ଚାଲିଲା ୬୫ ଅଙ୍କ,୧୪୩ଠ ସାଲ

ଶ୍ରୀନଅରରେ ସୁନିଆ ପାଳିତ
ପୁରୀ (ବୁ୍ୟରୋ): ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୪ ଅଙ୍କ ଶେଷ ହୋଇଛି । ବୁଧବାର ସୁନିଆ ଅବସରରେ ୬୫ ଅଙ୍କ ଏବଂ ୧୪୩୦ ସାଲ ଆରମ୍ଭ ହୋଇଛି । ସେଥିପାଇଁ ଶ୍ରୀନଅରରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା । ରାଜ ନଅରର ବିଭିନ୍ନ ସ୍ଥାନରେ ଝୋଟି ପଡ଼ିଥିଲା । ପ୍ରାତଃରୁ ରାଜଗୁରୁମାନେ ଶୁଭଖୁଣ୍ଟି ଅନୁକୂଳ କରି ଯଥାବିଧି ଦେବାର୍ଚ୍ଚନା ନୀତି ସମ୍ପନ୍ନ କରିଥିଲେ । ସନ୍ଧ୍ୟାରେ ପଞ୍ଚଦେବତା ପୂଜା, ରାମାଭିଷେକ ପୂଜା ଅନୁଷ୍ଠିତ ହୋଇଥିଲା । ମଙ୍ଗଳାର୍ପଣ ନୀତି ହୋଇ ଅନ୍ୟାନ୍ୟ ବିଧି ସମ୍ପନ୍ନ କରାଯାଇଥିଲା । ଏକ ସୁନା ମୋହରରେ ୬୫ ଅଙ୍କ କଟାଯାଇ ଘୋଷଣା କରାଯାଇଥିଲା । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପ୍ରଜା ଏବଂ କର୍ମଚାରୀ ସୁନିଆ ଭେଟି ଦେଇଥିଲେ । ସୁନିଆ ପରମ୍ପରା ସମ୍ପର୍କରେ ଗଜପତି ମହାରାଜାଙ୍କ ପାରମ୍ପରିକ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ସୁନିଆରେ ଗଜପତି ମହାରାଜାଙ୍କର ନବବର୍ଷର ଆରମ୍ଭ ହୋଇଥାଏ । ଗଜପତି ମହାରାଜାଙ୍କ ୬୫ ଅଙ୍କ ପ୍ରଚଳିତ ହେଲା ୧୪୩୦ ସାଲ ପ୍ରବେଶ କଲା । ଅଙ୍କ କଟାର ପରମ୍ପରା ଅଦ୍ୟାବଧି ପ୍ରଚଳିତ ରହିଛି ବୋଲି ରାଜଗୁରୁ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *