ଜିଲ୍ଲାପାଳ ଅଫିସ୍ ଘେରିଲା ସୁରକ୍ଷା ମଞ୍ଚ

ସ୍ଥାୟୀ ଜମି ପଟ୍ଟା ଦାବି
ପୁରୀ (ବୁ୍ୟରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନା ମାଧ୍ୟମରେ ଥଇଥାନ କରିବା ଲାଗି ଘୋଷଣା କରାଯାଇଥିଲା । ଏପରିକି ସହରରେ ଥିବା ସମସ୍ତ ବସ୍ତିବାସିନ୍ଦାଙ୍କ ସର୍ଭେ କରାଯାଇ ତୁରନ୍ତ ପଟ୍ଟା ଦେବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କେବଳ କେତୋଟି ବସ୍ତି ଅଞ୍ଚଳ ସର୍ଭେ କରାଯାଇଥିବା ବେଳେ ଅନେକ ବସ୍ତିବାସିନ୍ଦା ସର୍ଭେରୁ ବାଦ୍ ପଡ଼ିଛନ୍ତି । ଏନେଇ ବାରମ୍ବାର ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ଫଳରେ ପ୍ରଶାସନର ଉଦାସୀନତାକୁ ଦୃଷ୍ଟିରେ ରଖି ବୁଧବାର ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସହରରେ ଏକ ବିଶାଳ ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ଏନେଇ ମଞ୍ଚର ସଭାପତି କୃଷ୍ଣମୋହନ ପ୍ରଧାନ କହିଛନ୍ତି ଯେ, ପୁରୀ ସହରରେ ବସ୍ତିବାସିନ୍ଦାଙ୍କ ଜମି ଅଧିକାର ଆଇନ କାର୍ଯ୍ୟକାରୀ ଯୋଜନା ଫେଲ୍ ମାରିଛି । ସରକାରଙ୍କ ପକ୍ଷରୁ ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ଜରିଆରେ ଥଇଥାନ କରାଯିବ । କିନ୍ତ ଆଜିପର୍ଯ୍ୟନ୍ତ ତାହା ହେଲାନାହିଁ । ଫଳରେ ହଜାର ହଜାର ବସ୍ତିବାସିନ୍ଦା ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏପରିକି ସେମାନଙ୍କ ପିଲାମାନଙ୍କ ପାଠପଢ଼ାରେ ଆବଶ୍ୟକ କାଗଚଜପତ୍ର ଦାଖଲ କରିପାରୁ ନାହାନ୍ତି । ତେଣୁ ତୁରନ୍ତ ରାମଚଣ୍ଡୀ ବାଲିକୁଦା ବସ୍ତି, ବିଜୁନଗର, ରେଳବାଇ, ମାଟିତୋଟା, ବଳିଆପଣ୍ଡା, ପେଣ୍ଠକଟା, ହରଚଣ୍ଡୀ, ନରେନ୍ଦ୍ରକୋଣ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ନାଁରେ ଜମି ଯୋଗାଇବା ସହ ପଟ୍ଟା ଦେବାକୁ ଦାବି କରିଛନ୍ତି ।
ଏହି ସମୟରେ ଚିତ୍ତରଞ୍ଜନ ନାୟକ, କେତୁକା ବେହେରା, ଜାନକୀ ରେଡ୍ଡି, ପୁଷ୍ପଲତା ମହାନ୍ତି, ସଞ୍ଜୁ ବରାଳ, କୁମାରୀ ବରାଳ, ନବକିଶୋର ନାୟକ, କ୍ରିଷ୍ଣା ରେଡ୍ଡି, ଆଇ ରାମ ରେଡ୍ଡି ଓ ରାଣୀ ସେଠୀଙ୍କ ସମେତ ଶହ ଶହ ବସ୍ତିବାସିନ୍ଦା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *