ ସିଡିଏସ୍ସିଓର ମଞ୍ଜୁରି ପାଇନଥିବା ଆଣ୍ଟିବାୟୋଟିକ୍ ପ୍ରୟୋଗ କରୁଥିବା କଥା କେନ୍ଦ୍ର ସରକାରଙ୍କୁ ଜଣାନାହିଁ ।
ଆଣ୍ଟିବାୟୋଟିକ୍ର କୁପ୍ରଭାବ ସମ୍ପର୍କରେ ଲାନ୍ସେଟ୍ର ଏହା ସବୁଠାରୁ ବଡ଼ ରିସର୍ଚ୍ଚ ରିପୋର୍ଟ । ରିପୋର୍ଟ ଅନୁଯାୟୀ, ୨ଠ୧୯ରେ ଆଣ୍ଟିମାଇକ୍ରୋବାଏଲ୍ ରେଜିଷ୍ଟାନ୍ସ (ଏଏମ୍ଆର୍) କାରଣରୁ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ମୃତୁ୍ୟ ହୋଇଥିଲା । ଆର୍ଥାତ୍ ଆଣ୍ଟିବାୟୋଟିକ୍ ଖାଇବା ସତ୍ତ୍ୱେ ଏମାନଙ୍କଠାରେ ବ୍ୟାକ୍ଟେରିଆ ସଂକ୍ରମଣ ରୋକା ଯାଇପାରିନଥିଲା । ଆଣ୍ଟିବାୟୋଟିକ୍ କାମ ନକରିବାରୁ ଯେତିକି ଲୋକ ମରୁଛନ୍ତି, ତାହା ପ୍ରତିବର୍ଷ ମେଲେରିଆ ଓ ଏଡ୍ସରେ ମରୁଥିବା ରୋଗୀଙ୍କ ଠାରୁ ଅଧିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *