ସ୍ୱଦେଶୀ କୋଭିଡ୍ ନାଜାଲ୍ ଟିକାକୁ ମଞ୍ଜୁରି

ନୂଆଦିଲ୍ଲୀ, ୬ା୯: ଦେଶର ପ୍ରଥମ ସ୍ୱଦେଶୀ ନାଜାଲ୍ କୋଭିଡ୍ ଟିକାର ଜରୁରୀ କାଳୀନ ପ୍ରୟୋଗକୁ ଡ୍ରଗ୍ କଣ୍ଟ୍ରୋଲ୍ର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ମଞ୍ଜୁରୀ ଦେଇଛନ୍ତି । ୧୮ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ନାକ ପୁଡାରେ ସ୍ପ୍ରେ ପଦ୍ଧତିରେ ଏହି ଟିକା ଦିଆଯିବ । ପୂର୍ବରୁ କୋଭିଶିଲ୍ଡ ବା କୋଭାକ୍ସିନ୍ ଟିକାର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତି ମଧ୍ୟ ଏହି ନାଜାଲ୍ ଟିକାକୁ ବୁଷ୍ଟର ଡୋଜ୍ ରୂପେ ନେଇପାରିବେ ।
ହାଇଦ୍ରାବାଦର ଭାରତ ବାୟୋଟେକ୍ ଇଣ୍ଟରନାସ୍ନାଲ୍ ଲିମିଟେଡ୍ (ବିବିଆଇଏଲ୍) ଏହି ଟିକା ପ୍ରସ୍ତୁତ କରିଛି । ଗତ ମାସରେ ଶେଷ ହୋଇଥିବା ଏହାର ୩ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ରେ ଅଭୂତପୂର୍ବ ସଫଳତା ମିଳିଛି । ନାଜାଲ୍ ଭାକ୍ସିନ୍ର ବିଶେଷତ୍ୱ ହେଉଛି- ଲୋକଙ୍କୁ ଇଞ୍ଜେକ୍ସନ୍ ଆକାରରେ କୋଭିଡ୍ ଟିକା ନେବାକୁ ପଡିବ ନାହିଁ; ତେଣୁ ଏଥି ଲାଗି ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦେବା ଦରକାର ପଡିବ ନାହିଁ । ଏହା ନାକପୁଡା ଭିତରେ ରୋଗପ୍ରତିରୋଧକ ରୂପେ ପ୍ରଶ୍ୱାସ ବାୟୁ ମାଧ୍ୟମରେ ହେଉଥିବା ସଂକ୍ରମଣକୁ ରୋକିପାରିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ସହଜତର ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *