ବିରାଶାଳ ଚିକିତ୍ସାଳୟରେ ମିଳୁନି ଜନ୍ମମୃତୁ୍ୟ ପ୍ରମାଣପତ୍ର

କଙ୍କଡାହାଡ (ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଜିଲ୍ଲା ଓ ରାଜ୍ୟରେ ପଛୁଆ ଓ ଆଦିବାସୀ ବହୁଳ ଭାବେ ବେଶ୍ ପରିଚିତ । ୨୧ଗୋଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ପ୍ରାୟ ୧ ଲକ୍ଷରୁ ଅଧିକ ଜନସାଧାରଣ ବସବାସ କରନ୍ତି । କିନ୍ତୁ ଏହି ବ୍ଲକର ପୁରା ଶେଷ ଅଞ୍ଚଳରେ ବିରାଶାଳ ଗୋଷ୍ଠୀ ଚିକିତ୍ସାଳୟ ଥିବାରୁ ସରକାରୀ ଡାକ୍ତର ଓ କର୍ମଚାରୀମାନେ କେହି ସଠିକ୍ ସମୟରେ ଆସନ୍ତି ନାହିଁ । ସକାଳୁ ସରକାରୀ ବାବୁମାନେ କୁଣିଆ ଭଳି କେତେବେଳେ ଆସି ୧୨ଟା ଭିତରେ ପଳାଇ ଯାଆନ୍ତି । ତା ପରଠାରୁ ଡାକ୍ତରଖାନା ପୂରା ଶୁନଶାନ୍ । ବାରମ୍ବାର ଅଭିଯୋଗ ସତ୍ତ୍ୱେ୍ୱ ସବୁପ୍ରକାର ସୁବିଧା ଥାଇ ମଧ୍ୟ ଡାକ୍ତରମାନେ ରହୁ ନଥିବାରୁ ସବୁ ରୋଗୀମାନଙ୍କୁ ରେଫର ହୁଏ କାମାକ୍ଷାନଗର ଚିକିତ୍ସାଳୟକୁ । ମୁଖ୍ୟ ମେଡିକାଲଟିଏ ହୋଇ ମଧ୍ୟ ଗରିବ ଏବଂ ଅଧିବାସୀମାନେ ମଧ୍ୟ ଏଥିରୁ ଟିକିଏ ବି ଫାଇଦା ପାଇପାରନ୍ତି ନାହିଁ । ଏପରିକି ଆଶା କର୍ମୀମାନଙ୍କୁ ସଠିକ୍ ସମୟରେ ଦରମା ବିଲ୍ ପ୍ରଦାନ କରାଯାଉ ନଥିବାବେଳେ ଏହି କାର୍ଯ୍ୟାଳୟକୁ ଘେରିଥିଲେ । ଏହାସହିତ ଜନ୍ମ ଓ ମୃତୁ୍ୟ ସାର୍ଟିଫିକେଟ୍ ପାଇଁ ବହୁ ଦୂର ଦୂରାନ୍ତରୁ ଆସି ନିରାଶ ହୋଇ ଫେରିଛନ୍ତି । ଫଳରେ ସରକାରୀ ଯୋଜନାରୁ ଗରିବ ହିତାଧିକାରୀମାନେ ବଞ୍ଚିତ ହେଉଛନ୍ତି । ଦୀର୍ଘ ୨ ମାସରୁ ଅଧିକ ହେବ ଏହି ମେଡିକାରୁ କୌଣସି ପ୍ରମାଣପତ୍ର ମିଳୁନାହିଁ । ଏ ସମ୍ପର୍କରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ କୁହନ୍ତି ଯେ ୨ ଦିନ ମଧ୍ୟରେ ଏହାର ସମାଧାନ କରାଯିବ । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *