କୋଲକାତାରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଶିଳ୍ପକୈନ୍ଦ୍ରିକ ବାତାବରଣକୁ ବଳିଷ୍ଠ ରୂପ ଦେବା ପାଇଁ ଓଡ଼ିଶା ସରକାର ବହୁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ପଦକ୍ଷେପ ମଧ୍ୟରୁ କ୍ଷେତ୍ରୀୟ ନୀତିର ବିକାଶ, କ୍ଷେତ୍ରୀୟ ଶିଳ୍ପ ପାର୍କ ଏବଂ ଭିତ୍ତିଭୂମିର ବିକାଶ ଅନ୍ୟତମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ଶିଳ୍ପ ଅନୁକୂଳ ଆଭିମୁଖ୍ୟ ରାଜ୍ୟକୁ ଦେଶର ଏକ ଅଗ୍ରଣୀ ଇଣ୍ଡଷ୍ଟ୍ର୍ର୍ରିଆଲ ହବ୍ରେ ପରିଣତ କରିପାରିଛି ।
ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ହେବାକୁ ଥିବା ତୃତୀୟ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ପ୍ରମୁଖ ସ୍ଥାନ ଦେବା ପାଇଁ ବୁଧବାର କୋଲକାତାଠାରେ ଏକ ରୋଡ଼୍ ସୋ’ର ଆୟୋଜନ କରାଯାଇଥିଲା । କୋଲକାତାଠାରେ ଏହି ରୋଡ଼୍ ସୋ’ରେ ଯୋଗଦାନ କରି ଓଡ଼ିଶାର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ କହିଲେ ଯେ, ହସ୍ତତନ୍ତ ଓ ବୟନଶିଳ୍ପ ଏପରି ଏକ କ୍ଷେତ୍ର ଯେଉଁଥିରେ ଓଡ଼ିଶା ଆଗାମୀ ଦିନରେ ଅଧିକ ଅଭିବୃଦ୍ଧି ହାସଲ କରିବା ଲକ୍ଷ୍ୟ ରଖିଛି । ଓଡ଼ିଶାରେ ବୟନଶିଳ୍ପ ଆକର୍ଷଣର କେନ୍ଦ୍ରବିନ୍ଦୁ ଓ ଏକ ଅଗ୍ରଣୀ କ୍ଷେତ୍ର । ପୁଞ୍ଜିନିବେଶକାରୀ ଓଡ଼ିଶାରେ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଶ୍ରୀମତୀ ସାହୁ ଆହ୍ୱାନ ଦେଇଥିଲେ ।
ଏହି ରୋଡ଼୍ ସୋ’ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଆଦିତ୍ୟ ବିର୍ଲା ଗ୍ରୁପ୍ର ଓଡ଼ିଶା ମୁଖ୍ୟ ଅଦେ୍ର୍ଧନ୍ଦୁ ମହାପାତ୍ର ଏବଂ ଇଣ୍ଡିଆନ୍ ଅଏଲ୍ର ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ସରକାରଙ୍କ ଶିଳ୍ପନୀତି ଓ ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ । ୧୫୦ରୁ ଅଧିକ ଶିଳ୍ପ ପ୍ରତିନିଧି ଓ ଟେକ୍ସଟାଇଲ୍ ଏବଂ ଆପାରେଲ୍ ଇଣ୍ଡଷ୍ଟ୍ରିର ୧୫ ଜଣ ପ୍ରତିନିଧି ଏହି ରୋଡ଼୍ ସୋରେ ଯୋଗଦାନ କରିଥିଲେ । ଉପସ୍ଥିତ ଥିବା ସମସ୍ତ ନିବେଶକମାନଙ୍କୁ ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୨ରେ ପ୍ରତ୍ୟକ୍ଷ ଭାବରେ ଯୋଗଦେଇ ଓଡ଼ିଶାରେ ଉପଲବ୍ଧ ଥିବା ସୁଯୋଗ ସମ୍ପର୍କରେ ଅବଗତ ହେବା ପାଇଁ ବକ୍ତାମାନେ ଅନୁରୋଧ କରିଥିଲେ ।
ଏହି ଅବସରରେ ପଶ୍ଚିମବଙ୍ଗ ରାଜ୍ୟ ପରିଷଦ ଏବଂ ଚାର୍ମୋକ୍ ହସ୍ପିଟାଲ୍ ପରି·ଳନା ନିଦେ୍ର୍ଦଶକ ପ୍ରଶାନ୍ତ ଶର୍ମା ରାଜ୍ୟ ସରକାରଙ୍କର ଏଭଳି ଦୃଢ଼ ପଦକ୍ଷେପ ଏବଂ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟିର ଭୂୟସୀ ପ୍ରଶଂସା କରିବା ସହ ମେକ୍ ଇନ୍ ଓଡ଼ିଶାରେ ଯୋଗଦାନ କରିବା ପାଇଁ ନିବେଶକମାନଙ୍କୁ ଅନୁରୋଧ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *